ETV Bharat / bharat

କୋରୋନା ମୁକାବିଲା: ରାଜ୍ୟରେ ଆୟୁର୍ବେଦ ଔଷଧ ବାଣ୍ଟିବେ ଶିବରାଜ ସରକାର

author img

By

Published : Apr 28, 2020, 9:42 AM IST

କୋରୋନାରେ ପ୍ରଭାବିତ ମଧ୍ୟପ୍ରଦେଶ ବାସୀଙ୍କ ରୋଗ ପ୍ରତିରୋଧକ ଶକ୍ତି ବଢାଇବା ପାଇଁ ସରକାର ଜୀବନ ଅମୃତ ଯୋଜନା ଆରମ୍ଭ କରିଛନ୍ତି । ଏହି ଯୋଜନା ଅନ୍ତର୍ଗତ ସହରାଞ୍ଚଳ ଓ ଗ୍ରାମାଞ୍ଚଳ ଲୋକଙ୍କୁ ମାଗଣାରେ କାଢା ବଣ୍ଟାଯିବ ।

CM shivraj singh chauhan
ଶିବରାଜ ସରକାର

ଭୋପାଳ: କୋରୋନାରେ ପ୍ରଭାବିତ ହୋଇଥିବା ମଧ୍ୟପ୍ରଦେଶ ବାସୀଙ୍କ ରୋଗ ପ୍ରତିରୋଧକ ଶକ୍ତି ବଢାଇବା ପାଇଁ ସରକାର ଜୀବନ ଅମୃତ ଯୋଜନା ଆରମ୍ଭ କରିଛନ୍ତି । ଏହି ଯୋଜନା ଅନ୍ତର୍ଗତ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ମାଗଣାରେ କାଢା ବଣ୍ଟାଯିବ ।

ସୋମବାର ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଏହି ଘୋଷଣା କରିଛନ୍ତି । ଜୀବନ ଅମୃତ ଯୋଜନା ଅଧୀନରେ ମଧ୍ୟପ୍ରଦେଶର ଲଘୁ ବନୋପଜ ସଂଘ ଦ୍ବାରା ଆୟୁଷ ବିଭାଗର ସହଯୋଗରେ 50 ଗ୍ରାମ ଲେଖାଏଁ ପ୍ୟାକେଟ ପ୍ରସ୍ତୁତ କରାଯାଇଛି । ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳର ଏକ କୋଟି ଲୋକଙ୍କୁ ମାଗଣାରେ ଏହା ବଣ୍ଟନ କରାଯିବ ।

ଏହି ଯୋଜନା ଆରମ୍ଭ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, କୋରୋନା ସଙ୍କଟରେ ପ୍ରତ୍ୟେକ ବ୍ୟକ୍ତିଙ୍କ ରୋଗ ପ୍ରତିରୋଧକ ଶକ୍ତି ବଢାଇବା ଅତ୍ୟନ୍ତ ଜରୁରୀ ଅଟେ, ଯାହା ଦ୍ବାରା ଏହି ଭାଇରସ ଆମ ଉପରେ ପ୍ରଭାବ ପକାଇବ ନାହିଁ।

ସେ କହିଛନ୍ତି, ଯେ ଆମ ଋଷି ଓ ବୈଦ୍ୟ ଆୟୁର୍ବେଦରେ ଔଷଧ ପ୍ରସ୍ତୁତ କରିଛନ୍ତି, ଯାହା ଆମର ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ ଏବଂ ଆମକୁ ସୁସ୍ଥ ରଖେ। ଆୟୁଷ ବିଭାଗ ଦ୍ବାରା ପ୍ରସ୍ତୁତ ସ୍ବତନ୍ତ୍ର କାଢା ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ ଅତ୍ୟନ୍ତ ପ୍ରଭାବଶାଳୀ । ଏହାକୁ ଦିନକୁ ତିନିରୁ ଚାରିଥର ପିଇଲେ ରୋଗ ପ୍ରତିରୋଧକ ଶକ୍ତି ବଢିଥାଏ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.