ETV Bharat / bharat

'ସୁପ୍ରିମକୋର୍ଟ ରାୟ ଆମ ସପକ୍ଷରେ ନାହିଁ, କମିଟି ଉପରେ କୃଷକ ବିଚାର କରନ୍ତୁ'

author img

By

Published : Jan 12, 2021, 10:37 PM IST

କୃଷି ଆଇନକୁ ନେଇ ସୁପ୍ରିମକୋର୍ଟର ରାୟ କେନ୍ଦ୍ର ସରକାରଙ୍କ ସପକ୍ଷରେ ନାହିଁ । କୋର୍ଟ ଗଠନ କରିଥିବା କମିଟି ଉପରେ କୃଷକ ମାନେ ବିଚାର କରନ୍ତୁ ବୋଲି କୃଷି ରାଷ୍ଟ୍ରମନ୍ତ୍ରୀ କୈଳାଶ ଚୌଧୁରୀ କହିଛନ୍ତି । ଅଧିକ ପଢନ୍ତୁ...

mos agriculture kailash choudhary on sc verdict on farm laws
'ସୁପ୍ରିମକୋର୍ଟ ରାୟ ଆମ ସପକ୍ଷରେ ନାହିଁ, କମିଟି ଉପରେ କୃଷକ ବିଚାର କରନ୍ତୁ'

ନୂଆଦିଲ୍ଲୀ: ସୁପ୍ରିମକୋର୍ଟର ରାୟ କେନ୍ଦ୍ର ସରକାରଙ୍କ ସପକ୍ଷରେ ନାହିଁ । କୋର୍ଟ ଗଠନ କରିଥିବା କମିଟି ଉପରେ କୃଷକ ମାନେ ବିଚାର କରନ୍ତୁ ବୋଲି କୃଷି ରାଷ୍ଟ୍ରମନ୍ତ୍ରୀ କୈଳାଶ ଚୌଧୁରୀ କହିଛନ୍ତି ।

ନୂତନ କୃଷି ଆଇନକୁ ନେଇ କେନ୍ଦ୍ର ସରକାର ଓ ବିଭିନ୍ନ କୃଷକ ସଂଗଠନ ମଧ୍ୟରେ ଜାରୀ ରହିଥିବା ଛକାପଞ୍ଛା ମଧ୍ୟରେ ମଙ୍ଗଳବାର ସୁପ୍ରିମକୋର୍ଟ ଏହାକୁ ନେଇ ରାୟ ଶୁଣାଇଛନ୍ତି । ଏହି ନୂତନ ଆଇନକୁ ଲାଗୁ ନ କରିବା ପାଇଁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛି ସୁପ୍ରିମକୋର୍ଟ ଏବଂ ଚାରି ଜଣିଆ କମିଟି ଗଠନ କରିଛନ୍ତି । କୃଷି ରାଷ୍ଟ୍ରମନ୍ତ୍ରୀ କୈଳାଶ ଚୌଧୁରୀ କହିଛନ୍ତି ଯେ ନୂତନ କୃଷି ଆଇନର ବିରୋଧକୁ ନେଇ ସୁପ୍ରିମକୋର୍ଟ ନିରପେକ୍ଷ କମିଟି ଗଠନ କରିଛନ୍ତି । ଏହି କମିଟି ସାରା ଦେଶର ଚାଷୀମାନଙ୍କ ମତାମତ ଓ କୃଷି ବିଶେଷଜ୍ଞ ମାନଙ୍କ ମତ ନେଇ ରିପୋର୍ଟ ପ୍ରସ୍ତୁତ କରିବେ ବୋଲି କହିଛନ୍ତି । ଆଉ ମଧ୍ୟ କହିଛନ୍ତି ଯେ ସରକାର ଆଲୋଚନା ପାଇଁ ପ୍ରସ୍ତୁତ ରହିଛନ୍ତି । ଆଗାମୀ 15 ତାରିଖରେ କୃଷକ ସଂଘ ଓ ସରକାରଙ୍କ ମଧ୍ୟରେ ଆଲୋଚନା ହେବ । ଏହି ବୈଠକରେ କୃଷକ ଯାହା କରିବେ ତାହା ସଂଘ ନିଷ୍ପତ୍ତି ନେବା ଆବଶ୍ୟକ ବୋଲି କହିଛନ୍ତି ।

ସୂଚନା ଥାଉକି କେନ୍ଦ୍ର ସରକାରଙ୍କ ତିନୋଟି ବିବାଦୀୟ କୃଷି ଆଇନର କାର୍ଯ୍ୟକାରିତାକୁ ସୁପ୍ରିମକୋର୍ଟ ସ୍ଥଗିତ ରଖିଛନ୍ତି। ଏହି ସମସ୍ୟାର ସମାଧାନ ପାଇଁ କମିଟି ଗଠନ ସହିତ ମଙ୍ଗଳବାର ସୁପ୍ରିମକୋର୍ଟ ଏହି ନିଷ୍ପତ୍ତି ଦେଇଛନ୍ତି। ଏହି କମିଟିରେ ଭାରତୀୟ କୃଷକ ସଂଘର ଜିତେନ୍ଦ୍ର ସିଂ ମାନ୍, ଡକ୍ଟର ପ୍ରମୋଦ କୁମାର ଯୋଶୀ, ଅଶୋକ ଗୁଲାଟି (କୃଷି ବିଶେଷଜ୍ଞ) ଏବଂ ଅନିଲ ଶେତକାରିଙ୍କ ସମେତ ମୋଟ 4 ଜଣଙ୍କୁ ସାମିଲ କରାଯିବ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.