ETV Bharat / bharat

ଦେଶରେ ମୋଟ କୋରୋନା ମାମଲାର ତିନି-ଚତୁର୍ଥାଂଶ ଆକ୍ରାନ୍ତ ସୁସ୍ଥ

author img

By

Published : Sep 12, 2020, 12:19 PM IST

ଭାରତରେ ରିପୋର୍ଟ ହୋଇଥିବା କୋରୋନା ମାମଲାର ତିନି-ଚତୁର୍ଥାଂଶ ଆକ୍ରାନ୍ତ ସୁସ୍ଥ ହୋଇଥିବା ଶନିବାର କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଶନିବାର ସୂଚନା ଦେଇଛନ୍ତି ।

_corona
ଦେଶରେ ମୋଟ ମାମଲାର ତିନି-ଚତୁର୍ଥାଂଶ ଆକ୍ରାନ୍ତ ସୁସ୍ଥ

ନୂଆଦିଲ୍ଲୀ: ଦେଶରେ ରିପୋର୍ଟ ହୋଇଥିବା କୋରୋନା ମାମଲାର ତିନି-ଚତୁର୍ଥାଂଶ ଆକ୍ରାନ୍ତ ସୁସ୍ଥ ହୋଇଥିବା ଶନିବାର କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସୂଚନା ଦେଇଛି ।

ଏକ ଟ୍ବିଟରେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଏକ ଫଟୋ ସେୟାର କରିଛନ୍ତି । ଯେଉଁଥିରେ ଦେଶର ସୁସ୍ଥ ହାର 77.65 ପ୍ରତିଶତ ଥିବାବେଳେ ଆକ୍ଟିଭ ମାମଲା 20.7 ପ୍ରତିଶତ ରହିଛି । ଟ୍ବିଟରେ ଏହା ମଧ୍ୟ କୁହାଯାଇଛି ଯେ, ସୁସ୍ଥ ମାମଲା ଏବଂ ଆକ୍ଟିଭ ମାମଲା ମଧ୍ୟରେ ଥିବା ବ୍ୟବଧାନ କ୍ରମଶ ବୃଦ୍ଧି ପାଉଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନ୍ୟ ଏକ ଟ୍ବିଟରେ କହିଛନ୍ତି, ‘କେନ୍ଦ୍ର ନେତୃତ୍ୱାଧୀନ ପରିଚାଳନା କୌଶଳ ବ୍ୟାପକ, ସହଜ ଏବଂ ପରୀକ୍ଷଣ ଉପରେ ଅଧିକ ଗୁରୁତ୍ବ ଦେଇଛି ’।

ପ୍ରକାଶ ଥାଉକି, 24 ଘଣ୍ଟାରେ ଦେଶରେ 97 ହଜାର 570 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ 1201 ଆକ୍ରାନ୍ତଙ୍କର କୋରୋନାରେ ମୃତ୍ୟୁ ଘଟିଛି । ଏହାକୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 46 ଲକ୍ଷ 59 ହଜାର 985ରେ ପହଞ୍ଚିଛି ।

ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ 36 ଲକ୍ଷ 24 ହଜାର 197 ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ 9 ଲକ୍ଷ 58 ହଜାର 316 ଆକ୍ରାନ୍ତ ଏବେବି ଦେଶର ବିଭିନ୍ନ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ଏହାଛଡା ଏଯାବତ୍ ମାରାତ୍ମକ ଭାଇରସ କାରଣରୁ ଦେଶରେ 77 ହଜାର 472 ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଥିବା ଶନିବାର କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସୂଚନା ଦେଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.