ETV Bharat / bharat

ଷ୍ଟାରଙ୍କ ନାଁରେ ପ୍ରବାସୀ ଶ୍ରମିକଙ୍କ ଠୁ ଟଙ୍କା ଆଦାୟ, ଜବାବ ଦେଲେ ସୋନୁ

author img

By

Published : Jun 1, 2020, 3:40 PM IST

ପ୍ରବାସୀମାନଙ୍କୁ ଘରକୁ ପଠାଇ ସାହାଯ୍ୟ କରୁଥିବା ସୋନୁ ସୁଦଙ୍କ ନାଁରେ କିଛି ଲୋକ ଫାଇଦା ମଧ୍ୟ ଉଠାଉଛନ୍ତି । ଏପରି ଲୋକଙ୍କ ଠାରୁ ଦୂରେଇ ରହିବାକୁ ସୋନୁ ଶ୍ରମିକମାନଙ୍କୁ ଚେତାବନୀ ଦେଇଛନ୍ତି । ଅଧିକ ପଢନ୍ତୁ...

ଅଭିନେତା ସୋନୁଙ୍କ ନାଁରେ ପ୍ରବାସୀ ଶ୍ରମିକଙ୍କ ଠାରୁ ଟଙ୍କା ଆଦାୟ, ଟ୍ବିଟରେ ଜବାବ ଦେଲେ ସୋନୁ

ନୂଆଦିଲ୍ଲୀ: ଲକଡାଉନ ସମୟରେ ପ୍ରବାସୀ ଶ୍ରମିକଙ୍କ ପାଇଁ ଦେବଦୂତ ସାଜିଛନ୍ତି ବଲିଉଡ ଆକ୍ଟର ସୋନୁ ସୁଦ । ହେଲେ ବର୍ତ୍ତମାନ ଏକ ଖବର ସାମ୍ନାକୁ ଆସିଛି ଯେ, ସୋନୁ ସୁଦଙ୍କ ନାଁ ପ୍ରବାସୀ ଶ୍ରମିକଙ୍କ ଠାରୁ କିଛି ଲୋକ ଟଙ୍କା ନେଉଛନ୍ତି । ଏହାର ପ୍ରତିବଦଳରେ ସେମାନଙ୍କୁ ଛଳନାର ଶିକାର ହେବାକୁ ପଡୁଛି । ଏହା ଜାଣିବା ପରେ କାହାକୁ କୌଣସି ପ୍ରକାର ଟଙ୍କା ନଦେବାକୁ ସୋନୁ ଟ୍ୱିଟରରେ ମେସେଜ କରି ପ୍ରବାସୀଙ୍କୁ କହିଛନ୍ତି । ତେବେ ସୋନୁ ଏକ ଅଭିଯୋଗ ପାଇଥିଲେ ଯେ ତାଙ୍କ ନାଁରେ ଶ୍ରମିକ ମାନଙ୍କଠାରୁ କିଛି ଲୋକ ଟଙ୍କା ମାଗୁଛନ୍ତି ।

ପ୍ରବାସୀମାନଙ୍କୁ ଘରକୁ ପଠାଇ ସାହାଯ୍ୟ କରିଥିବାରୁ ଯେଉଁଠି, ସୋନୁ ସୁଦଙ୍କ ପ୍ରଂଶାସା କରାଯାଉଥିବାବେଳେ କିଛି ଲୋକ ଏହି ସୁଯୋଗର ଫାଇଦା ମଧ୍ୟ ଉଠଉଛନ୍ତି । ଏପରି ଲୋକଙ୍କ ଠାରୁ ଦୂରେଇ ରହିବାକୁ ସୋନୁ ଶ୍ରମିକମାନଙ୍କୁ ଚେତାବନୀ ଦେଇଛନ୍ତି । ସୋନୁ ତାଙ୍କ ଟ୍ୱିଟରରେ ଲେଖିଛନ୍ତି ଯେ, ବନ୍ଧୁଗଣ, ଆମେ ଶ୍ରମିକମାନଙ୍କ ପାଇଁ ଯାହା ସେବା କରୁଛୁ ତାହା ସମ୍ପୂର୍ଣ୍ଣ ମାଗଣା ଅଟେ। ଏଥିରେ କୌଣସି ଅର୍ଥ ଦେବାର ଆବଶ୍ୟକତା ନାହିଁ , ଏବଂ ଯିଏ ଏପରି କରୁଛି ତୁରନ୍ତ ଆମକୁ କିମ୍ବା ନିକଟସ୍ଥ ପୋଲିସ ଅଧିକାରୀଙ୍କୁ ଜଣାନ୍ତୁ ।

ତେବେ ଲକଡାଉନରେ ପ୍ରବାସୀମାନଙ୍କୁ ସାହାଯ୍ୟ କରିବା ପାଇଁ ସୋନୁ ସୁଦ ଦିନରାତି ନିୟୋଜିତ ଅଛନ୍ତି । ବିଶେଷ କଥା ହେଉଛି ତାଙ୍କର ସାହାଯ୍ୟ କରିବାର ଶୈଳୀ ଏବଂ ଲେଖିବାର ବ୍ୟବହାରିକ ପଦ୍ଧତି ସମସ୍ତଙ୍କ ହୃଦୟକୁ ସ୍ପର୍ଶ କରୁଛି । ନିକଟରେ ସେ ଜଣେ ପ୍ରବାସୀଙ୍କ ସହାୟତାରେ ସେ ଏକ ହୃଦୟସ୍ପର୍ଶୀ କଥା ଲେଖିଛନ୍ତି ଯେ ଗାଁ ତ ସମସ୍ତେ ଯିବ, ହେଲେ ପାଦରେ...କେବେ ନୁହେଁ ।

ତେବେ ସୋନୁ ସୁଦ ପ୍ରବାସୀମାନଙ୍କୁ ସାହାଯ୍ୟ କରିବା ପାଇଁ ହେଲ୍ପଲାଇନ 18001213711 ଏବଂ ହ୍ବାଟସ ଆପ ନମ୍ବର ପ୍ରକାଶ କରିଛନ୍ତି । ଏହି ସଂଖ୍ୟା ମାଧ୍ୟମରେ ପ୍ରବାସୀମାନେ ସିଧାସଳଖ ସାହାଯ୍ୟ ମାଗିପାରିବେ ଏବଂ ଠକାମିରୁ ରକ୍ଷା ପାଇପାରିବେ । ଏଥି ସହିତ ରବିବାର ସୋନୁ ମହାରାଷ୍ଟ୍ର ରାଜ୍ୟପାଳଙ୍କୁ ଭେଟି ପ୍ରବାସୀମାନଙ୍କୁ ଘରକୁ ପଠାଇବା ଏବଂ ସେମାନଙ୍କୁ ଖାଇବାକୁ ଦେବା ବିଷୟରେ ରାଜ୍ୟପାଳଙ୍କୁ ସୂଚନା ଦେଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.