ନୂଆଦିଲ୍ଲୀ: ରାଜ୍ୟସଭାରେ ଉଠିବ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କୁ ଭାରତ ରତ୍ନ ପ୍ରଦାନର ଦାବି । ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉପରେ ଆଲୋଚନା ପାଇଁ ନୋଟିସ୍ ଦେଇଛନ୍ତି ବିଜେଡି ସାଂସଦ ଅମର ପଟ୍ଟନାୟକ ।
ପୂର୍ବରୁ ରାଜ୍ୟ ଓ ରାଜ୍ୟ ବାହାରେ ବିଜେଡି ଏହି ଦାବି କରୁଥିବାବେଳେ ଏନେଇ ଶୂନ୍ୟକାଳରେ ଆଲୋଚନା ପାଇଁ ଆଜି ଅମର ପଟ୍ଟନାୟକ ଏହି ନୋଟିସ ଦେଇଛନ୍ତି । ସୂଚନାଥାଉକି, ଗତକାଲି(ଗୁରୁବାର) ବିଜୁ ପଟ୍ଟନାୟକଙ୍କ 104 ତମ ଜୟନ୍ତୀ ଥିଲା ।
ବିଜୁ ପଟ୍ଟନାୟକଙ୍କ ରାଜ୍ୟ ତଥା ଦେଶ ପାଇଁ ଅତୁଳନୀୟ ଅବଦାନ ଥିବାରୁ ତାଙ୍କୁ ଏହି ସମ୍ମାନ ପ୍ରଦାନ କରିବାକୁ ଅନେକ ସମୟରେ ଦାବି ହୋଇ ଆସୁଛି ।
ସୌଜନ୍ୟ: ANI