ETV Bharat / bharat

ମଧ୍ୟପ୍ରଦେଶ ଶିକ୍ଷାମନ୍ତ୍ରୀ କୋରୋନାରେ ଆକ୍ରାନ୍ତ

author img

By

Published : Aug 9, 2020, 8:11 PM IST

ମଧ୍ୟପ୍ରଦେଶ ଶିକ୍ଷାମନ୍ତ୍ରୀ ବିଶ୍ବାସ ସାରଙ୍ଗ ରବିବାର କୋରୋନା ଭାଇରସ ପାଇଁ ପଜିଟିଭ ପରିକ୍ଷଣ କରିଛନ୍ତି । ତାଙ୍କର ପ୍ରଥମ କୋରୋନା ରିପୋର୍ଟ ନେଗେଟିଭ ଆସିବା ପରେ ସେ ସଂଗରୋଧରେ ଥିଲେ । ହେଲେ ଶିକ୍ଷାମନ୍ତ୍ରୀଙ୍କର ଦ୍ବିତୀୟ ରିପୋର୍ଟ ପଜିଟିଭ ଆସିଛି ।

ମଧ୍ୟପ୍ରଦେଶ ଶିକ୍ଷାମନ୍ତ୍ରୀ କୋରୋନାରେ ଆକ୍ରାନ୍ତ
ମଧ୍ୟପ୍ରଦେଶ ଶିକ୍ଷାମନ୍ତ୍ରୀ କୋରୋନାରେ ଆକ୍ରାନ୍ତ

ଭୋପାଲ: ମଧ୍ୟପ୍ରଦେଶର ଆଉ ଜଣେ ମନ୍ତ୍ରୀ କୋରୋନାରେ ଆକ୍ରାନ୍ତ ହୋଇଛନ୍ତି । ଶିକ୍ଷାମନ୍ତ୍ରୀ ବିଶ୍ବାସ ସାରଙ୍ଗ ରବିବାର କୋରୋନା ଭାଇରସ ପାଇଁ ପଜିଟିଭ ପରିକ୍ଷଣ କରିଛନ୍ତି । ଏନେଇ ସେ ନିଜେ ଟ୍ବିଟ କରି ସୂଚନା ଦେଇଛନ୍ତି । ତାଙ୍କର ପ୍ରଥମ କୋରୋନା ରିପୋର୍ଟ ନେଗେଟିଭ ଆସିବା ପରେ ସେ ସଂଗରୋଧରେ ଥିଲେ । ହେଲେ ଶିକ୍ଷାମନ୍ତ୍ରୀଙ୍କର ଦ୍ବିତୀୟ ରିପୋର୍ଟ ପଜିଟିଭ ଆସିଛି । ତେବେ ତାଙ୍କ ସଂସ୍ପର୍ସରେ ଆସିଥିବା ସମସ୍ତ ବ୍ୟକ୍ତିଙ୍କୁ କୋରୋନା ପରୀକ୍ଷଣ କରିବାକୁ ପରାମର୍ଶ ଦେଇଛନ୍ତି ବିଶ୍ବାସ ସାରଙ୍ଗ ।

  • आज मेरी दूसरी #COVID19 टेस्ट रिपोर्ट #पॉज़िटिव आई है।
    प्रथम टेस्ट रिपोर्ट नेगेटिव होने के बाद से ही मैं होम आइसोलेशन में हूँ।
    आप सबसे अनुरोध है कि जो भी मेरे संपर्क में आए हैं आप सभी #COVID19 टेस्ट करा लें।

    — Vishvas Sarang (@VishvasSarang) August 9, 2020 " class="align-text-top noRightClick twitterSection" data=" ">

ତେବେ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କ ସମେତ ରାଜ୍ୟର କେତେକ ମନ୍ତ୍ରୀ ଏବଂ ବିଜେପି ବିଧାୟକଙ୍କ ସମେତ ଅନ୍ୟ ନେତାମାନେ କୋରୋନାରେ ଆକ୍ରାନ୍ତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କେତେକ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଅନ୍ୟ କେତେକ ଚିକିତ୍ସିତ ହେଉଛନ୍ତି। ସେପଟେ ମୁଖ୍ୟମନ୍ତ୍ରୀ ଚୌହାନ କୋରୋନାରୁ ସୁସ୍ଥ ହୋଇଛନ୍ତି । ଚିକିତ୍ସାର 11 ଦିନ ପରେ ଶିବରାଜଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଥିଲା। ତେବେ ବର୍ତ୍ତମାନ ସେ 7 ଦିନ ପାଇଁ ଘରେ ସଂଗରୋଧ ଭାବରେ ଅଛନ୍ତି।

ସେହିପରି ବିଜେପି ରାଜ୍ୟ ସଭାପତି ଭି.ଡି ଶର୍ମା ଏବଂ ବିଭାଗୀୟ ସଂଗଠନ ମନ୍ତ୍ରୀ ଆଶୁତୋଷ ତିୱାରୀ ମଧ୍ୟ କୋରୋନାରେ ଆକ୍ରାନ୍ତ ହୋଇଥିଲେ । ଚିକିତ୍ସା ପରେ ଉଭୟଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଥିଲା।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.