ETV Bharat / bharat

ଯୋଗୀ ସରକାରଙ୍କ ପ୍ରୟାସ, କୋଟାରୁ ବସ୍ ଯୋଗେ ଫେରିଲେ 7500 ଛାତ୍ର

author img

By

Published : Apr 19, 2020, 12:09 PM IST

ରାଜସ୍ଥାନ କୋଟା ସହରରେ ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା ପାଇଁ ଅଧ୍ୟୟନ କରୁଥିବା ଉତ୍ତରପ୍ରଦେଶର 7,500 ରୁ ଅଧିକ ଛାତ୍ରଙ୍କୁ ବିଶେଷ ବସ୍ ସାହାଯ୍ୟରେ ନିଜ ନିଜ ଘରକୁ ପଠାଯାଇଛି ।

7500 students from kot
କୋଟାରୁ ବସ୍ ଯୋଗେ ଫେରିଲେ 7500 ଛାତ୍ର

ଜୟପୁର: ରାଜସ୍ଥାନ କୋଟା ସହରରେ ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା ପାଇଁ ଅଧ୍ୟୟନ କରୁଥିବା ଉତ୍ତରପ୍ରଦେଶର 7,500 ରୁ ଅଧିକ ଛାତ୍ରଙ୍କୁ ବିଶେଷ ବସ୍ ସାହାଯ୍ୟରେ ନିଜ ନିଜ ଘରକୁ ପଠାଯାଇଛି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଦ୍ବାରା ଏହି ସୁବିଧା କରାଯାଇଥିଲା ।

ପ୍ରକାଶଥାଉକି, କୋଟାରେ ଉତ୍ତରପ୍ରଦେଶର ବିଭିନ୍ନ ଜିଲ୍ଲାର ପ୍ରାୟ 8,000 ଛାତ୍ରଛାତ୍ରୀ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି । କିନ୍ତୁ ବସ୍ ସୁବିଧା କରାଯାଉଥିବା ଖବର ପାଇ ପ୍ରାୟ 10,000 ଛାତ୍ରଛାତ୍ରୀ ପହଞ୍ଚିଥିଲେ ।

କୋଟା ଜିଲ୍ଲା ପ୍ରଶାସନର ସହଯୋଗରେ ଏହି କାର୍ଯ୍ୟ କରିବା ପାଇଁ ନିୟୋଜିତ ଆଲେନ୍ କ୍ୟାରିଅର୍ ଇନଷ୍ଟିଚ୍ୟୁଟର ଜଣେ ଅଧିକାରୀ ନୀତେଶ ଶର୍ମା କହିଛନ୍ତି ଯେ, ଶନିବାର ରାତି ସୁଦ୍ଧା ପ୍ରାୟ 7500 ହଜାର ଛାତ୍ରଛାତ୍ରୀ 170 ଟି ବସରେ ନିଜ ଘରକୁ ଫେରିଛନ୍ତି। ବାକି ରହିଯାଇଥିବା ଛାତ୍ରଛାତ୍ରୀଙ୍କୁ ରବିବାର ସକାଳେ ପଠାଯିବ ’।

ଉତ୍ତରପ୍ରଦେଶ ସରକାର ଶୁକ୍ରବାର 250 ବସ କୋଟା ପଠାଇଛନ୍ତି। ଅନୁମାନ କରାଯାଉଥିଲା ଯେ, ସହରରେ ପ୍ରାୟ 7,500 ଛାତ୍ରଛାତ୍ରୀ ଅଛନ୍ତି, କିନ୍ତୁ ଯାତ୍ରା ବ୍ୟବସ୍ଥା ବିଷୟରେ ସୂଚନା ପାଇବା ପରେ 3ଟି ସ୍ଥାନରେ ବହୁ ସଂଖ୍ୟାରେ ଛାତ୍ର ଏକତ୍ରିତ ହୋଇଥିଲେ।

ଘରକୁ ଆସିବାକୁ ଚାହୁଁଥିବା ସମସ୍ତ ଛାତ୍ରଙ୍କ ପାଇଁ ବସ ସଂଖ୍ୟା ପର୍ଯ୍ୟାପ୍ତ ନୁହେଁ, କିନ୍ତୁ କରିଆ ଜନସମ୍ପର୍କ ବିଭାଗର ଡେପୁଟି ଡାଇରେକ୍ଟର ହରିୟମ ଗୁରୁବାର କହିଛନ୍ତି, ଅଭାବ ହେଲେ ଅଧିକ ଯାନବାହନ ଚଳାଚଳ କରିବ ବୋଲି ଉତ୍ତରପ୍ରଦେଶ ସରକାର ନିଶ୍ଚିତ କରିଛନ୍ତି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.