ଗାନ୍ଧିନଗର: 69 ବର୍ଷରେ ପାଦ ରଖିଲେ ପ୍ରଧାନମନ୍ତ୍ରୀ ମୋଦି । ଏହାକୁ ନେଇ ଚାରିଆଡେ ଧୁମଧାମରେ ଚାଲିଛି ଜନ୍ମଦିନ ପାଳନ । ଏପଟେ ମୋଦି ଜନ୍ମଦିନ ଅବସରରେ ନର୍ମଦା ଜିଲ୍ଲା କେଭେଡିଆରେ ପହଞ୍ଚିଛନ୍ତି । ସେନେଇ ସୋମବାର ରାତି ଠାରୁ ରଙ୍ଗୀନ ଆଲୋକମାଳାରେ ସୁସଜ୍ଜିତ ହୋଇଛି ସର୍ଦ୍ଦାର ସରୋବର ଡ୍ୟାମ ।
ପ୍ରଧାନମନ୍ତ୍ରୀ ନର୍ମଦା ଦେବୀଙ୍କର ଦର୍ଶନ ସହ ମହାଆଳତୀ କରିବାର ଯୋଜନା ରହିଥିବା କହିଛନ୍ତି ମନ୍ଦିର ପୂଜକ। ମୋଦି ପ୍ରଥମ ଥର ପାଇଁ ନର୍ମଦା ନଦୀରେ ଆଳତୀ କରିବେ । ଆମେ ମାନେ ଖୁବ ଖୁସି ଅଛୁ ବୋଲି କହିଛନ୍ତି ପୂଜକ ।
ମୋଦିଙ୍କ ସ୍ବାଗତ ପାଇଁ ଫୁଲରେ ସଜାଯାଇଛି ଡ୍ୟାମର ପ୍ରବେଶ ପଥ । କେବଳ ଗୁଜୁରାଟ ନୁହେଁ , ସାରା ଦେଶ ପାଳୁଛି ମୋଦିଙ୍କ ଜନ୍ମ ଦିବସ । ମୋଦିଙ୍କ ଜୀବନୀ ସହ ତାଙ୍କର ଯୋଜନା ମାନ ଆମେ ଏକ ଭିଡିଓ ମାଧ୍ୟମରେ ଏଠାରେ ଉପସ୍ଥିତ ଜନତାଙ୍କୁ ପ୍ରଦର୍ଶନ କରିବୁ ବୋଲି କହିଛନ୍ତି କାର୍ଯ୍ୟକ୍ରମର ଆୟୋଜକ ।