ETV Bharat / bharat

କାନାଡା ପ୍ରଧାନମନ୍ତ୍ରୀଙ୍କୁ ମୋଦିଙ୍କ ଧନ୍ୟବାଦ - କୋଭିଡ 19

କାନାଡାରେ ଅଧିକ ସଂଖ୍ୟକ ଭାରତୀୟ ବାସ କରନ୍ତି । ପ୍ରତିବର୍ଷ ଅନେକ ଭାରତୀୟ ସେଠାରେ ନାଗରିକତ୍ବ ଗ୍ରହଣ କରିଥାନ୍ତି । ଅଧିକ ପଢନ୍ତୁ...

କାନାଡା ପ୍ରଧାନମନ୍ତ୍ରୀଙ୍କୁ ମୋଦିଙ୍କ ଧନ୍ୟବାଦ

author img

By

Published : Apr 28, 2020, 11:10 PM IST

ନୂଆଦିଲ୍ଲୀ: କାନାଡାରେ କୋରୋନା ସ୍ଥିତି ଭୟଙ୍କର ପାଲଟିଛି । ଏବେ ସୁଦ୍ଧା ଦେଶରେ 48 ହଜାର 500 ଲୋକ ଆକ୍ରାନ୍ତ ହୋଇଛନ୍ତି । ସେହିପରି 18 ହଜାର 268 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ 2707 ଜଣ ସୁସ୍ଥ ହୋଇଛନ୍ତି ।

ତେବେ ଦେଶରେ ପରିସ୍ଥିତି ନେଇ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡ୍ୟୁଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଥା ହୋଇଛନ୍ତି । ଏନେଇ ମୋଦି ନିଜ ଟ୍ବିଟରରେ ସୂଚନା ଦେଇଛନ୍ତି । ଏଥିସହ ଭାରତୀୟ ସମ୍ପ୍ରଦାୟଙ୍କ ସୁରକ୍ଷା ପ୍ରତି ଦୃଷ୍ଟି ଦେଇଥିବାରୁ ସେ ଟ୍ରୁଡ୍ୟୁଙ୍କୁ ଧନ୍ୟବାଦ ଦେଇଛନ୍ତି ।

ଉଭୟ ନେତା ନିଜ ଦେଶରେ କୋରୋନା ସ୍ଥିତି ଓ ଏହାର ମୁକାବିଲା ନେଇ ଆଲୋଚନା କରିଥିଲେ । ଉଭୟ ଦେଶର ଦ୍ବିପାକ୍ଷିକ ସମ୍ପର୍କ ଓ ସହଯୋଗିତା କୋରୋନା ମୁକାବିଲା ପାଇଁ ଗୁରୁତ୍ବପୂର୍ଣ୍ଣ ବୋଲି ମୋଦି କହିଛନ୍ତି । ମେଡିକାଲ ରିସର୍ଚ୍ଚ ସହ ସାମଗ୍ରୀର ଆଦାନପ୍ରଦାନ ପାଇଁ ଉଭୟ ନେତା ଆଲୋଚନା କରିଥିଲେ ।

କାନାଡାରେ ଅଧିକ ସଂଖ୍ୟକ ଭାରତୀୟ ବାସ କରନ୍ତି । ପ୍ରତିବର୍ଷ ଅନେକ ଭାରତୀୟ ସେଠାରେ ନାଗରିକତ୍ବ ଗ୍ରହଣ କରିଥାନ୍ତି । ବିଶେଷ କରି ଶିଖ ସମ୍ପ୍ରଦାୟର ଲୋକେ ଏଠାରେ ବେଶୀ ରହନ୍ତି । ତେବେ ଏପରି ବିପତ୍ତି ସମୟରେ ଏମାନଙ୍କ ସୁରକ୍ଷା ଓ ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦେଇଥିବାରୁ କାନାଡା ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୋଦି ।

ସୌଜନ୍ୟ@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.