ETV Bharat / bharat

ମଧ୍ୟପ୍ରଦେଶ ମହାଡ୍ରାମା: ବେଙ୍ଗାଲୁରୁରୁ ଦିଲ୍ଲୀ ସ୍ଥାନାନ୍ତରଣ ହେଉଛନ୍ତି ବିଦ୍ରୋହୀ କଂଗ୍ରେସ ବିଧାୟକ - ମଧ୍ୟପ୍ରଦେଶ ରାଜନୀତି

ମଧ୍ୟପ୍ରଦେଶ କଂଗ୍ରେସର ସମସ୍ତ 19 ବିଦ୍ରୋହୀ ବିଧାୟକ ଓ ମନ୍ତ୍ରୀ ଶୁକ୍ରବାର ବେଙ୍ଗାଲୁରୁ ରିସର୍ଟରେ ଚାରି ଦିନ ରହିବା ପରେ ଏଠାରୁ ସ୍ଥାନାନ୍ତର ହୋଇଛନ୍ତି । ସୂଚନାନୁସାରେ, ବିଦ୍ରୋହୀ ବିଧାୟକମାନଙ୍କୁ ଦିଲ୍ଲୀ ନିଆଯାଉଛି । ଅଧିକ ପଢନ୍ତୁ...

ଫାଇଲ ଫଟୋ
ଫାଇଲ ଫଟୋ
author img

By

Published : Mar 13, 2020, 10:51 PM IST

ବେଙ୍ଗାଲୁରୁ: ମଧ୍ୟପ୍ରଦେଶ ରାଜନୀତିରେ ମହାଡ୍ରାମା । ସଦ୍ୟତମ ସୂଚନା ଅନୁସାରେ ମଧ୍ୟପ୍ରଦେଶ କଂଗ୍ରେସର ସମସ୍ତ 19 ବିଦ୍ରୋହୀ ବିଧାୟକ ଓ ମନ୍ତ୍ରୀ ଶୁକ୍ରବାର ବେଙ୍ଗାଲୁରୁ ରିସର୍ଟରେ ଚାରି ଦିନ ରହିବା ପରେ ଏଠାରୁ ସ୍ଥାନାନ୍ତର ହୋଇଛନ୍ତି । ସୂଚନାନୁସାରେ, ବିଦ୍ରୋହୀ ବିଧାୟକମାନଙ୍କୁ ଦିଲ୍ଲୀ ନିଆଯାଉଛି, ଯେଉଁଠାରୁ ସେମାନଙ୍କୁ ଗୁରୁଗ୍ରାମର ଏକ ହୋଟେଲକୁ ନିଆଯିବାର ସମ୍ଭାବନା ରହିଛି ।

କର୍ଣ୍ଣାଟକ କଂଗ୍ରେସର ସୂତ୍ରରୁ ପ୍ରକାଶ, ମଧ୍ୟପ୍ରଦେଶର 19 ଜଣ ବିଧାୟକ ଶୁକ୍ରବାର ବେଙ୍ଗାଲୁରୁରୁ ତିନିଟି ଚାଟାର୍ଡ ​​ବିମାନରେ ଉଡାଣ କରିଥିଲେ । ମାତ୍ର କେଉଁ ବିମାନରେ ସେମାନେ ଯାଇଥିଲେ ସେ ସମ୍ପର୍କରେ କୌଣସି ସୂଚନା ନଥିବା କୁହାଯାଉଛି ।

ବିଦ୍ରୋହୀ ବିଧାୟକ ସୋମବାର ରାତିରୁ ବେଙ୍ଗାଲୁରୁର ପ୍ରସିଦ୍ଧ ଗଲ୍ଫସାୟାର ରିସର୍ଟରେ ରହିଲେ । ଶୁକ୍ରବାର ବିଧାୟକଙ୍କୁ ପ୍ରଥମେ ବେଙ୍ଗାଲୁରୁରୁ ଭୋପାଳ ଓ ପରେ ନୂଆଦିଲ୍ଲୀକୁ ଦୁଇଟି ପୃଥକ ବିମାନ ଅଣାଯିବ ବୋଲି କୁହାଯାଉଛି । ଏହା ପରଠାରୁ ବିଧାୟକ ତଥା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ସମର୍ଥକ ରିସୋର୍ଟରେ ରହିଆସୁଥିଲେ।

ଏହି ବିଦ୍ରୋହୀ ବିଧାୟକମାନେ ବୁଧବାର ମଧ୍ୟପ୍ରଦେଶ ବିଧାନସଭା ବାଚସ୍ପତିଙ୍କ ନିକଟକୁ ଇସ୍ତଫା ଦେଇଥିଲେ । ଏମାନଙ୍କ ମଧ୍ୟରୁ 6 ଜଣ ମଧ୍ୟପ୍ରଦେଶର କମଲ ନାଥଙ୍କ ନେତୃତ୍ବ କଂଗ୍ରେସ ସରକାରରେ ମନ୍ତ୍ରୀ ଥିଲେ ।

ଏଠାରେ ସୂଚନା ଯୋଗ୍ୟ ଯେ, ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ କଂଗ୍ରେସରୁ ଇସ୍ତଫା ଓ 22 ବିଧାୟକଙ୍କ ଇସ୍ତଫା ପରେ କମଳନାଥ ସରକାର ସଙ୍କଟ ସ୍ଥିତିରେ ରହିବା ସହ କମଳନାଥ ସରକାର ଭାଙ୍ଗିବା ଆଶଙ୍କା ସର୍ବାଧିକ ରହିଛି ।

@IANS

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.