ETV Bharat / bharat

ଭୋଟଗଣତି ପୂର୍ବରୁ ମୋଦିଙ୍କୁ ମାଳଦ୍ବୀପ ପୂର୍ବ ରାଷ୍ଟ୍ରପତିଙ୍କ ଅଭିନନ୍ଦନ

ନିର୍ବାଚନର ଫଳାଫଳ ଆସିବା ପୂର୍ବରୁ ହିଁ ଦେଶ ବିଦେଶରେ ମୋଦିଙ୍କୁ ଅଭିନନ୍ଦନର ବାର୍ତ୍ତା ମିଳିବା ଆରମ୍ଭ ହୋଇଗଲାଣି । ଏହି କ୍ରମରେ ନରେନ୍ଦ୍ର ମୋଦି ଏବଂ ବିଜେପିକୁ ବିଜୟର ଅଭିନନ୍ଦନ ଜଣାଇଛନ୍ତି ମାଳଦ୍ବୀପର ପୂର୍ବ ରାଷ୍ଟ୍ରପତି ।

ଫାଇଲ ଫଟୋ
author img

By

Published : May 20, 2019, 8:31 AM IST

Updated : May 20, 2019, 8:50 AM IST

ନୂଆଦିଲ୍ଲୀ: ଶେଷ ହୋଇଛି ଲୋକସଭା ନିର୍ବାଚନର ମତଦାନ । ଦେଶରେ ଆଗାମୀ 5 ବର୍ଷ ପର୍ଯ୍ୟନ୍ତ କିଏ ଶାସନ କରିବ ତାହା ମେ' 23 ରେ ସ୍ପଷ୍ଟ ହେବ । କିନ୍ତୁ ଇତି ମଧ୍ୟରେ ଅନେକ ଗଣମାଧ୍ୟମରେ ଏକଜିଟ ପୋଲ ମାଧ୍ୟମରେ ଚାଲିଛି ସିଟ୍‌ ଆକଳନ । ଯାହା ଦ୍ବାରା ମୋଦି ପୁଣିଥରେ ସରକାର ଗଢିବେ ବୋଲି ସଙ୍କେତ ମିଳୁଛି । ତେବେ ନିର୍ବାଚନର ଅସଲି ଫଳାଫଳ ଆସିବା ପୂର୍ବରୁ ହିଁ ଦେଶ ବିଦେଶରେ ମୋଦିଙ୍କୁ ଅଭିନନ୍ଦନର ବାର୍ତ୍ତା ମିଳିବା ଆରମ୍ଭ ହୋଇ ଗଲାଣି । ଏହି କ୍ରମରେ ନରେନ୍ଦ୍ର ମୋଦି ଏବଂ ବିଜେପିକୁ ବିଜୟର ଅଭିନନ୍ଦନ ଜଣାଇଛନ୍ତି ମାଳଦ୍ବୀପର ପୂର୍ବ ରାଷ୍ଟ୍ରପତି ।

twitter
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ ଟ୍ବିଟର

ମାଳଦ୍ବୀପର ପୂର୍ବ ରାଷ୍ଟ୍ରପତି ମହମ୍ମଦ ନଶୀଦ ଟ୍ବିଟ ମାଧ୍ୟମରେ ମୋଦିଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଭାରତୀୟ ନିର୍ବାଚନ ଶେଷ ହୋଇଛି । ନରେନ୍ଦ୍ର ମୋଦି ଏବଂ ବିଜେପିକୁ ମୋର ହାର୍ଦ୍ଦିକ ଅଭିନନ୍ଦନ । ମାଳଦ୍ବୀପ ସରକାର ଏବଂ ଜନତା ମୋଦିଙ୍କ ସହ ସହଯୋଗ ଜାରି ରଖିବେ ବୋଲି ସେ ନିଜ ଟ୍ବିଟ୍‌ରେ ଲେଖିଛନ୍ତି ।

ସୂଚନା ଯୋଗ୍ୟ ଯେ, ଦେଶରେ ସର୍ବମୋଟ 7 ଟି ପର୍ଯ୍ୟାୟରେ ଭୋଟ୍‌ ଗ୍ରହଣ ହୋଇଛି । ଯାହାର ମତଗଣନା 23 ମେ' ରେ ହେବ । କିନ୍ତୁ ମତଗଣନା ପୂର୍ବରୁ ଏକ୍ସିଟ୍‌ ପୋଲର ଫଳାଫଳ ସାମ୍ନାକୁ ଆସିଛି । ଯେଉଁଥିରେ ବିଜେପି ନେତୃତ୍ବାଧୀନ ଏନଡିଏକୁ ବହୁମତ ମିଳିବାର ସମ୍ଭାବନା ଦର୍ଶାଯାଇଛି ।

Intro:Body:

dsg

Conclusion:
Last Updated : May 20, 2019, 8:50 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.