ବେଇରା: ତାଣ୍ଡବ ରଚିଛି ଦକ୍ଷିଣ ଆଫ୍ରିକୀୟ ପ୍ରଳୟଙ୍କାରୀ ବାତ୍ୟା । ଶନିବାର ମୋଜାମ୍ବିକରେ ହୋଇଥିବା ଏହି ବାତ୍ୟାରେ ମୃତ୍ୟୁସଂଖ୍ୟା 732ରେ ପହଞ୍ଚିଛି । ନରସଂହାର କରୁଥିବା ଏହି ବାତ୍ୟା ହଜାର ହଜାର ଲୋକଙ୍କୁ ବେଘର କରିଦେଇଛି । ଅଧିକାଂଶ ଲୋକ ଜୀବନ ବଞ୍ଚାଇବା ପାଇଁ ଘରର ଛାତ ଓ ଗଛ ଉପରେ ଆଶ୍ରୟ ନେଇଛନ୍ତି ।
ଗତ ସପ୍ତାହରେ ମୋଜାମ୍ବିକର ବନ୍ଦର ସହର ବେଇରାରେ ଘଣ୍ଟା ପ୍ରତି ୧୭୦ କିଲୋମିଟର ବେଗରେ ପବନ ବୋହିବା ଆରମ୍ଭ ହୋଇ ଜିମ୍ବାୱେ ଏବଂ ମାଲାୱି ଆଡ଼କୁ ମୁହାଁଇଥିଲା। ଝଡର ପ୍ରଭାବ ଏତେ ପ୍ରଖର ଥିଲା ଯେ, ଅନେକ ଘର ଧ୍ବସଂ ହୋଇଯାଇଥିଲା । ଏହାସହ ହଜାର ହଜାର ଲୋକଙ୍କ ଜୀବନକୁ ବିପଦସଙ୍କୁଳ ପରିସ୍ଥିତି ଆଡକୁ ଟାଣି ନେଇଥିଲା ।
ଝଡର ପରବର୍ତ୍ତୀ ସମୟର ସ୍ଥିତି ବଦୁଳିଥିବା ସେଠାକାର ପରିବେଶ ବିତ୍ତ ସେଲସୋ କୋରିଆ କହିଛନ୍ତି । କିନ୍ତୁ ଦୁଃଖର ବିଷୟ ଏହିକି ଯେ ମୃତ୍ୟୁସଂଖ୍ୟା ବଢିବାରେ ଲାଗିଛି । ପୂର୍ବରୁ 242 ଥିବା ମୃତ୍ୟୁ ସଂଖ୍ୟା ଏବେ 732ରେ ପହଞ୍ଚିଛି ।
ପରିସ୍ଥିତି ସୁଧୁରୁଥିଲେ ମଧ୍ୟ ସମ୍ପୂର୍ଣ୍ଣ ଠିକ୍ ହେବାକୁ ଆହୁରିସମୟ ଲାଗିବ । ଏହି ଝଡରେ ଜିମ୍ବାୱେରେ 259 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ମାଲୱେରେ 56 ଜଣଙ୍କ ମୃତ୍ୟୁ ହୋଇଛି । ତେବେ ବାତ୍ୟା ପ୍ରଭାବିତ ଏହି 3ଟି ଦେଶର ଲୋକଙ୍କୁ ଖାଦ୍ୟ, ବାତ୍ୟା ଆଶ୍ରୟସ୍ଥଳୀ, ହସ୍ପିଟାଲ ଯୋଗାଇଦେବାକୁ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।
ବାତ୍ୟା ପରେ ବେଇରାରେ ହଇଜା ବ୍ୟାପିବା ଆରମ୍ଭ କରିଥିବା ଖବର ମିଳିଛି । ଏ ବିଷୟରେ ସୂଚନା ଦେଇଛନ୍ତି ଇଣ୍ଟରନ୍ୟାସନାଲ ଫେଡରେସନ୍ ଅଫ୍ ଦି ରେଡକ୍ରସ୍ ଆଣ୍ଡ ରେଡ୍ କ୍ରେସେଣ୍ଟ ସୋଶାଇଟିଜ୍ ।