ETV Bharat / bharat

ଫ୍ୟାସନ ଶୋ'ରେ ଟ୍ରାଫିକ ସଚେତନତା ବାର୍ତ୍ତା

author img

By

Published : Sep 22, 2019, 2:35 PM IST

ଗୁଜରାଟର ଭଦଦୋରାରେ ଆୟୋଜିତ ଏକ ଫ୍ୟାସନ ଶୋରେ ଦେଖିବାକୁ ମିଳିଥିଲା କିଛି ନିଆରା ଦୃଶ୍ୟ । କୁନି କୁନି ପିଲାମାନେ ମୋଟର ଭେଇକିଲ ଆକ୍ଟ ବା ମୋଟର ଯାନ ଆଇନ ସମ୍ପର୍କରେ ସଚେତନ କରାଇଥିଲେ ।

ଫଟୋ ସୌଜନ୍ୟ- ଏଏନଆଇ

ଗାନ୍ଧୀନଗର: ଚଳିତ ମାସ ପହିଲାରୁ ଦେଶରେ ଲାଗୁ ହୋଇଛି ମୋଟର ଯାନ ଆଇନ-2019 । ଏହି ଆଇନ ବଳରେ ଯିଏ ଟ୍ରାଫିକ ନିୟମ ନମାନିବ ସେ ଗଣିବ ତଣ୍ଡ । ତେବେ ଏତେ ହଡବଡିରେ ଲାଗୁ ହୋଇଥିବା ଏହି ଆଇନ ପାଇଁ ଲୋକେ ବି ନାହିଁନଥିବାର ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ମୋଟା ଅଙ୍କର ତଣ୍ଡ ଗଣିବା ସହ ଜେଲ ଦଣ୍ଡ ବି ମିଳିଛି । ତେବେ ଏହାକୁ ନେଇ ଜନସାଧାରଣଙ୍କୁ ବିଭିନ୍ନ ଉପାୟରେ ସଚେତନ କରାଯାଉଛି ।

ସେହି ଆଧାରରେ ଗୁଜରାଟର ଭଦଦୋରାରେ ଆୟୋଜିତ ଏକ ଫ୍ୟାସନ ଶୋରେ ଦେଖିବାକୁ ମିଳିଥିଲା ଏମିତି କିଛି ନିଆରା ଦୃଶ୍ୟ । କୁନି କୁନି ପିଲାମାନେ ମୋଟର ଭେଇକିଲ ଆକ୍ଟ ବା ମୋଟର ଯାନ ଆଇନ ସମ୍ପର୍କରେ ସଚେତନ କରାଇଥିଲେ ।

ହାତରେ ପ୍ଲାକାର୍ଡ ଧରି ଟ୍ରାଫିକ ପୋଲିସ ବେଶଭୂଷାରେ ଜନସାଧାରଣଙ୍କୁ ସଚେତନ କରାଇଥିଲେ । କାହିଁକି ଟ୍ରାଫିକ ନିୟମ ମାନିବା ଦରକାର, ନିୟମ ମାନିବା ଦ୍ବାରା କଣ ଫାଇଦା ମିଳେ ସେନେଇ ଫ୍ୟାସନ ଶୋ ମାଧ୍ୟମରେ ହିଁ ସଚେତନତା ବାର୍ତ୍ତା ଦେଇଛନ୍ତି କୁନି କୁନି ଛାତ୍ରଛାତ୍ରୀ ।

ତେବେ ପ୍ରତିବର୍ଷ ସଡକ ଦୁର୍ଘଟଣାରେ ଅନେକ ଧନଜୀବନ ହାନି ହେଉଥିବାକୁ ଦୃଷ୍ଟିରେ ରଖି କେନ୍ଦ୍ର ଏହି ନିଷ୍ପତ୍ତି ନେବା ପରେ ପ୍ରାୟ ସବୁ ରାଜ୍ୟରେ ଏହି ନିୟମ ଲାଗୁ ହୋଇଛି । ହେଲେ ପଶ୍ଚିମବଙ୍ଗ ରାଜ୍ୟ ଏହି ନିୟମକୁ ମାନିବାକୁ ଅମଙ୍ଗ ହୋଇଛି ।

Intro:Body:

ଗୁଜରାଟର ଭଦଦୋରାରେ ଆୟୋଜିତ ଏକ ଫ୍ୟାସନ ଶୋରେ ଦେଖିବାକୁ ମିଳିଥିଲା କିଛି ନିଆରା ଦୃଶ୍ୟ । କୁନି କୁନି ପିଲା ମାନେ ମୋଟର ଭେଇକିଲ ଆକ୍ଟ ବା ମୋଟର ଯାନ ଆଇନ ସମ୍ପର୍କରେ ସଚେତନ କରାଇଥିଲେ ।

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.