ETV Bharat / bharat

ଅନାଇ ବସିଛି ବିଶ୍ବ: ପ୍ରକାଶ ପାଇବ ବହୁ ପ୍ରତିକ୍ଷିତ ଏନଆରସି ତାଲିକା - ଜାତୀୟ ନାଗରିକ ପଞ୍ଜୀକରଣ

ଆସାମରେ ଚାଲିଥିବା ଜାତୀୟ ନାଗରିକ ପଞ୍ଜୀକରଣ ବା ନ୍ୟାସନାଲ ରେଜିଷ୍ଟର ଅଫ ସିଟିଜେନ୍ସ (ଏନଆରସି)ର ଚୂଡାନ୍ତ ତାଲିକା ପ୍ରକାଶନର ଶେଷ ତାରିଖ ଅଗଷ୍ଟ 31 । ଏହି ଏନଆରସି ପ୍ରକାଶନର ଶେଷ ତାରିଖ ଜୁଲାଇ ୩୧ ଥିଲା । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ତାହାକୁ ଅଗଷ୍ଟ ୩୧କୁ ବୃଦ୍ଧି କରାଯାଇଥିଲା । ତେବେ ଆସନ୍ତା 31 ତାରିଖ ଏକ ଐତିହାସିକ ଦିନ ରୂପେ ପରିଗଣିତ ହେବାକୁ ଯାଉଛି ।

ଡିଜାଇନ ଫଟୋ
author img

By

Published : Aug 30, 2019, 7:41 PM IST

ଗୌହାଟି: ଆସାମରେ ଚାଲିଥିବା ଜାତୀୟ ନାଗରିକ ପଞ୍ଜୀକରଣ ବା ନ୍ୟାସନାଲ ରେଜିଷ୍ଟର ଅଫ ସିଟିଜେନ୍ସ (ଏନଆରସି)ର ଚୂଡାନ୍ତ ତାଲିକା ପ୍ରକାଶନର ଶେଷ ତାରିଖ ଅଗଷ୍ଟ 31 । ଏହାକୁ ନେଇ ଆରମ୍ଭ ହୋଇଯାଇଛି କଳ୍ପନା ଜଳ୍ପନା । ତେବେ ଅଗଷ୍ଟ 31 ଏକ ଐତିହାସିକ ଦିନ ରୂପେ ପରିଗଣିତ ହେବାକୁ ଯାଉଥିବାରୁ ସମଗ୍ର ବିଶ୍ବର ନଜର ଏବେ ଏହା ଉପରେ ।

ବହୁ ପ୍ରତିକ୍ଷିତ ଏନଆରସି ତାଲିକା

ତେବେ ଚାଲନ୍ତୁ ଜାଣିବା ଏହି ଏନଆରସି ବା ଜାତୀୟ ନାଗରିକ ପଞ୍ଜୀକରଣର ସବିଶେଷ ତଥ୍ୟ...

ତଥାକଥିତ ଅବୈଧ ଭାବେ ଆସାମରେ ପ୍ରବେଶ କରିଥିବା ବାଂଲାଦେଶୀଙ୍କ ବିରୋଧରେ ଜନ ଆନ୍ଦୋଳନରୁ ଆରମ୍ଭ ହୋଇଥିଲା ଏହି ଏନଆରସି ପ୍ରକ୍ରିୟା । ଏହି ଜନ ଆନ୍ଦୋଳନ 6 ବର୍ଷ ଧରି ଲାଗିରହିଥିଲା । ତେବେ ଦିନକୁ ଦିନ ଜନ ଆନ୍ଦୋଳନ ତୀବ୍ର ହେବାରୁ 1986ରେ ଆସାମ ଆକର୍ଡ ଚୁକ୍ତି ସ୍ବାକ୍ଷରିତ ହୋଇଥିଲା । କେନ୍ଦ୍ର ସରକାର, ଆସାମ ଏବଂ ବିଭିନ୍ନ ସଂଗଠନ ମଧ୍ୟରେ ଏହି ରାଜିନାମା ସ୍ବାକ୍ଷର ହୋଇଥିଲା । ଏଥିରେ ଆସାମ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ଧାରା 6 A ଅନୁଯାୟୀ ଏହି ପ୍ରାବଧାନ ଅନୁସାରେ ଯଦି ଆପଣ 1966 ଜାନୁଆରୀ ପହିଲା ପୂର୍ବରୁ ଆସାମରେ ରହି ଆସିଛନ୍ତି ତେବେ ଆପଣ ଭାରତୀୟ ନାଗରିକ । ସେହିଭଳି ଯିଏ 1966ରୁ 1971 ମାର୍ଚ୍ଚ 25 ମଧ୍ୟରେ ଆସାମରେ ରହିଛନ୍ତି, ତାଙ୍କୁ 10 ବର୍ଷ ପରେ ଭାରତୀୟ ନାଗରିକତ୍ବର ପରିଚୟ ମିଳିବା ନେଇ ବ୍ୟବସ୍ଥା ହୋଇଥିଲା ।

ହେଲେ 1971 ମସିହା ପରେ ଯେଉଁମାନେ ଭାରତରେ ପ୍ରବେଶ କରିଛନ୍ତି, ସେମାନଙ୍କୁ ଅବୈଧ ଅନୁପ୍ରବେଶକାରୀ ବୋଲି କୁହାଯିବ । କାରଣ ସେହି ସମୟରେ ବାଂଲାଦେଶରେ ମୁକ୍ତି ସଂଗ୍ରାମ ଦେଖିବାକୁ ମିଳିଥିଲା । ଯାହାଫଳରେ ବାଂଲାଦେଶୀମାନେ ଅବୈଧ ଅନୁପ୍ରବେଶ କରିଥିଲେ । ତେବେ ଏହି କାରଣରୁ ଏନଆରସି ଆଇନ କରାଯାଇଛି ।

ଆସାମରେ ଏହା ପ୍ରଥମ ଏନଆରସି ଆଇନ ନୁହେଁ । ପ୍ରଥମ ଥର ପାଇଁ 1951ରେ ଫାଷ୍ଟ ଏନଆରସି ଆକ୍ଟ ଆସିଥିଲା । ପରେ 2005ରେ ତତ୍କାଳିନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବସିଥିଲା । ଏଥିରେ ଆସାମ ସରକାର ଓ ସମସ୍ତ ଷ୍ଟୁଡେଣ୍ଟ ୟୁନିୟନ ସାମିଲ ହୋଇଥିଲେ । ତେବେ ଏହି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିଲା ଯେ, ଆସାମର ଏହି ଏନଆରସିକୁ ଅପଡେଟ କରାଯିବା ଦରକାର ।

ତେବେ ଏହାରି ଭିତରେ କିଛି ପ୍ରକ୍ରିୟା ଚାଲୁ ରହିଥିବା ବେଳେ 2009 ରେ ପ୍ରଥମଥର ସୁପ୍ରିମକୋର୍ଟ ଏହି ମାମଲାରେ ନିଜେ ହସ୍ତକ୍ଷେପ କରିଥିଲେ । ଶୁଣାଣି ପରେ 2014 ରେ ଆସାମ ସରକାରଙ୍କୁ ଶୀଘ୍ର ଏହି ଏନଆରସି ପ୍ରକ୍ରିୟା ପୂରା କରିବାକୁ ସର୍ବୋଚ୍ଚ କୋର୍ଟ ଆଦେଶ ଦିଅନ୍ତି । ଏହା ପରେ 2015 ଯାଏଁ ସୁପ୍ରିମ କୋର୍ଟ ଏହି ସମ୍ବେଦନଶୀଳ ପ୍ରକ୍ରିୟା ଉପରେ ନିଜର ରଖନ୍ତି ।

ପରେ ଏହି ପ୍ରକ୍ରିୟା ଚାଲୁଥିବା ବେଳେ, ସୁପ୍ରିମକୋର୍ଟ ଏକ ଗୁରୁତ୍ବପୂର୍ଣ୍ଣ ଶୁଣାଣି କରି ସରକାରଙ୍କ ହାତରୁ କ୍ଷମତା ନେଇ ନିଜକୁ ନାଗରିକତ୍ବ ପରିଚୟ ଦେବାକୁ ସମସ୍ତ କ୍ଷମତା ସାଧାରଣ ଲୋକଙ୍କ ହାତକୁ ଟେକି ଦେଇଥିଲେ। ଯେତେବେଳେ 2017 ଡିସେମ୍ବର 31 ରେ ପ୍ରଥମ ଏନଆରସି ତାଲିକା ପ୍ରକାଶ ପାଇଲା ସେଥିରେ ପ୍ରାୟ 3 କୋଟିରୁ ଅଧିକ ଲୋକ ନିଜକୁ ଆସାମ ନାଗରିକ ଭାବେ ଦାବି କରିଥିଲେ । ମାତ୍ର 30 ଜୁଲାଇ 2018ରେ ପ୍ରକାଶ ପାଇଥିବା ଚୂଡାନ୍ତ ତାଲିକାରେ 40 ଲକ୍ଷ ଲୋକ ଏଥିରୁ ବାଦ ପଡିଥିଲେ ।

ଶେଷରେ ଚଳିତ ବର୍ଷ ଜୁନ 26ରେ ପ୍ରକାଶ ପାଇଥିବା ଅତିରିକ୍ତ ଏନଆରସି ତାଲିକାରେ ପ୍ରାୟ 1 ଲକ୍ଷରୁ ଅଧିକ ଲୋକଙ୍କୁ ତାଲିକାରୁ ବାଦ କରାଗଲା ।

ତେବେ ଅଗଷ୍ଟ 31 ବା ଆସନ୍ତାକାଲି ପ୍ରାୟ 41 ଲକ୍ଷ ଲୋକଙ୍କ ଭବିଷ୍ୟତ କଣ ହେବ ତାହା ଉପରେ ସମସ୍ତଙ୍କ ନଜର ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Intro:Body:

NRC 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.