ETV Bharat / bharat

ସାରା ଦେଶକୁ ଛୁଇଁଲା ମୌସୁମୀ, ହସିବ ସବୁଜ କ୍ଷେତ - ଦିଲ୍ଲୀରେ ବର୍ଷା

ନିର୍ଦ୍ଧାରିତ ସମୟ ପୂର୍ବରୁ ସମଗ୍ର ଦେଶକୁ ମୌସୁମୀ ଛୁଇଁଛି ବୋଲି ଶୁକ୍ରବାର ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ଦେଶର ସମସ୍ତ ଅଞ୍ଚଳକୁ ଛୁଇଁଲା ମୌସୁମୀ
ଦେଶର ସମସ୍ତ ଅଞ୍ଚଳକୁ ଛୁଇଁଲା ମୌସୁମୀ
author img

By

Published : Jun 26, 2020, 3:05 PM IST

ନୂଆଦିଲ୍ଲୀ: ଦେଶରେ ପ୍ରବେଶ କରିଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବର୍ଷା । ନିର୍ଦ୍ଧାରିତ ସମୟ ପୂର୍ବରୁ ସମଗ୍ର ଦେଶକୁ ମୌସୁମୀ ଛୁଇଁଛି ବୋଲି ଶୁକ୍ରବାର ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି ।

ଆଇଏମଡିର ମୁଖ୍ୟ କୁଲଦୀପ ଶ୍ରୀବାସ୍ତବ କହିଛନ୍ତି, ‘2020 ଜୁନ 26 ତାରିଖରେ ମନସୁନ ସମଗ୍ର ଦେଶକୁ ଛୁଇଁଛି, ଯାହାକି ଚାଷୀ ଭାଇଙ୍କ ସମେତ ସାରା ଦେଶ ପାଇଁ ଖୁସି ଖବର । ବିଶେଷ କରି ପଞ୍ଜାବ, ହରିୟାଣା ଏବଂ ରାଜସ୍ଥାନରେ ମଧ୍ୟ ମୌସୁମୀର ପ୍ରଭାବ ଦେଖିବାକୁ ମିଳିଛି ।’

ସାଧାରଣତଃ ଜୁଲାଇର ପ୍ରଥମ ସପ୍ତାହ ସୁଦ୍ଧା ଦେଶର ସମସ୍ତ ଅଞ୍ଚଳକୁ ମୌସୁମୀ ଆଚ୍ଛାଦନ କରିଥାଏ, କିନ୍ତୁ ଏଥର ଆରବ ସାଗରରେ ଲଘୁଚାପ ସୃଷ୍ଟି ହେବା ଯୋଗୁଁ କେରଳରେ ଆଗୁଆ ମୌସୁମୀ ପ୍ରବେଶ କଲା । ଏବଂ ଏହାର ପ୍ରଭାବରେ ବଙ୍ଗୋପସାଗରରେ ମଧ୍ୟ ପୁଣି ଲଘୁଚାପ ସୃଷ୍ଟି ହେଲା । ଯାହାକି ଦେଶର ସମସ୍ତ ଭାଗରେ ମୌସୁମି ଛୁଇଁବାରେ ସାହାଯ୍ୟ କଲା ।

ଦୁଇ ଦିନ ପୂର୍ବରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ପ୍ରବାହିତ ହେବାରୁ ଗୁରୁବାର ଅର୍ଥାତ ଗୋଟେ ଦିନ ଆଗୁଆ ରାଜଧାନୀ ଦିଲ୍ଲୀରେ ପ୍ରଥମ ମୌସୁମୀ ବର୍ଷା ପଡିଛି । ସୂଚନା ଥାଉକି ଚଳିତ ବର୍ଷ ଜୁନ୍ 27 ରେ ଦିଲ୍ଲୀରେ ମୌସୁମୀ ବର୍ଷା ପହଞ୍ଚିବ ବୋଲି ଆଇଏମଡି ପୂର୍ବାନୁମାନ କରିଥିଲା । 2019 ରେ ଜୁନ୍ 29 ତାରିଖରେ ରାଜଧାନୀ ସହରରେ ମୌସୁମୀ ଆସିଥିଲା । ଗତ କିଛି ବର୍ଷ ମଧ୍ୟରେ ଆଶା କରାଯାଉଥିବା ତାରିଖ ଅପେକ୍ଷା ସହରରେ ପୂର୍ବରୁ ପହଞ୍ଚିଛି ମୌସୁମୀ ।

ଭାରତର କୃଷକମାନଙ୍କ ପାଇଁ ମୌସୁମୀ ବର୍ଷା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଅଟେ । କାରଣ ଦେଶର ଅଧିକାଂଶ ଅଞ୍ଚଳରେ କୌଣସି ପ୍ରକାରର ଜଳସେଚନର ବ୍ୟବସ୍ଥା ନାହିଁ । ଫଳରେ ଚାଷୀମାନେ ଫସଲ ପାଇଁ ବର୍ଷା ଉପରେ ନିର୍ଭର କରନ୍ତି । ମୌସୁମୀ ବର୍ଷା ହେଲେ ଚାଷୀମାନେ ଫସଲ ବୁଣିବା ଆରମ୍ଭ କରନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.