ETV Bharat / bharat

ନାମାଙ୍କନ ଭରିଲେ ମୋଦି - nomination

ନିଜ ସଂସଦୀୟ କ୍ଷେତ୍ର ବାରଣାସୀରୁ ନାମାଙ୍କନ ଭରିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏନଡିଏରେ ସାମିଲ ଥିବା ବିଭିନ୍ମ ଅଂଶୀଦାର ଦଳର ନେତାଙ୍କ ଉପସ୍ଥିତିରେ ସେ ନିଜ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି।

ଫଟୋ ସୌଜନ୍ୟ: ଏଏନଆଇ
author img

By

Published : Apr 26, 2019, 12:10 PM IST

Updated : Apr 26, 2019, 3:09 PM IST

ଲକ୍ଷ୍ନୌ: ନିଜ ସଂସଦୀୟ କ୍ଷେତ୍ର ବାରଣାସୀରୁ ନାମାଙ୍କନ ଭରିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଶୁକ୍ରବାର ପୂର୍ବାହ୍ନ ୧୧ଟା 43 ସମୟରେ ସେ ନିଜ ନାମାଙ୍କନ ପତ୍ର ବାରଣାସୀର ନିର୍ବାଚନ ଅଧିକାରୀଙ୍କ ହାତକୁ ଦେଇଛନ୍ତି । ବିଜେପି କାର୍ଯ୍ୟକର୍ତ୍ତା ଏବଂ ତାଙ୍କ ଶହଶହ ସମର୍ଥକଙ୍କ ସହ ଜିଲ୍ଲାପାଳଙ୍କ ଅଫିସ ପହଞ୍ଚି ମୋଦି ନାମାଙ୍କନପତ୍ର ଦାଖଲ କରିଥିଲେ ।

ଭିଡିଓ ସୌଜନ୍ୟ: ଏଏନଆଇ

ଏହି ଅବସରରେ ଜେଡିୟୁର ଅଧ୍ୟକ୍ଷ ତଥା ବିହାରର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏବଂ ଶିବସେନା ପ୍ରମୁଖ ଉଦ୍ଧବ ଠାକରେ, ଶିରୋମଣି ଅକାଳୀ ଦଳର ନେତା ପ୍ରକାଶ ସିଂହ ବାଦଲଙ୍କ ସମେତ ଏନଡିଏର ଅନେକ ବରିଷ୍ଠ ନେତା ଉପସ୍ଥିତ ରହି ମୋଦିଙ୍କୁ ସମର୍ଥନ ଜଣାଇଥିଲେ। ନାମାଙ୍କନ ଦାଖଲ କରିବା ପୂର୍ବରୁ ମୋଦି ଶିରୋମଣି ଅକାଳୀ ଦଳର ନେତା ପ୍ରକାଶ ସିଂହ ବାଦଲ ଏବଂ ତାଙ୍କ ମହିଳା ପ୍ରସ୍ତାବକ ତଥା ପାଣିନି କନ୍ୟା ମହାବିଦ୍ୟାଳୟ ଅଧ୍ୟକ୍ଷା ଅନ୍ନପୂର୍ଣ୍ଣା ଶୁକ୍ଲାଙ୍କ ପାଦ ଛୁଇଁ ଆଶୀର୍ବାଦ ନେଇଥିଲେ। ଏହା ପୂର୍ବରୁ ମୋଦି ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଧିତ କରିଥିଲେ । ଏହା ପରେ ସେ କାଳ ଭୈରବୀଙ୍କ ଦର୍ଶନ କରି ପୂଜାର୍ଚ୍ଚନା କରିଥିଲେ ।

Intro:Body:

blank

Conclusion:
Last Updated : Apr 26, 2019, 3:09 PM IST

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.