ETV Bharat / bharat

‘ଅପରାଜୟ ନୁହେଁ ମୋଦି-ଶାହ ଯୋଡି’ - Modi-Shah not invincible

ଅପରାଜୟ ନୁହେଁ ମୋଦି-ଶାହ ଯୋଡି । ଯାହା ଦିଲ୍ଲୀ ନିର୍ବାଚନରେ ପ୍ରମାଣିତ ହୋଇଥିବା କହିଛନ୍ତି ବିଜେପିର ପୁରୁଣା ବନ୍ଧୁ ଶିବସେନାର ସଞ୍ଜୟ ରାଉତ । ସେନାର ସାପ୍ତାହିକ ‘ସାମନା’ରେ ବିଜେପିର ଧର୍ମ ଭିତ୍ତିକ ଷ୍ଟ୍ରାଟେଜିକୁ କଟାକ୍ଷ କରି ସେ ଏପରି କହିଛନ୍ତି । ଏହାସହ କେଜ୍ରିୱାଲ ସରକାରଙ୍କ ବିକାଶମୂଳକ କାର୍ଯ୍ୟ ସାମ୍ନାରେ ଏହା ଫେଲ ମାରିଥିବା ସେ ଉଲ୍ଲେଖ କରିଛନ୍ତି ।

Modi-Shah not invincible
‘ଅପରାଜୟ ନୁହଁନ୍ତି ମୋଦି-ଶାହ ଯୋଡି’
author img

By

Published : Feb 16, 2020, 6:49 PM IST

Updated : Feb 16, 2020, 7:13 PM IST

ନୂଆଦିଲ୍ଲୀ: ଅପରାଜୟ ନୁହେଁ ମୋଦି-ଶାହ ଯୋଡି । ଯାହା ଦିଲ୍ଲୀ ନିର୍ବାଚନରେ ପ୍ରମାଣିତ ହୋଇଥିବା କହିଛନ୍ତି ବିଜେପିର ପୁରୁଣା ବନ୍ଧୁ ଶିବସେନାର ସଞ୍ଜୟ ରାଉତ । ସେନାର ସାପ୍ତାହିକ ‘ସାମନା’ରେ ବିଜେପିର ଧର୍ମ ଭିତ୍ତିକ ଷ୍ଟ୍ରାଟେଜିକୁ କଟାକ୍ଷ କରି ସେ ଏପରି କହିଛନ୍ତି । ଏହାସହ କେଜ୍ରିୱାଲ ସରକାରଙ୍କ ବିକାଶମୂଳକ କାର୍ଯ୍ୟ ସାମ୍ନାରେ ଏହା ଫେଲ ମାରିଥିବା ସେ ଉଲ୍ଲେଖ କରିଛନ୍ତି ।

ଏହାସହ ଲୋକସଭା ନିର୍ବାଚନ ସମୟରେ ଅପରାଜିତ ଭାବେ ଉଭା ହୋଇଥିବା ବିଜେପି ଦିଲ୍ଲା ନିର୍ବାଚନରେ ତାସର ପତା ପରି ପଡିଯାଇଛି ବୋଲି ସେ କହିଛନ୍ତି । ସେହିପରି କୌଣସି ଦେଶ ଧର୍ମ ବିନା ସମ୍ଭବ ନୁହେଁ, କିନ୍ତୁ ଧର୍ମର ଅର୍ଥ ଦେଶଭକ୍ତି ନୁହେଁ । ପ୍ରଭୁ ହନୁମାନଙ୍କ ଭକ୍ତ କେଜ୍ରିୱାଲ ଦିଲ୍ଲୀରେ ରାମରାଜ୍ୟ ଆଣିଥିବାବେଳେ ବିଜେପି ନିର୍ବାଚନରେ ଭଗବାନ ରାମଙ୍କୁ ଓହ୍ଲାଇଥିଲା ବୋଲି ସେ ବ୍ୟଙ୍ଗାତ୍ମକ ଶୈଳୀରେ କହିଛନ୍ତି ।

ଏହା ସହିତ ପୂର୍ବରୁ ବିଜେପି ନେତାଏଁ ବିଜେପିକୁ ଯିଏ ଭୋଟ ନଦେବ ସେ ଦେଶଦ୍ରୋହୀ ବୋଲି କହିଥିବା ଅଭିଯୋଗ କରି ପୁରା ଦିଲ୍ଲୀକୁ ଏହି ଟିକେଟ ମିଳିବ କି ବୋଲି ସେ ପ୍ରଶ୍ନ କରିଛନ୍ତି । ସେହିପରି ମୋଦି-ଶାହ ଆଉ ଅପରାଜିତ ନୁହଁନ୍ତି ବୋଲି ଦିଲ୍ଲୀ ଫଳାଫଳ ପ୍ରମାଣିତ କରିଥିବା ସେ କହିଛନ୍ତି ।

ସୌଜନ୍ୟ:ପିଟିଆଇ

Last Updated : Feb 16, 2020, 7:13 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.