ETV Bharat / bharat

ବିଶ୍ବବ୍ୟାପୀ କୋଭିଡ୍ ସଂକ୍ରମଣ ୯୦ ଲକ୍ଷ , ଆରୋଗ୍ୟ ହାର 43 ଲକ୍ଷ 93 ହଜାର - more-than-43-93-lakh-people-have-recovered

ଜହନ ହକପିନ୍ସ ବିଶ୍ବବିଦ୍ୟାଳୟର ସୂଚନା ଅନୁସାରେ ରବିବାର ସୁଦ୍ଧା ବିଶ୍ବରେ 43 ଲକ୍ଷ 93 ହଜାର ଲୋକେ କୋରୋନାକୁ ହରାଇ ସୁସ୍ଥ ଲାଭ କରି ସାରିଛନ୍ତି। ଏହାସହ 39 ଲକ୍ଷ 84 ହଜାର ସକ୍ରିୟ ମାମଲା ରହିଛି।

covid-19-globally
କୋଭିଡ୍ ସୁସ୍ଥହାର
author img

By

Published : Jun 22, 2020, 8:28 AM IST

Updated : Jun 22, 2020, 8:35 AM IST

ନୂଆଦିଲ୍ଲୀ: ଦିନକୁ ଦିନ ଉଗ୍ର ଏବଂ ଭୟଙ୍କର ସ୍ଥିତିରେ ପହଁଞ୍ଚୁଛି କୋରୋନା କାୟା। ସଂକ୍ରମଣ ଓ ମୃତ୍ୟୁହାର ବଢୁଥିବା ବେଳେ ସେହି ସଂଖ୍ୟାରେ ଆରୋଗ୍ୟ ଲାଭ ମଧ୍ୟ କରୁଛନ୍ତି। ତେବେ ଜହନ ହକପିନ୍ସ ବିଶ୍ବବିଦ୍ୟାଳୟର ସୂଚନା ଅନୁସାରେ ରବିବାର ସୁଦ୍ଧା ବିଶ୍ବରେ 43 ଲକ୍ଷ 93 ହଜାର 6 ଲୋକେ କୋରୋନାକୁ ହରାଇ ବିଜୟ ଲାଭ କରିଛନ୍ତି। ଏହି ସମୟରେ ଭାଇରସ 4,65,285 ଜଣଙ୍କ ଜୀବନ ନେଇସାରିଛି।

ଅନ୍ୟପକ୍ଷରେ, ରବିବାର ସନ୍ଧ୍ୟା ସୁଦ୍ଧା ସାରା ବିଶ୍ୱରେ କୋଭିଡ୍ 19 ରୋଗୀଙ୍କ ସଂଖ୍ୟା 88,42,537 କୁ ବୃଦ୍ଧି ପାଇଛି, ସେଥିମଧ୍ୟରୁ 39,84,247 ସକ୍ରିୟ ମାମଲା। ସର୍ବାଧିକ ସୁସ୍ଥ ହାରର ଶୀର୍ଷରେ ରହିଥିବା ଦେଶଗୁଡିକ ହେଲେ ଆମେରିକା (ଯୁକ୍ତରାଷ୍ଟ୍ର) (6,17,460), ବ୍ରାଜିଲ (5,76,779), ରଷ (3,39,142) ଏବଂ ଭାରତ (2,27,728) । ଉଲ୍ଲେଖଯୋଗ୍ୟ, ଏହି ଦେଶଗୁଡିକ 188 ଟି ଦେଶ ତଥା ଅଞ୍ଚଳରେ ସର୍ବାଧିକ ପ୍ରଭାବିତ ଦେଶ ଭାବେ ରେକର୍ଡ କରିଛନ୍ତି।

22.64 ଲକ୍ଷ ପଜିଟିଭ୍ ମାମଲା ସହିତ ଆମେରିକା ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ଦେଶ। ଜନ୍ ହପକିନ୍ସ ବିଶ୍ୱବିଦ୍ୟାଳୟ ଅନୁଯାୟୀ, ଆମେରିକାରେ କୋଭିଡ୍ 19ର ପ୍ରଥମ ମାମଲା 23 ଜାନୁଆରୀ 2020 ରେ ରିପୋର୍ଟ କରାଯାଇଥିଲା। ସେହିପରି ରବିବାର ଆମେରିକାରେ 32,540 ନୂତନ ମାମଲା ଏବଂ 595 ଜଣଙ୍କ ମୃତ୍ୟୁ ଘଟିଛି।

ବ୍ରାଜିଲରେ ଏବେ ସୁଦ୍ଧା 10.32 ଲକ୍ଷରୁ ଅଧିକ କୋଭିଡ୍ 19 ମାମଲା ରହିଛି। ସେହିପରି ରଷରେ 5.83 ମାମଲା ରେକର୍ଡ କରିଥିବା ବେଳେ ଚତୁର୍ଥ ସ୍ଥାନରେ ଭାରତ। ଦେଶରେ ଏବେ 4.10 ଲକ୍ଷ କୋରୋନା ଭାଇରସ ପଜିଟିଭ୍ ମାମଲା ରହିଛି।

ଏହାସହ ୟୁକେ (3.05 ଲକ୍ଷ), ପେରୁ (2.51 ଲକ୍ଷ), ସ୍ପେନ୍ (2.46 ଲକ୍ଷ), ଇଟାଲୀ (2.38 ଲକ୍ଷ) ଏବଂ ଚିଲି (2.36) ହେଉଛନ୍ତି କୋଭିଡ୍ 19 ରେ ପ୍ରଭାବିତ କିଛି ଦେଶ।

Last Updated : Jun 22, 2020, 8:35 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.