ETV Bharat / bharat

ଜାତୀୟ ସୁରକ୍ଷା ପ୍ରସଙ୍ଗ: ରାଜ୍ୟସଭାରେ ଶୂନ୍ୟକାଳ ନୋଟିସ ଆଣିଲେ ସଞ୍ଜୟ ରାଉତ - national security

ଶିବସେନା ସାଂସଦ ସଞ୍ଜୟ ରାଉତ ବୁଧବାର ରାଜ୍ୟସଭାରେ ଜାତୀୟ ସୁରକ୍ଷା ପ୍ରସଙ୍ଗରେ ଶୂନ୍ୟକାଳ ନୋଟିସ ଆଣିଛନ୍ତି । ଅଧିକ ପଢନ୍ତୁ...

ଜାତୀୟ ସୁରକ୍ଷା ପ୍ରସଙ୍ଗ
ଜାତୀୟ ସୁରକ୍ଷା ପ୍ରସଙ୍ଗ
author img

By

Published : Sep 16, 2020, 8:49 AM IST

ନୂଆଦିଲ୍ଲୀ: ଶିବସେନା ସାଂସଦ ସଞ୍ଜୟ ରାଉତ ବୁଧବାର ରାଜ୍ୟସଭାରେ ଜାତୀୟ ସୁରକ୍ଷା ପ୍ରସଙ୍ଗରେ ଶୂନ୍ୟକାଳ ନୋଟିସ ଆଣିଛନ୍ତି । ଏହାସହ ଜବାହାରଲାଲ ନେହେରୁ ପୋର୍ଟ ଟ୍ରଷ୍ଟ(ଜେଏନପିଟି), ମହାରାଷ୍ଟ୍ରର ଘରୋଇକରଣ ଉପରେ ମଧ୍ୟ ଶୂନ୍ୟକାଳ ନୋଟିସ ଆଣିଛନ୍ତି ସେ ।

ତେବେ ଆଜି ସକାଳ 9ଟାରେ ରାଜ୍ୟସଭା ଅଧିବେଶନ ଆରମ୍ଭ ହେବାକୁ ଥିବାବେଳେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏଲଏସି(ପ୍ରକୃତ ନିୟନ୍ତ୍ରଣ ରେଖା) ଉପରେ ନିଜର ବକ୍ତବ୍ୟ ରଖିବେ । ଗତକାଲି ଏଲଏସି ସ୍ଥିତି ନେଇ ପ୍ରତିରକ୍ଷା ମନ୍ତ୍ରୀ ଲୋକସଭାରେ ନିଜର ମନ୍ତବ୍ୟ ରଖିଛନ୍ତି ।

ଗତକାଲି ବିରୋଧୀ ଏହି ପ୍ରସଙ୍ଗରେ ଆଲୋଚନା ପାଇଁ ଚାହୁଁଥିବାର ଦେଖିବାକୁ ମିଳିଥିଲା । ଏପରିକି କଂଗ୍ରେସ ଏହି ପ୍ରସଙ୍ଗରେ ଗୃହ ଛାଡିଥିବାର ଦେଖାଯାଇଥିଲା ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.