ETV Bharat / bharat

ମୋଦି-ଟ୍ରମ୍ପ ରୋଡ ଶୋ: ଲକ୍ଷାଧିକ ଲୋକ ସମାଗମ ସମ୍ଭାବନା, ଜାରି ହେଲା ରୋଡମ୍ୟାପ - ଜାରି ହେଲା ରୋଡମ୍ୟାପ

ଭାରତ ଗସ୍ତରେ ଆସୁଥିବା ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଅହମ୍ମଦାବାଦରେ ଏକ ରୋଡ ଶୋରେ ଯୋଗ ଦେବେ । ସେଥିପାଇଁ ଲୋକଙ୍କ ଉତ୍ସାହ ରହିଥିବା ବେଳେ ବିପୁଳ ଜନସମାଗମ ହେବ ବୋଲି ପୋଲିସ ପ୍ରଶାସନ ତତ୍ପର ହୋଇପଡିଛି । ସେହିପରି ରାଲି ଦିନର ରୋଡ ମ୍ୟାପ ପ୍ରଶାସନ ପକ୍ଷରୁ ପ୍ରକାଶ କରାଯାଇଛି । ଅଧିକ ପଢନ୍ତୁ..

modi-trump-road-show
ମୋଦି-ଟ୍ରମ୍ପ ରୋଡ ଶୋ: ଲକ୍ଷାଧିକ ଲୋକ ସମାଗମ ସମ୍ଭାବନା, ଜାରି ହେଲା ରୋଡମ୍ୟାପ
author img

By

Published : Feb 21, 2020, 2:54 PM IST

ଅହମ୍ମଦାବାଦ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଗସ୍ତରେ ଆସୁଛନ୍ତି । ଗସ୍ତ ଅବସରରେ ସେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଅହମ୍ମଦାବାଦରେ ଏକ ରୋଡ ଶୋରେ ଯୋଗ ଦେବେ । ସେଥିପାଇଁ ଲୋକଙ୍କ ଉତ୍ସାହ ରହିଥିବା ବେଳେ ବିପୁଳ ଜନସମାଗମ ହେବ ବୋଲି ପୋଲିସ ପ୍ରଶାସନ ତତ୍ପର ହୋଇପଡିଛି । ସେହିପରି ରାଲି ଦିନର ରୋଡ ମ୍ୟାପ ପ୍ରଶାସନ ପକ୍ଷରୁ ପ୍ରକାଶ କରାଯାଇଛି ।

modi-trump-road-show
ମୋଦି-ଟ୍ରମ୍ପ ରୋଡ ଶୋ: ଲକ୍ଷାଧିକ ଲୋକ ସମାଗମ ସମ୍ଭାବନା, ଜାରି ହେଲା ରୋଡମ୍ୟାପ

ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ପ୍ରଥମେ ଅହମ୍ମଦାବାଦ ବିମାନବନ୍ଦରରେ ସ୍ବାଗତ କରାଯିବା ସହ ରୋଡ ଶୋ କରାଯିବ । ବିଶ୍ବର ଦୁଇ ପ୍ରମୁଖ ନେତାଙ୍କୁ ସ୍ବାଗତ କରିବାକୁ ପ୍ରାୟ 5 ଲକ୍ଷରୁ ଅଧିକ ଲୋକଙ୍କ ସମାଗମ ହେବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ରମ୍ପଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି । ଟ୍ରମ୍ପ ଏକ ଭିଡିଓ ରିଲିଜ କରି ମଧ୍ୟ ଏକଥା ପ୍ରକାଶ କରିଛନ୍ତି ।

ଯଦି କର୍ପୋରେସନର ମେୟରଙ୍କ ରୋଡ ଶୋରେ ଲକ୍ଷାଧିକ ଲୋକ ସମାଗମ ହୋଇପାରୁଛନ୍ତି । ତେବେ ବିଶ୍ବର ଦୁଇ ପ୍ରମୁଖ ନେତାଙ୍କୁ ସ୍ବାଗତ କରିବାକୁ ଅଧିକ ଲୋକ ସମାଗମ ହେବେ । ତେଣୁ ଲକ୍ଷାଧିକ ଲୋକଙ୍କର ସମାଗମ ହେବ ବୋଲି କୁହାଯାଉଛି ।

ଅହମ୍ମଦାବାଦ କ୍ରାଇମବ୍ରାଞ୍ଚର ସ୍ବତନ୍ତ୍ର ପୋଲିସ କମିଶନର ଏନେଇ କେତେ ଲୋକ ସମାଗମ ହେବେ ତାହା କହିହେବ ନାହିଁ ବୋଲି ଉଲ୍ଲେଖ କରିଛନ୍ତି । ସେହିପରି ବିଶ୍ବସ୍ତ ସୂତ୍ରରୁ ପ୍ରାୟ 1 ଲକ୍ଷ ଲୋକ ଆସିବାର ସମ୍ଭାବନା ଥିବା କୁହାଯାଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.