ହାଇଦ୍ରାବାଦ: ମା ସାଜିଲା ହତ୍ୟାକାରୀ । ନିଜ ଜନ୍ମକଲା ଦୁଇ ପୁଅଙ୍କୁ ନିଆଁରେ ପୋଡି କଲା ହତ୍ୟା । ଏଭଳି ଏକ ଲୋମହର୍ଷଣକାରୀ ଘଟଣା ଘଟିଛି ଆନ୍ଧ୍ରପ୍ରଦେଶର କୁରନୁଲ ଜିଲ୍ଲାରେ ।
ସୂଚନାନୁଯାୟୀ, ମା' ପଦ୍ମାବତୀ ତାର 4 ବର୍ଷର ପୁଅ ମନୋଜ କୁମାର ଓ 5 ବର୍ଷର ପୁଅ ସଞ୍ଜିବକୁ ନିଆଁ ଲଗାଇ ପୋଡି ମାରିବାକୁ ଚେଷ୍ଟା କରୁଥିବାବେଳେ ଏହାକୁ ପଡୋଶୀ ଦେଖିଦେଇଥିଲେ । ସଙ୍ଗେସଙ୍ଗେ ଉଭୟ ଶିଶୁଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ହେଲେ ଉଭୟଙ୍କୁ ଶରୀର ଅତ୍ୟଧିକ ଜଳିଯାଇଥିବା ଯୋଗୁଁ ଚିକିତ୍ସା ସମୟରେ ହିଁ 2 ଶିଶୁଙ୍କର ମୃତ୍ୟୁ ହୋଇଥିଲା ।
ତେବେ ଘରୋଇ କଳିକୁ ନେଇ ମା' ପଦ୍ମାବତୀ ଏପରି କାଣ୍ଡ ଘଟାଇଥିବା ଜଣାପଡିଛି । ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି ।