ETV Bharat / bharat

ରାଞ୍ଚିରେ ଓଡିଶା ଝିଅକୁ ଦୁଷ୍କର୍ମ ଉଦ୍ୟମ, ଅଳ୍ପକେ ଖସି ଆସିଲା ନାବାଳିକା

ଝାଡଖଣ୍ଡର ରାଜଧାନୀରେ ଜଣେ ଓଡିଶା ଝିଅକୁ ଦୁଷ୍କର୍ମ ଉଦ୍ୟମ ହୋଇଛି । ହେଲେ ଅଦ୍ୟମ ସାହାସ ବଳରେ ଅଭିଯୁକ୍ତ ଠାରୁ ଖସି ଆସିବାରେ ସକ୍ଷମ ହୋଇଛି ନାବାଳିକା ।

author img

By

Published : May 16, 2019, 9:13 PM IST

ପ୍ରତିକାତ୍ମକ ଫଟୋ

ରାଞ୍ଚି: ରାଞ୍ଚିରେ ଓଡିଶା ଝିଅକୁ ଦୁଷ୍କର୍ମ ଉଦ୍ୟମ । ରାଉରକେଲାରୁ କାମ ଉଦ୍ଦେଶ୍ୟରେ ରାଞ୍ଚି ପଳାଇଥିବା ଏକ ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ କରାଯାଇଛି । ହେଲେ ନିଜର ଅଦମ୍ୟ ସାହସ ବଳରେ ଅଭିଯୁକ୍ତ ଠାରୁ ଖସି ଆସିବାରେ ସଫଳ ହୋଇଛି ନାବାଳିକା । ଯାହା ବର୍ତ୍ତମାନ ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

ରାଉରକେଲାର ନାବାଳିକା କାମ ଉଦ୍ଦେଶ୍ୟରେ ଝାଡଖଣ୍ଡର ରାଜଧାନୀ ରାଞ୍ଚି ପଳାଇଥିଲା । ସେଠାରେ କାମ ନ ମିଳିବାରୁ ଘରକୁ ଫେରିବା ପାଇଁ ଅଟୋରେ ବସିଥିଲା ନାବାଳିକା । ଶୂନଶାନ ରାସ୍ତାରେ ନାବାଳିକାକୁ ଏକୁଟିଆ ପାଇ ଅଟୋ ଚାଳକ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲା । ହେଲେ କୌଶଳ କ୍ରମେ ଅଭିଯୁକ୍ତଠୁ ଖସି ପଳାଇ ଆସିଥିଲା ନାବାଳିକା । ନିକଟରେ ଥିବା ଲୋକଙ୍କ ଠାରୁ ସାହାଯ୍ୟ ମାଗିଥିଲା । ତେବେ ଲୋକେ ଦୌଡି ଆସିବାରୁ ଘଟଣା ସ୍ଥଳରୁ ଚମ୍ପଟ ମାରିବାରେ ସଫଳ ହୋଇଛି ଅଭିଯୁକ୍ତ ।

ଅନ୍ୟପଟେ ସ୍ଥାନୀୟ ଲୋକେ ନାବାଳିକାକୁ ପଚରାଉଚୁରା କରିବା ସେ ରାଉରକେଲାର ବୋଲି ଜଣାପଡିଥିଲା । ଏନେଇ ଲୋକେ ପୋଲିସକୁ ଖବର ଦେବା ସହ ନାବାଳିକାର ପରିବାର ଲୋକଙ୍କୁ ଘଟଣା ସମ୍ପର୍କରେ ଅବଗତ କରାଇ ଥିଲେ । ଏନେଇ ସଦର ପୋଲିସ ନାବାଳିକାକୁ ରାଉରକେଲା ପଠାଇବା ସହ ଅଭିଯୁକ୍ତକୁ ଧରିବାକୁ ଉଦ୍ୟମ ଜାରି ରଖିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.