ETV Bharat / bharat

ମୋଦିଙ୍କ ନୂଆ ଯୋଜନା, ଶସ୍ତାରେ ମିଳିବ ଏସି - normal

ଗରମରୁ ମିଳିବ ତ୍ରାହି । ଶସ୍ତାରେ ମିଳିବ ଏସି । ମୋଦି ସରକାର ସାଧାରଣ ଲୋକଙ୍କୁ ଦେବେ ଏହି ସୁବିଧା । ଘରେ ବସି ଗୋଟିଏ କ୍ଲିକରେ କିଣିପାରିବେ ଗ୍ରାହକ ।

ଡିଜାଇନ ଫଟୋ
author img

By

Published : May 28, 2019, 11:49 AM IST

ନୂଆଦିଲ୍ଲୀ: ଡହଡହ ଖରାରେ ଅସ୍ତବ୍ୟସ୍ତ ଜନଜୀବନ । ଏଥିରୁ ମୁକ୍ତି ଦେବାକୁ ମୋଦି ସରକାରଙ୍କ ନୂଆ ଯୋଜନା । ଏଲଇଡି ପରେ ଏବେ ଏସି ହେବ ଶସ୍ତା । ସାଧାରଣ ଲୋକ ପାଇବେ ଏହି ସୁବିଧା । ଘରେ ଘରେ ଏବେ ଚାଲିବ ଏସି । ପ୍ରଧାନମନ୍ତ୍ରୀ ମୋଦି ବଜାରରେ ଉପଲବ୍ଧ କରାଇବେ କମ ଦାମରେ ଏସି ।

ବର୍ତ୍ତମାନ ବଜାରରେ ଉପଲବ୍ଧ ଏସିର ଦାମ ଠାରୁ ମୋଦିଙ୍କ ଏସିର ମୂଲ୍ୟ 20 ରୁ 30 ପ୍ରତିଶତ କମ ରହିବ । ସରକାରୀ କମ୍ପାନୀ ଇଇଏସଏଲ( EESL) ବଜାରକୁ ଆଣିବ ଏହି ଏୟାର କଣ୍ଡିସନର । ଏହି ଏସି ଚଳାଇବା ଦ୍ବାରା ବିଜୁଳି ମଧ୍ୟ କମ ଖର୍ଚ୍ଚ ହେବ । ଆଉ ବିଜୁଳି ବିଲରୁ ବି ମୁକ୍ତି ପାଇବେ ସାଧାରଣ ଲୋକେ ।

ଅନଲାଇନରେ ଉପଲବ୍ଧ ହେବ ଏହି ବ୍ୟବସ୍ଥା । ଆଉ 24 ଘଣ୍ଟାରେ ଘରେ ଆସି ପହଞ୍ଚିଯିବ ଏସି । କମ୍ପାନୀ ସାଧାରଣ ଲୋକଙ୍କ ପାଇଁ ପ୍ରାୟ 2 ଲକ୍ଷ ଏସି ତିଆରି କରୁଛି । ଏହାକୁ ପାଇବା ପାଇଁ ଆପଣଙ୍କୁ ଆଉ ଦେଢ ମାସ ଅପେକ୍ଷା କରିବା ପାଇଁ ପଡିବ ।

Intro:Body:Conclusion:

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.