ETV Bharat / bharat

କୋରୋନା ରିପୋର୍ଟ: ମହିଳାଙ୍କ ଅପେକ୍ଷା ସଙ୍କଟରେ ପୁରୁଷ

ଏକ ଆମେରିକୀୟ ଟିଭି ଚ୍ୟାନେଲର ରିପୋର୍ଟ ଅନୁସାରେ କୋରୋନା ଭାଇରସରେ ଅଧିକ ସଂଖ୍ୟକ ପୁରୁଷଙ୍କ ମୃତ୍ୟୁ ହୋଇଛି । ସମଗ୍ର ବିଶ୍ବରେ ମହିଳାଙ୍କ ଅପେକ୍ଷା ପୁରୁଷଙ୍କ ମୃତ୍ୟୁହାର ଅଧିକ ବୋଲି ଏହି ରିପୋର୍ଟରେ ପ୍ରକାଶ ପାଇଛି । ଅଧିକ ପଢନ୍ତୁ...

author img

By

Published : Mar 25, 2020, 4:38 PM IST

କୋରୋନା ରିପୋର୍ଟ: ମହିଳାଙ୍କ ଅପେକ୍ଷା ସଙ୍କଟରେ ପୁରୁଷ
କୋରୋନା ରିପୋର୍ଟ: ମହିଳାଙ୍କ ଅପେକ୍ଷା ସଙ୍କଟରେ ପୁରୁଷ

ହାଇଦ୍ରାବାଦ: ସାରା ବିଶ୍ବରେ ଆତଙ୍କର ତାଣ୍ଡବ ମଚାଇଛି କୋରୋନା ଭାଇରସ । ପ୍ରାୟ ସମସ୍ତ ଦେଶ ଏହି ଭାଇରସ କବଳରେ ପୀଡିତ । ଚୀନ ପରେ ଏବେ ସମଗ୍ର ୟୁରୋପକୁ ଏହି ମହାମାରୀ ବ୍ୟାପିଛି । ଭାରତରେ ମଧ୍ୟ ଏହି ଭାଇରସ ନିଜର କାୟା ବିସ୍ତାର କରିବାରେ ଲାଗିଛି । ତେବେ ଏହା ଭିତରେ ଏହି ଭାଇରସ ସମ୍ପର୍କରେ ଏକ ଗୁରୁତ୍ବପୂର୍ଣ୍ଣ ଖବର ସାମନାକୁ ଆସିଛି ।

ଏକ ଆମେରିକୀୟ ଟିଭି ଚ୍ୟାନେଲର ରିପୋର୍ଟ ଅନୁସାରେ କୋରୋନା ଭାଇରସରେ ଅଧିକ ସଂଖ୍ୟକ ପୁରୁଷଙ୍କ ମୃତ୍ୟୁ ହୋଇଛି । ସମଗ୍ର ବିଶ୍ବରେ ମହିଳାଙ୍କ ଅପେକ୍ଷା ପୁରୁଷଙ୍କ ମୃତ୍ୟୁହାର ଅଧିକ ବୋଲି ଏହି ରିପୋର୍ଟରେ ପ୍ରକାଶ ପାଇଛି । ଇଟାଲୀର ଜାତୀୟ ସ୍ବାସ୍ଥ୍ୟ ସଂସ୍ଥା ଅନୁସାରେ ଦେଶରେ ଏହି ଭୂତାଣୁ ଦ୍ବାରା ସଂକ୍ରମିତ ଲୋକଙ୍କ ମଧ୍ୟରେ 60 ପ୍ରତିଶତ ପୁରୁଷ । ଏମାନଙ୍କ ଭିତରୁ 70 ପ୍ରତିଶତ ଲୋକଙ୍କ ମୃତ୍ୟୁ ହୋଇସାରିଛି । ତେବେ ଦକ୍ଷିଣ କୋରିଆରେ 9000ରୁ ଅଧିକ କୋରୋନା ରୋଗୀ ଚିହ୍ନଟ ହୋଇଥିବାବେଳେ ଏମାନଙ୍କ ମଧ୍ୟରେ ଅଧିକାଂଶ ମହିଳା ଅଛନ୍ତି । କିନ୍ତୁ ମୃତକଙ୍କ ଭିତରେ 54 ପ୍ରତିଶତ ଲୋକ ପୁରୁଷ ଅଟନ୍ତି ।

ସେହିପରି ବିଶ୍ବର ଶକ୍ତିଶାଳୀ ରାଷ୍ଟ୍ର ଆମେରିକା ତାହାର ପୁରୁଷ-ମହିଳା ତାଲିକା ପ୍ରକାଶ କରିନାହିଁ । ଆମେରିକାରେ ଏବେ ସୁଦ୍ଧା 50 ହଜାରରୁ ଅଧିକ ପଜିଟିଭ କେସ ସାମନାକୁ ଆସିଛି ଓ ପ୍ରାୟ 700 ଲୋକଙ୍କ ମୃତ୍ୟୁ ହୋଇଛି । ହ୍ବାଇଟ ହାଉସର କୋରୋନା ଭାଇରସ ରେସପନ୍ସ କୋର୍ଡିନେଟର ଡ. ଡେବୋରା ବିର୍କ୍ସ ସୂଚନା ଦେଇଛନ୍ତି ଯେ ଇଟାଲୀରୁ ଏକ ନୂଆ ଟ୍ରେଣ୍ଡ ଆରମ୍ଭ ହୋଇଛି । କୋରୋନା ଜନିତ ମୃତ୍ୟୁହାର ମହିଳାଙ୍କ ଅପେକ୍ଷା ପୁରୁଷଙ୍କଠାରେ ଅଧିକ ଦେଖାଦେଇଛି । ଏହା ଉପରେ ଡାକ୍ତରୀ ଟିମ ନଜର ରଖିଛନ୍ତି ବୋଲି ସେ ମତ ପ୍ରକାଶ କରିଛନ୍ତି ।

ତେବେ ନାନା କୁଅଭ୍ୟାସ ଯୋଗୁଁ ପୁରୁଷମାନେ ଅଧିକ କୋରୋନାର ଶିକାର ହେଉଥିବା ରିପୋର୍ଟରେ ପ୍ରକାଶ ପାଇଛି । ସ୍ମୋକିଂ ଓ ଅଧିକ ମଦ ସେବନ କାରଣରୁ ଶରୀର ଦୁର୍ବଳ ହୋଇଯାଉଛି । ରୋଗ ପ୍ରତିରୋଧକ ଶକ୍ତି କମିଯାଉଛି । ଫଳରେ ମହିଳାଙ୍କ ଅପେକ୍ଷା ପୁରୁଷମାନେ ଏହି ଭାଇରସର ଅଧିକ ଶିକାର ହେଉଛନ୍ତି ବୋଲି ରିପୋର୍ଟରେ ଦର୍ଶାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.