ETV Bharat / bharat

ଜମ୍ମୁ-କାଶ୍ମୀର ବିଜେପି ନେତାଙ୍କୁ ହତ୍ୟା: ଫୋନ କରି ମାମଲା ବିଷୟରେ ଅବଗତ ହେଲେ ମୋଦି - bjp leader wasim bari killed

ଉତ୍ତର କାଶ୍ମୀରର ବାନ୍ଦିପୋରାରେ ଆତଙ୍କବାଦୀଙ୍କ ଗୁଳିରେ ଜୀବନ ହାରିଛନ୍ତି ବିଜେପି ନେତା ୱାସିମ୍ ଅହମ୍ମଦ ବରୀ । ୱାସିମଙ୍କ ସହ ତାଙ୍କ ପିତା ଓ ଭାଇଙ୍କୁ ମଧ୍ୟ ହତ୍ୟା କରାଯାଇଛି । ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଜେପି ନେତାଙ୍କ ହତ୍ୟା ସମ୍ପର୍କରେ ଫୋନରେ ସୂଚନା ନେଇଛନ୍ତି ଓ ତାଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି।

ଜାମ୍ମୁ-କାଶ୍ମୀର ବିଜେପି ନେତାଙ୍କୁ ହତ୍ୟା
ଜାମ୍ମୁ-କାଶ୍ମୀର ବିଜେପି ନେତାଙ୍କୁ ହତ୍ୟା
author img

By

Published : Jul 9, 2020, 5:29 PM IST

ଜମ୍ମୁ: ବୁଧବାର ରାତିରେ ଉତ୍ତର କାଶ୍ମୀରର ବାନ୍ଦିପୋରାରେ ଆତଙ୍କବାଦୀଙ୍କ ଗୁଳିରେ ଜୀବନ ହାରିଛନ୍ତି ବିଜେପି ନେତା ୱାସିମ୍ ଅହମ୍ମଦ ବରୀ । ୱାସିମଙ୍କ ସହ ତାଙ୍କ ପିତା ଓ ଭାଇଙ୍କୁ ମଧ୍ୟ ହତ୍ୟା କରାଯାଇଛି । ନେତାଙ୍କ ସୁରକ୍ଷା ପ୍ରତି ଅବହେଳା ଅଭିଯୋଗରେ 7 ଜଣ ପୋଲିସ କର୍ମଚାରୀଙ୍କୁ ମଧ୍ୟ ଗିରଫ କରାଯାଇଛି। ଅନ୍ୟପକ୍ଷେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଜେପି ନେତାଙ୍କ ହତ୍ୟା ସମ୍ପର୍କରେ ଫୋନରେ ସୂଚନା ନେଇଛନ୍ତି ଓ ତାଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି।

କେନ୍ଦ୍ର ମନ୍ତ୍ରୀ ଡ଼ଃ ଜିତେନ୍ଦ୍ର ସିଂ ଏହି ସୂଚନା ଦେଇଛନ୍ତି। ସେ ଟ୍ବିଟ୍ କରି କହିଛନ୍ତି, ‘ପ୍ରଧାନମନ୍ତ୍ରୀ ମୋଦି ଫୋନରେ ୱାସିମ ବରୀଙ୍କ ହତ୍ୟା ସମ୍ପର୍କରେ ସୂଚନା ପାଇଛନ୍ତି। ୱାସିମଙ୍କ ପରିବାରକୁ ମଧ୍ୟ ସେ ସମବେଦନା ଜଣାଇଛନ୍ତି ’। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା କହିଛନ୍ତି ଯେ ୱାସିମ ବରୀଙ୍କ ବଳିଦାନ ବୃଥା ହେବ ନାହିଁ। ସେ କହିଛନ୍ତି ଯେ ଆଜି ଜମ୍ମୁ କାଶ୍ମୀରର ବାନ୍ଦିପୋରାରେ ତାଙ୍କ ପିତା ଓ ଭାଇଙ୍କୁ ହରାଇଛୁ। ଦଳ ପାଇଁ ଏହା ଏକ ବଡ କ୍ଷତି । ପରିବାର ପ୍ରତି ମୋର ଗଭୀର ସମବେଦନା । ସମ୍ପୁର୍ଣ୍ଣ ଦଳ ଶୋକସନ୍ତପ୍ତ ପରିବାର ସହିତ ଛିଡା ହୋଇଛି ’ ।

ନ୍ୟାସନାଲ କନଫରେନ୍ସ ନେତା ଓମାର ଅବଦୁଲ୍ଲା ମଧ୍ୟ ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା କରିବା ସହ ୱାସିମଙ୍କ ମୃତ୍ୟୁକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି। ଓମାର ଟ୍ବିଟ୍ କରି କହିଛନ୍ତି, ବାନ୍ଦିପୋରାରେ ବିଜେପି ଅଧିକାରୀ ଓ ତାଙ୍କ ପିତାଙ୍କ ଉପରେ ହୋଇଥିବା ମାରାତ୍ମକ ଆତଙ୍କବାଦୀ ଆକ୍ରମଣ ବିଷୟରେ ଶୁଣି ବହୁତ ଦୁଃଖିତ। ମୁଁ ଏହି ଆକ୍ରମଣକୁ ଦୃଢ ନିନ୍ଦା କରୁଛି ’।

ଜମ୍ମୁ କାଶ୍ମୀରର ପୋଲିସ ମହାନିର୍ଦ୍ଦେଶକ ଦିଲବାଗ ସିଂ କହିଛନ୍ତି ଯେ ଆତଙ୍କବାଦୀମାନେ ପୂର୍ବତନ ବିଜେପି ଜିଲ୍ଲା ସଭାପତି ୱାସିମ ଅହମ୍ମଦ ବରୀଙ୍କୁ ତାଙ୍କ ଦୋକାନ ବାହାରେ ରାତି ପ୍ରାୟ 9ଟା ସମୟରେ ଗୁଳି କରି ହତ୍ୟା କରିଛନ୍ତି । ବରୀ ବ୍ୟତୀତ ତାଙ୍କ ଭାଇ ଓମର ଓ ପିତା ବଶୀର ଅହମ୍ମଦ ମଧ୍ୟ ଏହି ଘଟଣାରେ ନିହତ ହୋଇଛନ୍ତି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.