ETV Bharat / bharat

'ନ୍ୟାୟ' ପାଇଁ ମୋଦିଙ୍କ ବନ୍ଧୁଙ୍କ ଠାରୁ ଆସିବ ଟଙ୍କା: ରାହୁଲ - Rahul Gandhi

କର୍ଣ୍ଣାଟକରେ ନିର୍ବାଚନୀ ପ୍ରଚାର କରିବାକୁ ପହଞ୍ଚିଥିଲେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ସେଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସିଧାସଳଖ ଟାର୍ଗେଟ କରିଛନ୍ତି ସେ । ମୋଦି ଦେଶକୁ ଲୁଟି ନିଜ ଉଦ୍ୟୋଗପତି ବନ୍ଧୁଙ୍କୁ ଫାଇଦା ପହଞ୍ଚାଇଛନ୍ତି ବୋଲି ଅଭିଯୋଗ କରିଛନ୍ତି ରାହୁଲ ।

ଫାଇଲ ଫଟୋ
author img

By

Published : Apr 13, 2019, 10:11 PM IST

ନୂଆଦିଲ୍ଲୀ: ସାଧାରଣ ନିର୍ବାଚନକୁ ନେଇ ଜୋରଦାର ପ୍ରଚାରରେ ଲାଗିଛି ସମସ୍ତ ରାଜନୈତିକ ଦଳର ନେତା । ଏହି କ୍ରମରେ କର୍ଣ୍ଣାଟକରେ ନିର୍ବାଚନୀ ପ୍ରଚାର କରିବାକୁ ପହଞ୍ଚିଥିଲେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ସେଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସିଧାସଳଖ ଟାର୍ଗେଟ କରିଛନ୍ତି ସେ । ମୋଦି ଦେଶକୁ ଲୁଟି ନିଜ ଉଦ୍ୟୋଗପତି ବନ୍ଧୁଙ୍କୁ ଫାଇଦା ପହଞ୍ଚାଇଛନ୍ତି ବୋଲି ଅଭିଯୋଗ କରିଛନ୍ତି ରାହୁଲ ।

ଯେତେବେଳେ ଆମେ ନ୍ୟାୟ(ସର୍ବନିମ୍ନ ଆୟ ଗ୍ୟାରେଣ୍ଟି ଯୋଜନା) ଘୋଷଣା କରିଥିଲୁ । ସେତେବେଳେ ଚୌକିଦାର(ପିଏମ ମୋଦି)ଙ୍କ ଚେହେରାର ରଙ୍ଗ ଉଡିଯାଇଥିଲା । ସେ ଆମକୁ ପଚାରୁଛନ୍ତି ନ୍ୟାୟ ପାଇଁ ଟଙ୍କା କେଉଁଠୁ ଆସିବ ? ମୁଁ ଆପଣଙ୍କୁ କହିବାକୁ ଚାହୁଁଛି ଯେ ମୋଦିଜୀ ଏହି ଟଙ୍କା ଆପଣଙ୍କ ବନ୍ଧୁ ଅନୀଲ ଅମ୍ବାନୀଙ୍କ ପାଖରୁ ଆସିବ ବୋଲି କଂଗ୍ରେସ ଅଧ୍ୟକ୍ଷ କହିଛନ୍ତି ।

ସେ ଆହୁରି କହିଛନ୍ତି ଯେ କଂଗ୍ରେସ ଯଦି କ୍ଷମତାକୁ ଆସିବ, ଦେଶର ଗରିବ ପରିବାରଙ୍କ ବ୍ୟାଙ୍କ ଖାତାକୁ ବାର୍ଷିକ ୭୨ ହଜାର ଟଙ୍କା ଜମା କରାଇବ । ପିଏମ ମୋଦି ୧୫ ଲକ୍ଷ ଟଙ୍କା ଦେବାର ମିଛ ପ୍ରତିଶ୍ରୁତି କରିଥିଲେ । ମୋଦି ଭାରତୀୟ ବାୟୁ ସେନାର ଟଙ୍କାକୁ ଅନୀଲ ଅମ୍ବାନୀଙ୍କୁ ଦେଇ ସାହାଯ୍ୟ କରିଛନ୍ତି ବୋଲି ରାହୁଲ ଅଭିଯୋଗ ଆଣିଛନ୍ତି ।

Intro:Body:Conclusion:

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.