ETV Bharat / bharat

ରାହୁଲଙ୍କୁ ଭୟ କରନ୍ତି ମୋଦି !

ପରିସ୍ଥିତିରେ ଆସାମ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ରିପୁନ ବୋରା ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦ ଆଳରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି ।ରିପୁନ ବୋରା କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେବଳ କେବଳ ରାହୁଲ ଗାନ୍ଧୀଙ୍କୁ ଭୟ କରନ୍ତି । ଏଣୁ ରାହୁଲଙ୍କୁ ଦଳର ନେତୃତ୍ବ ନେବାର ଆବଶ୍ୟକତା ରହିଛି । ଅଧିକ ପଢନ୍ତୁ...

author img

By

Published : Aug 23, 2020, 10:35 PM IST

ରାହୁଲଙ୍କ ଭୟ କରନ୍ତି ମୋଦି!
ରାହୁଲଙ୍କ ଭୟ କରନ୍ତି ମୋଦି!

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ପଦକୁ ନେଇ ଦ୍ବନ୍ଦ ଉପୁଜିଥିବା ବେଳେ ଦଳରେ ଏବେ ଭିନ୍ନ ଭିନ୍ନ ମତ ଉଠିବାରେ ଲାଗିଛି । କିଛି ନେତା ସୋନିଆ ଗାନ୍ଧୀ ଅଧ୍ୟକ୍ଷ ପଦରେ ରୁହନ୍ତୁ ବୋଲି ଦାବି କରୁଛନ୍ତି ତ ଆଉ କିଛି ନେତା ରାହୁଲଙ୍କୁ କଂଗ୍ରେସର ମଙ୍ଗ ଧରିବାକୁ ସ୍ବର ଉଠାଉଛନ୍ତି । ଏପରିସ୍ଥିତିରେ ଆସାମ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ରିପୁନ ବୋରା ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦ ଆଳରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି ।

ରିପୁନ ବୋରା କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେବଳ କେବଳ ରାହୁଲ ଗାନ୍ଧୀଙ୍କୁ ଭୟ କରନ୍ତି । ଏଣୁ ରାହୁଲଙ୍କୁ ଦଳର ନେତୃତ୍ବ ନେବାର ଆବଶ୍ୟକତା ରହିଛି ।

ଆସାମ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ରିପୁନ କହିଛନ୍ତି ଯେ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ଏବଂ ରାଜ୍ୟସଭା ସାଂସଦଙ୍କ ସହ ହୋଇଥିବା ଏକ ଭିଡିଓ କନଫରେନ୍ସରେ ମୁଁ ସୋନିଆ ଗାନ୍ଧୀଙ୍କୁ ରାହୁଲ ଗାନ୍ଧୀଙ୍କୁ କଂଗ୍ରେସ ଦଳର ଅଧ୍ୟକ୍ଷ କରିବାକୁ ନିବେଦନ କରିଛି।

ଅନ୍ୟପକ୍ଷେ ରିପୁନ ବୋରା କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଏକ ଚିଠି ଲେଖି ରାହୁଲ ଗାନ୍ଧୀଙ୍କୁ କଂଗ୍ରେସ ଦଳର ପଦଭାର ଦାୟିତ୍ବ ଦିଅନ୍ତୁ ବୋଲି ଦାବି ଜଣାଇଛନ୍ତି । ଏହାସହ ସେ କହିଛନ୍ତି ରାହୁଲ କଂଗ୍ରେସର ମଙ୍ଗ ଧରି ବିଜେପି ଏବଂ ଆରଏସଏସ ସହିତ ଲଢେଇ କରିପାରିବେ।

ସେପଟେ ଦଳରେ ନେତୃତ୍ବ ସଙ୍କଟ ମଧ୍ୟରେ ସୋନିଆଙ୍କ ସମର୍ଥନରେ ମଧ୍ୟ ବାହାରିଛନ୍ତି ଦଳର ଅନେକ ବରିଷ୍ଠ ନେତା । ହରିୟାଣା କଂଗ୍ରେସ ସଭାପତି କୁମାରୀ ସୈଲଜା ମଧ୍ୟ ସୋନିଆ ଗାନ୍ଧୀଙ୍କୁ ଏକ ଚିଠି ଲେଖିଛନ୍ତି। ସୈଲଜା ଲେଖିଛନ୍ତି ଯେ ଗାନ୍ଧୀ-ନେହେରୁ ପରିବାର ଆମ ଦେଶକୁ ରକ୍ତ ଓ ଝାଳ ବୁହାଇ ଆଗକୁ ଆଣିଛନ୍ତି। ଏହି ପରିବାର ଦେଶ ପାଇଁ ଯେଉଁ ବଳିଦାନ ଦେଇଛି, ଏହି ଦେଶ ଏହି ପରିବାର ଆଗରେ ପାଇଁ ସର୍ବଦା ଋଣି ରହିବ | ଦେଶ ପ୍ରତି ଆପଣଙ୍କ ସମର୍ପଣ ସମସ୍ତ ଦେଶବାସୀଙ୍କ ପାଇଁ ପ୍ରେରଣାର ସ୍ରୋତ ଅଟେ |

କଂଗ୍ରେସରେ ପରିବର୍ତ୍ତନକୁ ନେଇ ବିବାଦ ମଧ୍ୟରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ସୋନିଆ ଗାନ୍ଧୀଙ୍କୁ ସମର୍ଥନ କରିଛନ୍ତି। ଗେହଲଟ ଏକ ଟ୍ବିଟରେ ଲେଖିଛନ୍ତି ଯେ ସୋନିଆ ଗାନ୍ଧୀ କଂଗ୍ରେସ ଦଳର ନେତୃତ୍ୱ ନେବା ଉଚିତ।

23 ବରିଷ୍ଠ କଂଗ୍ରେସ ନେତାଙ୍କ ତରଫରୁ କଂଗ୍ରେସ ସଭାପତିଙ୍କୁ ଚିଠି ଲେଖିବାର ଖବରକୁ ଅବିଶ୍ବସନୀୟ ବୋଲି ଗେହଲଟ ବର୍ଣ୍ଣନା କରିବା ସହ ଏହାକୁ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି। ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଲେଖିଛନ୍ତି, ମୋର ଗଭୀର ବିଶ୍ବାସ ଅଛି ଯେ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ଏହି ଏଭଳି ସଙ୍କଟ ସମୟରେ ଦଳର ନେତୃତ୍ବ ନେବେ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.