ETV Bharat / bharat

ତୁର୍କୀର ପାକ୍‌ ପ୍ରେମ, କୂଟନୈତିକ ସ୍ତରରେ ଜବାବ ଦେଲା ଭାରତ

author img

By

Published : Sep 28, 2019, 9:26 PM IST

ମିଳିତ ଜାତିସଙ୍ଘ ମହାସଭାରେ ଭାରତକୁ ବିରୋଧ କରିବା ସହ ପାକିସ୍ତାନକୁ ଖୋଲାଖୋଲି ସମର୍ଥନ ଦେଇଛନ୍ତି ତୁର୍କୀ ରାଷ୍ଟ୍ରପତି ରେସେପ ତୟୀପ ଏର୍ଦୋଗନ । ସେପଟେ ଭାରତ ତୁର୍କୀକୁ ଏହାର ଜବାବ କୂଟନୈତିକ ଶୈଳୀରେ ଦେଇଛି । ଜାଣନ୍ତୁ କିପରି..

ଫାଇଲ ଫଟୋ

ୱାଶିଂଟନ: ମିଳିତ ଜାତିସଙ୍ଘ ମହାସଭାରେ ଭାରତକୁ ବିରୋଧ କରିବା ସହ ପାକିସ୍ତାନକୁ ଖୋଲାଖୋଲି ସମର୍ଥନ ଦେଇଛନ୍ତି ତୁର୍କୀ ରାଷ୍ଟ୍ରପତି ରେସେପ ତୟୀପ ଏର୍ଦୋଗନ । ସେ ନିଜ ଭାଷଣରେ କାଶ୍ମୀର ପ୍ରସଙ୍ଗ ଉଠାଇଛନ୍ତି । ତେବେ ତୁର୍କୀ ଏକମାତ୍ର ମୁସଲିମ ଦେଶ ଭାବରେ କାଶ୍ମୀର ପ୍ରସଙ୍ଗକୁ ନେଇ ପାକିସ୍ତାନର ସମର୍ଥନ କରିଛି । ଏହା ସହିତ ସେ ଧାରା 370 ଉଚ୍ଛେଦକୁ ନେଇ ଭାରତର ତୀବ୍ର ସମାଲୋଚନା କରିଛି ।

ସେପଟେ ଭାରତ ତୁର୍କୀକୁ ଏହାର ଜବାବ କୂଟନୈତିକ ଶୈଳୀରେ ଦେଇଛି । ସେ ତୂର୍କୀକୁ ସିଧାସଳଖ କିଛି ନକହି ତାର 3 ବିରୋଧୀ ପଡୋଶୀ ଦେଶ ତଥା ତୁର୍କୀର ପ୍ରତିଦ୍ବନ୍ଦୀ ସାଇପ୍ରସ, ଆର୍ମୋନିଆ ଏବଂ ଗ୍ରୀସ ସହ ନିଜ ସମ୍ବନ୍ଧକୁ ମଜବୁତ କରିଛି । ମିଳିତ ଜାତିସଙ୍ଘ ମହାସଭା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାଇପ୍ରସର ରାଷ୍ଟ୍ରପତି ନିକୋସ ଅନାସ୍ତାସିୟାଦେସ ଏବଂ ଆର୍ମୋନିଆର ପ୍ରଧାନମନ୍ତ୍ରୀ ନିକୋଲ ପାଶ୍ନିୟାନଙ୍କ ସହ ଦ୍ବିପାକ୍ଷିକ ବୈଠକ କରିଛନ୍ତି । ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଦୁଇ ଦେଶର ନେତାଙ୍କ ସହ ମିଶି ତୁର୍କୀକୁ କୂଟନୈତିକ ସ୍ତରରେ ଜବାବ ଦେବାର ପ୍ରସ୍ତୁତି କରିଛନ୍ତି ବୋଲି ଚର୍ଚ୍ଚା ହେଉଛି ।

ସୂଚନାଯୋଗ୍ୟ ଯେ, ସାଇପ୍ରସ ଏବଂ ଆର୍ମୋନିଆ ସହ ତୁର୍କୀର ସମ୍ବନ୍ଧ ଭଲ ନଥିବା ସମସ୍ତ ଦେଶ ଜାଣନ୍ତି । 20ତମ ଶତାବ୍ଦୀର ପ୍ରାରମ୍ଭରେ ଆର୍ମୋନିଆ ତୁର୍କୀରେ ଥିବା ଆର୍ମୋନିଆ ନାଗରିକଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରିଥିଲା । ଏହା ବ୍ୟତିତ 1974 ରୁ ତୁର୍କୀ ଏବଂ ସାଇପ୍ରସ ମଧ୍ୟରେ ଏକ ଦ୍ବିପକୁ ନେଇ ବିବାଦ ଲାଗି ରହିଛି ।

Intro:Body:

a

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.