ETV Bharat / bharat

ମରଣ ମୁହଁରୁ ଛୁଆକୁ ପାଇ ମଣିଷ ପାଲଟିଗଲା ମା’ ମାଙ୍କଡ, ଦେଖନ୍ତୁ ଭିଡିଓ

author img

By

Published : Mar 1, 2020, 8:57 PM IST

ଆନ୍ଧ୍ରପ୍ରଦେଶ କୃଷ୍ଣା ଜିଲ୍ଲା ନନ୍ଦିଗାମା ସହରରେ ଏକ ଛୁଆ ମାଙ୍କଡ ବିଦ୍ୟୁତ୍ ତାରରେ ଫସିଯାଇଥିଲା | ତେବେ ଛୁଆ ମାଙ୍କଡକୁ ସୁସ୍ଥ ଦେଖି ମଣିଷ ଭଳି ନିଜ ଭାବନାକୁ ପ୍ରକାଶ କରିଥିଲା ମା’ ।

Mothers Love-Langur Survived
ମରଣ ମୁହଁରୁ ନିଜ ଛୁଆକୁ ପାଇ ଆଲିଙ୍ଗନ କଲା ମା ମାଙ୍କଡ

ଅମରାବତୀ: ମା’ର ମମତା ଦୁନିଆରେ ନିଆରା | ଏହା ମଣିଷ କ୍ଷେତ୍ରରେ ହେଉ କିମ୍ବା ପଶୁପକ୍ଷୀଙ୍କ କ୍ଷେତ୍ରରେ ସବୁଠି ସମାନ ଦୃଶ୍ୟ । ଯଦି ନିଜ ପିଲା ସହ କିଛି ଘଟିଯାଏ, ସବୁଠୁ ଅଧିକ ବିଚଳିତ ମା ହୋଇଥାଏ । ଠିକ୍ ଏହିପରି ଏକ ଛୁଆ ମାଙ୍କଡ ବିଦ୍ୟୁତ୍ ତାରରେ ଫସିଯିବା ପରେ ବହୁ କଷ୍ଟରେ ତାକୁ ଉଦ୍ଧାର କରିଥିଲା ମା’ ମାଙ୍କଡ | ଆଉ ତାପରେ ଯାହା ଘଟିଥିଲା ସେଠାରେ ଥିବା ସମସ୍ତେ ଆଶ୍ଚର୍ଯ୍ୟ ହୋଇଯଇଥିଲେ । ନିଜ ଛୁଆକୁ ଆଲିଙ୍ଗନ କରି ଖୁସିରେ ଗଦଗଦ ହୋଇ ପଡିଥିଲା ମା ମାଙ୍କଡ |

ସୂଚନା ଅନୁଯାୟୀ, ଆନ୍ଧ୍ରପ୍ରଦେଶ କୃଷ୍ଣା ଜିଲ୍ଲା ନନ୍ଦିଗାମା ସହରରେ କିଛି ମାଙ୍କଡ ଏ ଘରୁ ସେ ଘରକୁ ଡେଇଁ ଖେଳୁଥିଲେ | ହଠାତ୍ ଏକ ଛୁଆ ମାଙ୍କଡ ବିଦ୍ୟୁତ୍ ତାରରେ ଫସିଯାଇଥିଲା | ବିଦ୍ୟୁତ ଆଘାତ ଲାଗିବାରୁ ଛୁଆ ମାଙ୍କଡଟି ନିଶ୍ତେଜ ହୋଇଯାଇଥିଲା | କିନ୍ତୁ କିଛି କରିନପାରି କେବଳ ବିକଳ ହୋଇ ନିଜ ଛୁଆକୁ ଚାହିଁ ରହିଥିଲା ମା’।

ତେବେ ଏହି ସବୁ ଦୃଶ୍ୟ ସ୍ଥାନୀୟ ଲୋକମାନେ ଦେଖି ବିଦ୍ୟୁତ୍ ବିଭାଗକୁ ଖବର ଦେଇଥିଲେ। ଏହାପରେ ବିଦ୍ୟୁତ ବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ପ୍ରଥମେ ବିଦ୍ୟୁତ୍ ଯୋଗାଣକୁ ବନ୍ଦ କରିବା ସହ ଛୁଆ ମାଙ୍କଡଟିକୁ ଉଦ୍ଧାର କରିଥିଲେ । ତେବେ ଛୁଆ ମାଙ୍କଡଟି ଚେତାଶୂନ୍ୟ ଥିବାରୁ ତାକୁ ପ୍ରାଣୀ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ।

ଏପଟେ ଛୁଆ ମାଙ୍କଡର ଫେରିବା ବାଟକୁ ଚାହିଁ ଏକ ପାଚେରୀରେ ବସି ରହିଥିଲା ମା ମାଙ୍କଡ । ଶେଷରେ ନିଜ ଛୁଆକୁ ସୁସ୍ଥ ହୋଇ ଫେରିବା ଦେଖି ମାଙ୍କଡଟି ନିଜ ଛୁଆକୁ ଖୁସିରେ ଆଲିଙ୍ଗନ କରିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.