ETV Bharat / bharat

କୋରୋନା ଭ୍ୟାକ୍ସିନର ବିକାଶ କରୁଛନ୍ତି ମଧ୍ୟପ୍ରଦେଶ ଝିଅ - coronavirus

ଭାରତୀୟ ବୈଜ୍ଞାନିକ ଦେଖାଇବେ କମାଲ । କୋରୋନା ଭ୍ୟାକ୍ସିନର ବିକାଶ କରୁଛନ୍ତି ମଧ୍ୟପ୍ରଦେଶ ଝିଅ ଡ.ହିମାଂଶ । ଅଧିକ ପଢନ୍ତୁ...

mp girl developing corona  vaccine
କୋରୋନା ଭ୍ୟାକ୍ସିନର ବିକାଶ କରୁଛନ୍ତି ମଧ୍ୟପ୍ରଦେଶ ଝିଅ
author img

By

Published : Mar 31, 2020, 10:13 PM IST

ଭୋପାଳ: ସାରାଦେଶ କୋରୋନା କାୟରେ କବଳିତ ଥିବା ବେଳେ ଏହାର ନିରାକରଣ ପାଇଁ ମଧ୍ୟ କୌଣସି ଔଷଧ ବାହାରିପାରିନାହିଁ। ତେବେ ଅକ୍ସଫୋର୍ଡ କ୍ୟାମ୍ବ୍ରିଜ ବିଶ୍ବବିଦ୍ୟାଳୟର ଜଣେ ବୈଜ୍ଞାନିକ ଭ୍ୟାକ୍ସିନର ବିକାଶ କରୁଥିବା କହିଛନ୍ତି ।

ମଧ୍ୟପ୍ରଦେଶ ଚମ୍ବାଲା ଅଞ୍ଚଳର ଡ.ହିମାଂଶା କୋଭିଡ19ର ଭ୍ୟାକ୍ସିନ ତିଆରି କରିବା ଆରମ୍ଭ କରିଥିବା ଇଟିଭି ଭାରତକୁ ସୂଚନା ଦେଇଛନ୍ତି । ତେବେ କେବେ ଏହି ଭ୍ୟାକ୍ସିନ ବଜାରକୁ ଆସିବ ଏବଂ ଏହାଦ୍ବାରା କୋରୋନା ରୋଗୀ ସୁସ୍ଥ ହୋଇପାରିବେ କି ନାହିଁ ସେନେଇ ଉଠିଛି ପ୍ରଶ୍ନ ।

ତେବେ ଡ.ହିମାଂଶ କହିଛନ୍ତି ଏହି ରୋଗରୁ ବର୍ତ୍ତିବା ପାଇଁ ନିଜକୁ ସର୍ବଦା ସ୍ବଚ୍ଛ ରଖନ୍ତୁ । ପ୍ରତି ଘଣ୍ଟାରେ ନିଜ ହାତ ଧୁଅନ୍ତୁ । ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ଗାଇଡଲାଇନକୁ ଫଲୋ କରନ୍ତୁ । ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ସାମାଜିକ ଦୂରତ୍ବ ବଜାୟ ରଖନ୍ତୁ ବୋଲି ଜନତାଙ୍କୁ ବାର୍ତ୍ତା ଦେଇଛନ୍ତି । ଏଥିରୁ ମୁକ୍ତି ପାଇବା ପାଇଁ ପ୍ରାୟ 35ଟି ଫାର୍ମାସିଟ୍ୟୁକାଲ କମ୍ପାନୀ ଏବଂ 7ଶହ ଇନଷ୍ଚିଚ୍ୟୁସନ ଭ୍ୟାକ୍ସିନ ତିଆରି ନେଇ ପ୍ରୟାସ ଜାରି ରଖିଛନ୍ତି ।

ଆମ ଟିମ ବିଶେଷ କରି ଏହି ଭୂତାଣୁକୁ ଆସ କରିବା ନେଇ ଭ୍ୟାକ୍ସିନର ବିକାଶ କରୁଛି । ପ୍ରଫେସର ସାରା ଗିଲର୍ଟଙ୍କ ପରିଚାଳନାରେ ଟିମ କାମ କରୁଛି ।ଏହି ଭ୍ୟାକ୍ସିନ କୋରୋନା ଭୂତାଣୁ ସାରା ବିଶ୍ବରୁ ହଟାଇବା ପାଇଁ ନିଶ୍ଚୟ ସହାୟକ ହେବ । ପ୍ରଥମେ ଏହି ଭ୍ୟାକ୍ସିନ ଗୋଟିଏ ମୂଷାର ପରୀକ୍ଷା କରାଯିବ । ଏହାପରେ ମନୁଷ୍ୟ ଶରୀରରେ ଇନଜେକ୍ସନ ଦ୍ବାରା ଦିଆଯିବ ବୋଲି କହିଛନ୍ତି ଡ.ହିମାଂଶ ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.