ଭୋପାଳ: ମେଡିକାଲରେ ଭର୍ତ୍ତି ହୋଇଛନ୍ତି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲନାଥ । ଶନିବାର ସକାଳୁ ହମିଦିଆ ହସପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଛି । ହାତ ଆଙ୍ଗୁଠିରେ ସମସ୍ୟା ଥିବାରୁ ଅପରେସନ ପାଇଁ ମେଡିକାଲରେ ସେ ଭର୍ତ୍ତି ହୋଇଥିବା ସୂଚନା ରହିଛି ।
ସକାଳ ପ୍ରାୟ 11ଟା ସମୟରେ ତାଙ୍କ ଆଙ୍ଗୁଠିର ଅପରେସନ ହୋଇଛି । ଅପରେସନ ହେବା ପରେ କିଛି ଘଣ୍ଟା ପାଇଁ ତାଙ୍କୁ ପର୍ଯ୍ୟବେକ୍ଷଣରେ ରଖାଯାଇଛି । ତେବେ ତାଙ୍କ ସ୍ବାସ୍ଥ୍ୟ ବର୍ତ୍ତମାନ ସ୍ଥିର ଥିବା ମେଡିକାଲ କର୍ତ୍ତୃପକ୍ଷ କହିଛନ୍ତି । ଅନ୍ୟପଟେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ଚୌହାନ ଟ୍ବିଟ୍ କରି କମଲନାଥଙ୍କ ଆରୋଗ୍ୟ ପାଇଁ କାମନା କରିଛନ୍ତି ।