ETV Bharat / bharat

ଗଲୱାନ ବିବାଦ ପରେ ଉତ୍ତରାଖଣ୍ଡରେ ସେନା ମୁତୟନ ବୃଦ୍ଧି - ଉତ୍ତରାଖଣ୍ଡର ଗେଲଡୁଙ୍ଗରେ ଚୀନ୍ ସୀମା

ଚୀନ ସହ ଲାଗିଥିବା ସମସ୍ତ ସୀମାରେ ସେନା ମୁତୟନ ବୃଦ୍ଧି କରାଯାଇଛି । ଉତ୍ତରାଖଣ୍ଡର ଗେଲଡୁଙ୍ଗରେ ଚୀନ୍ ସୀମା ଆଡକୁ ସେନା ନିୟୋଜନ ବଢାଯାଇଥିବା ଜଣାପଡିଛି । ଅଧିକ ପଢନ୍ତୁୁ...

ଗଲୱାନ ବିବାଦ ପରେ ଚୀନ୍ ସୀମାରେ ବଢିଲା ସେନା ମୁତୟନ

author img

By

Published : Jun 19, 2020, 6:07 PM IST

ଚାମୋଲି(ଉତ୍ତାରଖଣ୍ଡ): ଲଦାଖର ଗଲୱାନ ଉପତ୍ୟକାରେ ଭାରତୀୟ ଏବଂ ଚୀନ୍ ଯବାନଙ୍କ ମଧ୍ୟରେ ହୋଇଥିବା ହିଂସାକାଣ୍ଡ ପରେ ସାରା ଦେଶରେ ଉତ୍ତେଜନା ଦେଖାଦେଇଛି । ଏହି ଅବସରରେ ଚୀନ ସହ ଲାଗିଥିବା ସମସ୍ତ ସୀମାରେ ସେନା ମୁତୟନ ବୃଦ୍ଧି କରାଯାଇଛି । ଉତ୍ତରାଖଣ୍ଡର ଗେଲଡୁଙ୍ଗରେ ଚୀନ୍ ସୀମା ଆଡକୁ ସେନା ନିୟୋଜନ ବଢାଯାଇଥିବା ଜଣାପଡିଛି ।

ଗ୍ରାମବାସୀଙ୍କ କହିବାନୁସାରେ ପୂର୍ବରୁ ଗାମଶାଲି, ମାଲାରି ଏବଂ ନିତି ନିକଟ କ୍ୟାମ୍ପରେ ଥିବା ଯବାନ ବର୍ତ୍ତମାନ ନିତୀଠାରୁ 25 କିଲୋମିଟର ଦୂରରେ ଥିବା ଗେଲଡୁଙ୍ଗରେ ନିୟୋଜିତ ହୋଇଛନ୍ତି । ବର୍ତ୍ତମାନ ନିତି ନିକଟସ୍ଥ ଭିମଲାସ୍ ଚେକ-ପୋଷ୍ଟରେ କେବଳ ପାଞ୍ଚ ଜଣ ଯବାନ ରହିଛନ୍ତି । ଯେବେକି ପୂର୍ବରୁ ଏଠାରେ 75 ଜଣ ଆଇଟିବିପି ଏବଂ ଭାରତୀୟ ଯବାନ ମୁତୟନ ଥିଲେ । ଏବେ ସେମାନଙ୍କୁ ଚୀନ୍ ସୀମା ଆଡେ ମୁତୟନ କରାଯାଇଥିବା ଜଣାପଡିଛି ।

ସେହିପରି ଉତ୍ତରାଖଣ୍ଡର ନେଲୋଙ୍ଗ ଉପତ୍ୟକାର ଇଣ୍ଡୋ-ଚୀନ୍ ସୀମାରେ ଇଣ୍ଡୋ-ତିବ୍ବେତାନ ବର୍ଡର ପୋଲିସ ଏବଂ ଭାରତୀୟ ଯବାନଙ୍କ ଅଧିକ ୟୁନିଟ୍ ମୁତୟନ ହୋଇଛି । ପୂର୍ବରୁ ଗଲୱାନ୍ ଉପତ୍ୟକାରେ ସୋମବାର ବିଳମ୍ବିତ ରାତ୍ରିରେ ଭାରତ-ଚୀନ୍ ସେନା ମଧ୍ୟରେ ସଙ୍ଘର୍ଷ ଘଟି ଭାରତର ପ୍ରାୟ 20 ଯବାନ ଶହୀଦ ହୋଇଥିଲେ । ସେହିପରି ଚୀନ୍ ସେନାର 43 ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ରହିଛି । ପରିସ୍ଥିତିକୁ ସୁଧାରିବା ପାଇଁ ବର୍ତ୍ତମାନ ଦୁଇ ପକ୍ଷର ବରିଷ୍ଠ ସୈନିକମାନେ ଘଟଣାସ୍ଥଳରେ ବୈଠକ ଜାରି ରଖିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.