ନୂଆଦିଲ୍ଲୀ: ଚଳିତ ବର୍ଷ ଜୁଲାଇ 1ତାରିଖରୁ ଆରମ୍ଭ ହେବାକୁ ଯାଉଛି ଅମରନାଥ ଯାତ୍ରା । ଆଉ ଏଥିପାଇଁ ପଞ୍ଜିକରଣ କରିଛନ୍ତି 1.10ଲକ୍ଷରୁ ଊର୍ଦ୍ଧ୍ବ ଶ୍ରଦ୍ଧାଳୁ । ପ୍ରତିବର୍ଷ ଲକ୍ଷ ଲକ୍ଷ ଭକ୍ତ ଅମରନାଥ ଯାତ୍ରା କରୁଥିବାବେଳେ ଜମ୍ମୁ କାଶ୍ମୀର ରାଜ୍ୟପାଳ ଗତ ସପ୍ତାହରେ ଏବର୍ଷ ପାଇଁ ଅନଲାଇନ ପଞ୍ଜିକରଣ ପ୍ରକ୍ରିୟା ଆରମ୍ଭ କରିଥିଲେ ।
ତେବେ ବାର୍ଷିକ ଅମରନାଥକୁ ବାଲଟାଲ ଓ ଚନ୍ଦନବାଡି ମାର୍ଗ ଦେଇ ଯାଉଥିବା ଭକ୍ତଙ୍କ ପାଇଁ ପଞ୍ଜିକରଣ ପ୍ରକ୍ରିୟା ଗତ ଏପ୍ରିଲ 2ରୁ ଆରମ୍ଭ ହୋଇଯାଇଥିଲା । ବିନା ଅନୁମତିରେ କୌଣସି ଯାତ୍ରୀଙ୍କୁ ଅମରନାଥ ଯାତ୍ରା କରିବାକୁ ଅନୁମତି ଦିଆଯିବନାହିଁ । ତେବେ ଶ୍ରଦ୍ଧାଳୁମାନଙ୍କ ପଞ୍ଜିକରଣ ପାଇଁ 29 ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶରେ ଥିବା 32 ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ, ଜମ୍ମୁ କାଶ୍ମୀର ବ୍ୟାଙ୍କ ଓ ୟେସ ବ୍ୟାଙ୍କର ପ୍ରାୟ 440 ଶାଖାରେ ଆରମ୍ଭ ହୋଇଛି ।
ପ୍ରକାଶ ଥାଉକି, 46 ଦିବସୀୟ ଅମରନାଥ ଯାତ୍ରା ଜୁଲାଇ 1ତାରିଖରୁ ଆରମ୍ଭ ହୋଇ ଅଗଷ୍ଟ 15 ତାରିଖରେ ଶେଷ ହେବ ।