ETV Bharat / bharat

ଝାବୁଆ ଉପନିର୍ବାଚନ: ପ୍ରଚାରରେ ମିଳୁନି ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ଦର୍ଶନ - MP by election

ମଧ୍ୟ ପ୍ରଦେଶର ଝାବୁଆ ଜିଲ୍ଲାରେ ହେବାକୁ ଥିବା ଉପନିର୍ବାଚନ ପାଇଁ ରାଜ୍ୟରେ କ୍ଷମତାସୀନ କଂଗ୍ରେସ ପକ୍ଷରୁ ଚାଲିଛି ଜୋରଦାର ପ୍ରଚାର। ହେଲେ କଂଗ୍ରେସ ସାଧାରଣ ସମ୍ପାଦକ ତଥା ଦଳର ଜଣାଶୁଣା ଚେହେରା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ପ୍ରଚାର ମୈଦାନରେ ଦେଖିବାକୁ ମିଳୁନାହିଁ। ଯାହା କଂଗ୍ରେସର ମଧ୍ୟ ପ୍ରଦେଶ ରାଜ୍ୟଶାଖାରେ ଥିବା ଫାଟକୁ ଦର୍ଶାଉଛି।

ଫାଇଲ ଫଟୋ
author img

By

Published : Oct 18, 2019, 12:41 PM IST

ଭୋପାଳ: ମଧ୍ୟ ପ୍ରଦେଶର ଝାବୁଆ ଜିଲ୍ଲାରେ ହେବାକୁ ଥିବା ଉପନିର୍ବାଚନ ପାଇଁ ରାଜ୍ୟରେ କ୍ଷମତାସୀନ କଂଗ୍ରେସ ପକ୍ଷରୁ ଚାଲିଛି ଜୋରଦାର ପ୍ରଚାର। ଏହି ନିର୍ବାଚନ ପାଇଁ ଅକ୍ଟୋବର 21 ତାରିଖ ସୋମବାର ମତଦାନ ଅନୁଷ୍ଠିତ ହେବାକୁ ଯାଉଛି। ହେଲେ ବର୍ତ୍ତମାନ କଂଗ୍ରେସ ସାଧାରଣ ସମ୍ପାଦକ ତଥା ଦଳର ଜଣାଶୁଣା ଚେହେରା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ପ୍ରଚାର ମୈଦାନରେ ଦେଖିବାକୁ ମିଳୁନାହଁ।

ଦଳୀୟ ଷ୍ଟାର ପ୍ରଚାରକଙ୍କ ତାଲିକାରେ ତାଙ୍କ ନାମ ଥିଲେ ମଧ୍ୟ ତାଙ୍କୁ ଏପର୍ଯ୍ୟନ୍ତ ପ୍ରଚାର ମୈଦାନରେ ଦେଖିବାକୁ ମିଳିନାହିଁ। ଯାହାକି କଂଗ୍ରେସର ମଧ୍ୟପ୍ରଦେଶ ରାଜ୍ୟଶାଖାରେ ଥିବା ଫାଟକୁ ଦର୍ଶାଉଛି। ସିନ୍ଧିଆ 2018 ବିଧାନସଭା ଓ 2019 ଲୋକସଭା ନିର୍ବାଚନରେ ରାଜ୍ୟରେ ନିଜ ଦଳର ପ୍ରଚାର ମଙ୍ଗ ଧରିଥିବା ବେଳେ ଚଳିତ ଉପନିର୍ବାଚନରେ ତାଙ୍କର ଦର୍ଶନ ନମିଳିବା ରାଜନୈତିକ ଅଳିନ୍ଦୁରେ ଚର୍ଚ୍ଚାର ଖୋରାକ ଯୋଗାଇଛି। ତେବେ ସେ ମହାରାଷ୍ଟ୍ରରେ ପ୍ରଚାର କରୁଥିବା ଦେଖିବାକୁ ମିଳୁଥିବା ବେଳେ ନିଜ ରାଜ୍ୟରେ କାହିଁକି ପ୍ରଚାର କରୁନାହାଁନ୍ତି ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ରାଜନୈତିକ ସମୀକ୍ଷକ।

ତେବେ ମଧ୍ୟପ୍ରଦେଶ କଂଗ୍ରେସ କମିଟି(ଏମପିସିସି) ସଭାପତି ହେବାକୁ ଆଗ୍ରହୀ ଥିବାବେଳେ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ କମଲନାଥ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂ ଏହି ପଦକୁ ଦଳର ଅନ୍ୟତମ ବରିଷ୍ଠ ନେତା ଅଜୟ ସିଂଙ୍କୁ ଦେବାକୁ ପ୍ରସ୍ତାବ ଦେଇଛନ୍ତି। ଯାହା ତାଙ୍କୁ ନିରାଶ କରିଥିବା କୁହାଯାଉଛି। ଯେଉଁଥିପାଇଁ ସେ ଝାବୁଆ ଉପନିର୍ବାଚନରେ ପ୍ରଚାର କରୁନଥିବା ଚର୍ଚ୍ଚା ହେଉଛି।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.