ETV Bharat / bharat

ମଧ୍ୟପ୍ରଦେଶ ମହାଡ୍ରାମା: ବେଙ୍ଗାଲୁରୁରେ ଦିଗ୍‌ବିଜୟ ଗିରଫ !

author img

By

Published : Mar 18, 2020, 8:28 AM IST

Updated : Mar 18, 2020, 8:59 AM IST

ମଧ୍ୟପ୍ରଦେଶ କଂଗ୍ରେସର ବିଦ୍ରୋହୀ ବିଧାୟକ ରହୁଥିବା ହୋଟେଲ ସାମ୍ନାରେ ଧାରଣା ଦେଇ ଗିରଫ ହେଲେ କଂଗ୍ରେସ ନେତା ଦିଗ୍‌ବିଜୟ ସିଂହ । ଅଧିକ ପଢନ୍ତୁ...

MP crisis
ମଧ୍ୟପ୍ରଦେଶ ମହାଡ୍ରାମା: ବେଙ୍ଗାଲୁରୁରେ ଦିଗ୍‌ବିଜୟ ଗିରଫ !

ବେଙ୍ଗାଲୁରୁ: ମଧ୍ୟପ୍ରଦେଶ କଂଗ୍ରେସର ବିଦ୍ରୋହୀ ବିଧାୟକ ରହୁଥିବା ହୋଟେଲ ସାମ୍ନାରେ ଧାରଣା ଦେବା ପଡିଲା ମହଙ୍ଗା । ସୁରକ୍ଷା ଦୃଷ୍ଟିରୁ କଂଗ୍ରେସ ନେତା ଦିଗ୍‌ବିଜୟ ସିଂହଙ୍କୁ (ପ୍ରିଭେଣ୍ଟିଭ୍‌ ଆରେଷ୍ଟ) ଗିରଫ କଲା ପୋଲିସ ।

ବିଧାୟକମାନଙ୍କ ସହିତ ପୋଲିସ ତାଙ୍କୁ ଭେଟ କରିଦେଉନଥିବା ଅଭିଯୋଗ କରି ହୋଟେଲ ସାମ୍ନାରେ ସେ ଧାରଣାରେ ବସିଥିଲେ । ସେ ରାଜ୍ୟସଭା ପ୍ରାର୍ଥୀ ହୋଇଥିବାରୁ ବିଧାୟକଙ୍କ ସମର୍ଥନ ହାସଲ କରିବାକୁ ସେମାନଙ୍କୁ ଭେଟିବାକୁ ଚାହୁଁଥିବା ଦର୍ଶାଇ ଧାରଣା ଦେଇଥିଲେ ଦିଗ୍‌ବିଜୟ । ତେବେ ପୋଲିସ ସୁରକ୍ଷା ଦୃଷ୍ଟିରୁ ତାଙ୍କୁ ଗିରଫ କରିଥିବା ଜଣାପଡିଛି ।

ସୂଚନାଥାଉକି, ମଧ୍ୟପ୍ରଦେଶର କମଲନାଥ ସରକାରେ ଅସନ୍ତୁଷ୍ଟ ହୋଇ 22 ଜଣ ବିଧାୟକ ଇସ୍ତଫା ଦେଇଛନ୍ତି । ସେଥିମଧ୍ୟରୁ ବାଚସ୍ପତି 6 ଜଣଙ୍କ ଇସ୍ତଫା ଗ୍ରହଣ କରିଛନ୍ତି । ଅନ୍ୟପଟେ ସରକାରଙ୍କ ପାଖରେ ସଂଖ୍ୟାଗରିଷ୍ଠତା ନଥିବା ଦର୍ଶାଇ ବିଜେପି, ବିଧାନସଭାରେ ସରକାର ବହୁମତ ପରୀକ୍ଷା କରନ୍ତୁ ବୋଲି ଦାବି କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Mar 18, 2020, 8:59 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.