ETV Bharat / bharat

2030 ସୁଦ୍ଧା ସମ୍ପୁର୍ଣ୍ଣ ମାଲେରିଆ ମୁକ୍ତ ବିଶ୍ୱ WHO ର ଉଦ୍ଦେଶ୍ୟ - 2030 ସୁଦ୍ଧା ସମ୍ପୁର୍ଣ୍ଣ ମାଲେରିଆ ମୁକ୍ତ WHO ର ଉଦ୍ଦେଶ୍ୟ

ମ୍ୟାଲେରିଆ ଫିମେଲ୍ ଆନାଫେଲ୍ସ ମଶା କାମୁଡିବା ଦ୍ବାରା ହୋଇଥାଏ । କାରଣ ଆନାଫେଲ୍ସ ମାଲେରିଆ ପରଜୀବି ରୋଗ ସଂକ୍ରମକ ବହନ କରେ ।

2030 ସୁଦ୍ଧା ସମ୍ପୁର୍ଣ୍ଣ ମାଲେରିଆ ମୁକ୍ତ WHO ର ଉଦ୍ଦେଶ୍ୟ

author img

By

Published : Jun 23, 2020, 7:07 PM IST

ହାଇଦ୍ରାବାଦ: ମ୍ୟାଲେରିଆ ଫିମେଲ୍ ଆନାଫେଲ୍ସ ମଶା କାମୁଡିବା ଦ୍ବାରା ହୋଇଥାଏ । କାରଣ ଆନାଫେଲ୍ସ ମାଲେରିଆ ପରଜୀବି ରୋଗ ସଂକ୍ରମକ ବହନ କରେ । ଏହାର ଲକ୍ଷଣ ହେଉଛି ଅଧିକ ଜ୍ବର, ମୁଣ୍ଡବିନ୍ଧା ଓ ଥଣ୍ଡା ହେବା । ଆଂଶିକ ରୋଗ ପ୍ରତିରୋଧକ ଶକ୍ତି ଏକ୍ସପୋଜର ସହିତ ବିକଶିତ ହୁଏ ଓ ରୋଗର ତୀବ୍ରତାକୁ ହ୍ରାସ କରେ ।

ବର୍ଷା ଋତୁରେ ମୁଖ୍ୟତଃ ଏହି ମହାମାରୀ ବ୍ୟାପିଥାଏ । କାରଣ ମଶାଙ୍କୁ ବର୍ଷା ଋତୁର ଜଳବାୟୁ ବେଶ୍ ପସନ୍ଦ ଆସିଥାଏ । ଏହି ସମୟରେ ମଣିଷର ରୋଗ ପ୍ରତିରୋଧକ ଶକ୍ତି କମ୍ ହୁଏ ଓ ସଂକ୍ରମଣ ଅଧିକ ହୁଏ । ଯେତେବେଳେ ଏକ ବୃହତ ଜନସଂଖ୍ୟା ଏକ ନୂତନ କ୍ଷେତ୍ର ସହିତ ପରିଚିତ ହୁଏ ଯେପରିକି ଶରଣାର୍ଥୀ ସଙ୍କଟ ସମୟରେ ଏପରି ମହାମାରୀ ବ୍ୟାପିବାର ଆଶଙ୍କା ରହିଛି ।

ଯଦି ମ୍ୟାଲେରିଆ ରୋଗରେ ଆକ୍ରାନ୍ତ ହୁଅନ୍ତୁ ତେବେ ବର୍ତ୍ତମାନର ସର୍ବୋତ୍ତମ ଚିକିତ୍ସା ହେଉଛି ACT (ଆର୍ଟେମିସିନିନ୍-ଆଧାରିତ ମିଶ୍ରଣ) ଥେରାପି । ତେବେ ଏହି ରୋଗ କ୍ଷେତ୍ରରେ ଭାରତର ଅଭିଜ୍ଞତା ସକରାତ୍ମକ କିନ୍ତୁ ନିରନ୍ତର ସତର୍କତା ଓ କାର୍ଯ୍ୟାନୁଷ୍ଠାନ ପାଇଁ ଆହ୍ବାନ ଦିଆଯାଇଛି। 2016 ତୁଳନାରେ 2019 ରେ ମ୍ୟାଲେରିଆ ମାମଲା କିମ୍ବା ମୃତ୍ୟୁରେ ଯଥେଷ୍ଟ ହ୍ରାସ ଘଟିଛି। 2016ରେ 331ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 2019ରେ 50ଜଣଙ୍କ ମୃତ୍ୟୁ ହୋଇଛି ।

ଓଡିଶାରେ ମଧ୍ୟ ମାଲେରିଆର ହାର ବେଶ୍ କମ ରହିଛି । 2016ରେ ମାଲେରିଆ ହାର 444843 ଥିବା ବେଳେ ଏଥିରେ ମୃତ୍ୟୁ ସଂଖ୍ୟା 77 ଥିଲା । 1029ରେ 11259 ମାଲେରିଆ ମାମଲା ଥିବା ବେଳେ ଏଥିରେ ମୃତ୍ୟୁ କେବଳ ଜଣଙ୍କର ହୋଇଥିଲା ।

ମାଲେରିଆକୁ ରୋକିବା ପାଇଁ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି ଏଥିମଧ୍ୟରୁ ନ୍ୟାସନାଲ ଫ୍ରେମୱାର୍କ ଫର୍ ମାଲେରିଆ ଏଲିମିନେସନ୍(NFME) ଗୋଟେ ଜାତୀୟ ପଦକ୍ଷେପ । 2016 ଫେବୃଆରୀ 11ରେ ଏହାକୁ ସ୍ବାସ୍ଥ୍ୟମନ୍ତ୍ରଣାଳୟ ଦ୍ବାରା ଲଞ୍ଚ୍ କରାଯାଇଥିଲା ।

ମ୍ୟାଲେରିଆ 2016-2030 ଓ ଏସିଆ ପାସିଫିକ୍ ଲିଡର୍ସ ମ୍ୟାଲେରିଆ ଆଲାଇନ୍ସ ସହିତ 2030 ସୁଦ୍ଧା ମ୍ୟାଲେରିଆ ବିଲୋପ ଲକ୍ଷ୍ୟ ରହିଛି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ । NFME ସହିତ ସମନ୍ବୟ ରକ୍ଷା କରି, ସମସ୍ତ ଘରୋଇ କ୍ଷେତ୍ର ସମେତ ଜିଲ୍ଲା ଭିତ୍ତିକ ଯୋଜନା, କାର୍ଯ୍ୟାନ୍ବୟନ ଓ ମନିଟରିଂ ଉପରେ ଧ୍ୟାନ ଦେଇ 2017–22 ସମୟ ପାଇଁ ଜାତୀୟ କୌଶଳ ଯୋଜନା (NSP) ବିକଶିତ ହୋଇଛି ।

ମାଲେରିଆ ପ୍ରତିକାର-

1. ମଶାରୀ ବ୍ୟବହାର କରନ୍ତୁ ।

2. ସବୁବେଳେ ହାତକୁ ଘୋଡାଇ ରଖୁଥିବା ପୋଷାକ ପିନ୍ଧନ୍ତୁ । ଯେଉଁଥିରେ ହାତ ଓ ଗୋଡ ସମ୍ପୁର୍ଣ୍ଣ ଆଚ୍ଛାଦିତ ହୋଇରହିବ ।

3. ସନ୍ଧ୍ୟାବେଳେ ଘରର କବାଟ ଝରକା ବନ୍ଦ ରଖନ୍ତୁ ।

4. ମଶା ଭଗାଇବା ପାଇଁ କ୍ରିମ୍ ଆଦି ବ୍ୟବହାର କରନ୍ତୁ ।

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.