ETV Bharat / bharat

75ରୁ ଉର୍ଦ୍ଧ୍ବ ଦିଲ୍ଲୀ ପୋଲିସ କୋରୋନା ପଜିଟିଭ

ପୋଲିସ ମଧ୍ୟରେ କୋରୋନା ମାମଲା ବୃଦ୍ଧିପାଇବା ପରେ ଦିଲ୍ଲୀ ପୋଲିସ ନିଜ କର୍ମଚାରୀଙ୍କୁ ଦିଲ୍ଲୀ ବାହାରକୁ ନ ପଠାଇବା ପାଇଁ ସରକାରୀ ବିଦ୍ୟାଳୟର ଅନେକ କୋଠାକୁ ବାରାକ ଭାବେ ପ୍ରସ୍ତୁତ କରିଛି ।ଅଧିକ ପଢନ୍ତୁ...

75 Delhi police are corona positive
75ରୁ ଉର୍ଦ୍ଧ୍ବ ଦିଲ୍ଲୀ ପୋଲିସ ପଜିଟିଭ୍
author img

By

Published : May 6, 2020, 5:46 PM IST

ନୂଆଦିଲ୍ଲୀ: ଦେଶରେ ଭୟଙ୍କର ମହାମାରୀ କୋରୋନା ଭାଇରସ ତାର କାୟ ବିସ୍ତାର ଜାରି ରଖିଛି। ଦିନକୁ ଦିନ ହଜାର ହଜାର ନୂଆ ମାମଲା ଆସୁଛି । ରାଜଧାନୀ ଦିଲ୍ଲୀରେ ଏପର୍ଯ୍ୟନ୍ତ 5 ହଜାରରୁ ଅଧିକ କୋରୋନା ଆକ୍ରାନ୍ତ ମାମଲାର ସୂଚନା ମିଳିଛି। ତେବେ ସବୁଠୁ ବଡ କଥା ହେଉଛି 75ରୁ ଅଧିକ ଦିଲ୍ଲୀ ପୋଲିସ କର୍ମଚାରୀ ମଧ୍ୟ କୋରୋନା ପଜିଟିଭ ବୋଲି ଜଣାପଡିଛି । ଏଥିରେ କନଷ୍ଟେବଳ ପଦବୀରୁ ଇନ୍ସପେକ୍ଟର ପର୍ଯ୍ୟନ୍ତ ଅଧିକାରୀ ସମସ୍ତେ ଅନ୍ତର୍ଭୁକ୍ତ ।

75 Delhi police are corona positive
75ରୁ ଉର୍ଦ୍ଧ୍ବ ଦିଲ୍ଲୀ ପୋଲିସ ପଜିଟିଭ୍

କୋରୋନା ପଜିଟିଭ ଥିବା ପୋଲିସ ମଧ୍ୟରେ ତବଲିଗି ଜମାତ ମାମଲାର ତଦନ୍ତ କରୁଥିବା କ୍ରାଇମ୍ ଶାଖା ଦଳର 5 ଜଣ ଅଛନ୍ତି। ପୋଲିସ ଷ୍ଟେସନରେ ପୋଷ୍ଟିଂ କରାଯାଇଥିବା, ସ୍ବତନ୍ତ୍ର ଶାଖାରେ ପୋଷ୍ଟିଂ କରାଯାଇଥିବା ଏବଂ ଅନ୍ୟ ବିଭାଗରେ ପୋଷ୍ଟିଂ କରାଯାଇଥିବା ପୋଲିସ୍ କର୍ମଚାରୀଙ୍କୁ କୋରୋନା ସଂକ୍ରମଣ ହୋଇଛି।

ପୋଲିସ ମଧ୍ୟରେ କୋରୋନା ମାମଲା ବୃଦ୍ଧିପାଇବା ପରେ ଦିଲ୍ଲୀ ପୋଲିସ ନିଜ କର୍ମଚାରୀଙ୍କୁ ଦିଲ୍ଲୀ ବାହାରକୁ ନ ପଠାଇବା ପାଇଁ ସରକାରୀ ବିଦ୍ୟାଳୟର ଅନେକ କୋଠାକୁ ବାରାକ ଭାବେ ପ୍ରସ୍ତୁତ କରିଛି । ଯାହାଫଳରେ ପୋଲିସ ଡ୍ୟୁଟି ପରେ ଏହି ଘରେ ସେମାନେ ରହିପାରିବ।

ସୂଚନାନୂସାରେ, ରାଜଧାନୀ ଦିଲ୍ଲୀରେ ଏପର୍ଯ୍ୟନ୍ତ 5 ହଜାର 104 ସଂକ୍ରମଣ ମାମଲା ରିପୋର୍ଟ ହୋଇଛି। ଏଥିସହ 64 ଜଣଙ୍କର ମୃତ୍ୟୁ ଘଟିଛି । ରାଜ୍ୟରେ 1ହଜାର 468 ଲୋକ ମଧ୍ୟ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.