ETV Bharat / bharat

କୋରୋନା ଟେଷ୍ଟିଂ କିଟ ପାଇଁ ଫାର୍ମା କମ୍ପାନୀଗୁଡିକୁ ମୋଦିଙ୍କ ଅନୁରୋଧ

author img

By

Published : Mar 22, 2020, 10:14 AM IST

Updated : Mar 22, 2020, 12:38 PM IST

ମାରାତ୍ମକ ମହାମାରୀ କୋରୋନା ସହ ଲଢେଇ କରିବାକୁ ମୋଦିଙ୍କ ଆହ୍ବାନ । କୋରୋନା ଟେଷ୍ଟିଂ କିଟ ପ୍ରସ୍ତୁତ କରିବାକୁ ଫାର୍ମା କମ୍ପାନୀଙ୍କୁ ମୋଦିଙ୍କ ଅନୁରୋଧ । ଅଧିକ ପଢନ୍ତୁ...

covid-19 testing kits
ଫାର୍ମା କମ୍ପାନୀଙ୍କୁ ମୋଦିଙ୍କ ଅନୁରୋଧ

ନୂଆଦିଲ୍ଲୀ: ଦେଶ ଏବେ କୋରୋନା ସହ ଲଢେଇ କରୁଛି । ମାରାତ୍ମକ ମହାମାରୀ କୋରୋନା କବଳରୁ ଦେଶକୁ ବଞ୍ଚାଇବାକୁ ଆପ୍ରାଣ ଉଦ୍ୟମ କରୁଛନ୍ତି ସରକାର । ରବିବାର ଜନତା କର୍ଫ୍ୟୁ ମାଧ୍ୟମରେ ଲୋକଙ୍କୁ ସଂକ୍ରମଣ ଠାରୁ ଦୂରେଇ ରଖାଯାଉଥିବେଳେ, ଆଗୁଆ ପଦକ୍ଷେପ ଭାବେ ଦେଶର ସମସ୍ତ ଫାର୍ମା କମ୍ପାନୀଙ୍କୁ କୋଭିଡ-19 ଟେଷ୍ଟିଂ କିଟ ପ୍ରସ୍ତୁତ କରିବାକୁ ମୋଦି ଅନୁରୋଧ କରିଛନ୍ତି ।

କୋଭିଡ-19ର ମୁକାବିଲା ପାଇଁ ପିଏମ ସମସ୍ତ ଫାର୍ମା କମ୍ପାନୀ ନେତୃବୃନ୍ଦଙ୍କ ସହ ଆଲୋଚନା କରିଛନ୍ତି । କେନ୍ଦ୍ର ପକ୍ଷରୁ ଆଗୁଆ ଔଷଧ ଓ ମେଡିକାଲ ଯନ୍ତ୍ରପାତି ପାଇଁ 14,000କୋଟି ଟଙ୍କାର ଏକ ସ୍କିମ କରାଯାଇଛି । ଅନ୍ୟପଟେ ଏହି କମ୍ପାନୀମାନଙ୍କୁ ସରକାରଙ୍କ ପକ୍ଷରୁ ମଧ୍ୟ ସହଯୋଗ କରାଯିବ । ସକ୍ରିୟ ଫାର୍ମାସ୍ୟୁଟିକାଲ୍ ଉପାଦାନ ଯୋଗାଇ ଦିଆଯିବ ବୋଲି ମୋଦି ଟ୍ବିଟ ମାଧ୍ୟମରେ ଜଣାଇଛନ୍ତି ।

ଭିଡିଓ କନଫରେନ୍ସି ମାଧ୍ୟମରେ କିପରି କୋଭିଡ-19ର ମୁକାବିଲା ଆଲୋଚନା କରାଯାଇଥିବାବେଳେ, ଏହି ସମୟରେ ଫାର୍ମା ସେକ୍ଟର ହିଁ ସୁସ୍ଥ ଭାରତ ଗଠନ କରିବା ଦିଗରେ ମୁଖ୍ୟ ଭୂମିକା ନିଭାଇବ ବୋଲି କହିଛନ୍ତି ମୋଦି । ଏହି କମ୍ପାନୀ କେବଳ ଅତ୍ୟାବଶକୀୟ ମେଡିସିନ କିମ୍ବା ଯନ୍ତ୍ରପାତି ଯୋଗାଇବେ ନାହିଁ ବିପଦ ସମୟରେ ଉଦ୍ଭାବନ ଓ ଅତ୍ୟାଧୁନିକ ଅନୁସନ୍ଧାନ କରିବେ ବୋଲି ମୋଦି ଆଶା ପୋଷଣ କରିଛନ୍ତି ।

ସୂଚନାଯୋଗ୍ୟ, ଶନିବାର ସୁଦ୍ଧା ଭାରତରେ 315 କୋରୋନା ପଜେଟିଭି ଚିହ୍ନଟ ହୋଇଛନ୍ତି । ଏହା ସହ ପିଏମ ଦେଶରେ ଜନତାଙ୍କ କର୍ଫ୍ୟୁ ଜାରି କରିବା ସହ ଏହାକୁ ପାଳନ କରିବାକୁ ଅନୁରୋଧ କରିଛନ୍ତି । ଅତ୍ୟାବଶ୍ୟକ ନ ହେଲେ ଘରୁ ନ ବାହାରିବାକୁ କୁହାଯାଇଥିବାବେଳେ, ଦୋକାନ ବଜାର ଗାଡି ମୋଟର ବନ୍ଦ ରହିବ । କେବଳ ଜରୁରୀ ସେବା ମେଡିକାଲ, ଅଗ୍ନିଶମ ବିଭାଗ ସହ ପନିପରିବା, ମାଛ, ମାଂସ ଦୋକାନ ଖୋଲା ରହିବ ।

ସୌଜନ୍ୟ:@ANI

Last Updated : Mar 22, 2020, 12:38 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.