ETV Bharat / bharat

'ଏକ ମାସ୍କ-ଅନେକ ଜିନ୍ଦେଗୀ' ଅଭିଯାନରେ 413 ମାସ୍କ ବ୍ୟାଙ୍କ ଗଠନ - ମହାମାରୀ କୋରୋନା

ନାଗରିକମାନଙ୍କୁ କୋରୋନା ସଂକ୍ରମଣରୁ ରକ୍ଷା କରିବା ଉଦ୍ଦେଶ୍ୟରେ 'ଏକ ମାସ୍କ-ଅନେକ ଜିନ୍ଦେଗୀ' ଅଭିଯାନ ଅଧୀନରେ ଏପର୍ଯ୍ୟନ୍ତ 413 ମାସ୍କ ବ୍ୟାଙ୍କ ପ୍ରତିଷ୍ଠା କରାଯାଇଛି। ସ୍ବେଚ୍ଛାସେବୀ ସଂଗଠନ, ଜନ ପ୍ରତିନିଧୀ ଏବଂ ନାଗରିକଙ୍କ ସହାୟତାରେ ମାସ୍କ ବ୍ୟାଙ୍କ ଗଠନ କରାଯାଇଛି। ଅଧିକ ପଢନ୍ତୁ...

'ଏକ ମାସ୍କ-ଅନେକ ଜିନ୍ଦେଗୀ' ଅଭିଯାନ ଅଧୀନରେ 413 ମାସ୍କ ବ୍ୟାଙ୍କ ଗଠନ

author img

By

Published : Aug 5, 2020, 4:47 PM IST

ଭୋପାଳ: ସାରାବିଶ୍ବକୁ ବର୍ତ୍ତମାନ କବଳିତ କରି ରଖିଛି ମହାମାରୀ କୋରୋନା । ଏନେଇ ନାଗରିକଙ୍କୁ କୋରୋନା ସଂକ୍ରମଣରୁ ରକ୍ଷା କରିବା ଉଦ୍ଦେଶ୍ୟରେ 'ଏକ ମାସ୍କ-ଅନେକ ଜିନ୍ଦେଗୀ' ଅଭିଯାନ ଅଧୀନରେ ଏପର୍ଯ୍ୟନ୍ତ 413 ମାସ୍କ ବ୍ୟାଙ୍କ ପ୍ରତିଷ୍ଠା କରାଯାଇଛି। ସ୍ବେଚ୍ଛାସେବୀ ସଂଗଠନ, ଜନ ପ୍ରତିନିଧୀ ଏବଂ ନାଗରିକଙ୍କ ସହାୟତାରେ ମାସ୍କ ବ୍ୟାଙ୍କ ଗଠନ କରାଯାଇଛି। କୋରୋନା ସଂକ୍ରମଣକୁ ରୋକିବା ପାଇଁ ମାସ୍କ ହେଉଛି ସରଳ ଏବଂ ଶସ୍ତା ମାଧ୍ୟମ ବୋଲି ସହରାଞ୍ଚଳ ବିକାଶ ଏବଂ ଆବାଶ ମନ୍ତ୍ରୀ ଭୁପେନ୍ଦ୍ର ସିଂ କହିଛନ୍ତି ।

ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଅଭିଯାନରେ ବିଭିନ୍ନ ଅନୁଷ୍ଠାନ ଏବଂ ନାଗରିକଙ୍କ ଦ୍ୱାରା ଏକ ଲକ୍ଷ 30 ହଜାରରୁ ଅଧିକ ମାସ୍କ ଦାନ କରାଯାଇଛି । ସେଥିମଧ୍ୟରୁ ପ୍ରାୟ ଏକ ଲକ୍ଷ 15 ହଜାର ମାସ୍କ ବଣ୍ଟନ କରାଯାଇଛି । କେବଳ ଇନ୍ଦୋର ସହରରେ ସ୍ବେଚ୍ଛାସେବୀଙ୍କ ଦ୍ୱାରା 16 ହଜାର ମାସ୍କ ଦିଆଯାଇଥିଲା । ଏହି ଅଭିଯାନରେ ପ୍ରାୟ 600 ସ୍ୱୟଂ ସହାୟକ ଗୋଷ୍ଠୀ ଅଂଶଗ୍ରହଣ କରୁଛନ୍ତି ।

ଏହି ସମୟରେ, ମଧ୍ୟପ୍ରଦେଶରେ ଗତ 24 ଘଣ୍ଟା ମଧ୍ୟରେ 797 ଟି ନୂଆ ମାମଲା ରିପୋର୍ଟ ହେବା ପରେ ରାଜ୍ୟରେ COVID-19 ମାମଲା ପ୍ରାୟ 35 ହଜାର 82 କୁ ବୃଦ୍ଧି ପାଇଛି। ଗୋଟିଏ ଦିନରେ 12 ଜଣଙ୍କ ମୃତ୍ୟୁ ସହିତ ସଂକ୍ରମଣରେ ମୋଟ ମୃତ୍ୟୁସଂଖ୍ୟା 912 କୁ ବୃଦ୍ଧି ପାଇଛି । ରାଜ୍ୟ ସ୍ୱାସ୍ଥ୍ୟ ବୁଲେଟିନ୍ ଅନୁଯାୟୀ ଗତକାଲି 1 ହଜାର 315 କରୋନାଭାଇରସ୍ ରୋଗୀଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.