ଡେରାଡୁନ: ଦେଶରେ କୋରୋନା ସଂକ୍ରମଣ ଦୃତ ଗତିରେ ମାଡି ଚାଲିଛି । ତେବେ ଦକ୍ଷିଣ ଦିଲ୍ଲୀରେ ଆୟୋଜିତ ତବଲିଗୀ ଧର୍ମସଭାରେ ସାମିଲ ହୋଇଥିବା ଅନେକ ଏହି ରୋଗରେ ଆକ୍ରାନ୍ତ ହେବା ସହ ସାରା ଦେଶର ବିଭିନ୍ନ ରାଜ୍ୟରେ ସଂକ୍ରମଣକୁ ଅଧିକ ବୃଦ୍ଧି କରୁଥିବା କୁହାଯାଇଛି । ତେଣୁ ଏନେଇ ସମସ୍ତଙ୍କର ପରୀକ୍ଷା କରାଯାଉଛି। ସବୁ ରାଜ୍ୟରେ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଉଛି ।
ଏଭଳି ସ୍ଥିତିରେ ସମସ୍ତ ମନ୍ଦିର, ଚର୍ଚ୍ଚ, ମସଜିଦ ମଧ୍ୟ ବନ୍ଦ ରଖାଯାଇଛି । ତେବେ ଉତ୍ତରାଖଣ୍ଡ ମୁସଲିମ ଧର୍ମଗୁରୁ ସୟଦ ମହମ୍ମଦ ଅହମ୍ମଦ କାଜମି କହିଛନ୍ତି ଯେ, ମସଜିଦ ବର୍ତ୍ତମାନ ବନ୍ଦ ରହିବ ଏବଂ ମୁଁ ଲୋକମାନଙ୍କୁ ସେମାନଙ୍କ ଘରେ ପ୍ରାର୍ଥନା କରିବାକୁ ଅନୁରୋଧ କରୁଛି । ମୁଁ ସମସ୍ତଙ୍କୁ ନିବେଦନ କରିବାକୁ ଚାହୁଁଛି ଯେ ଲକଡାଉନ୍ ଅନୁସରଣ କରନ୍ତୁ ଏବଂ ସାମାଜିକ ଦୂରତା ବଜାୟ ରଖନ୍ତୁ ।
@ANI