ETV Bharat / bharat

ଆଜି କେନ୍ଦ୍ର କ୍ୟାବିନେଟ ବୌଠକ, କୃଷି କ୍ଷେତ୍ରରେ 2ଟି ଅଧ୍ୟାଦେଶକୁ ମିଳିପାରେ ମଞ୍ଜୁରି - modi cabinet meeting

ମୋଦୀ ସରକାର ଚାଷୀଙ୍କ ପାଇଁ ଆଣିପାରନ୍ତି ବଡ ଆଶ୍ବସ୍ତି । ଆଜି ଦିନ 11 ଟାରେ ଅନୁଷ୍ଠିତ ହେବାକୁ ଥିବା ମୋଦିଙ୍କ କ୍ୟାବିନେଟର ବୈଠକରେ କୃଷି କ୍ଷେତ୍ରରେ ଦୁଇଟି ଅଧ୍ୟାଦେଶକୁ ମିଳିପାରେ ଅନୁମୋଦନ । ଅଧିକ ପଢନ୍ତୁ...

କୃଷି କ୍ଷେତ୍ରରେ 2ଟି ଅଧ୍ୟାଦେଶକୁ ମିଳିପାରେ ମଞ୍ଜୁରି

author img

By

Published : May 20, 2020, 11:00 AM IST

ନୂଆଦିଲ୍ଲୀ: ଆଜି ଦିନ 11 ଟାରେ ବସିବ ମୋଦିଙ୍କ କ୍ୟାବିନେଟ ବୈଠକ । କୃଷକଙ୍କ ପାଇଁ ହୋଇପାରେ କିଛି ନୂଆ ଘୋଷଣା । କୃଷି କ୍ଷେତ୍ରରେ 2 ଅଧ୍ୟାଦେଶ ଉପରେ ମଞ୍ଜୁରି ମିଳିପାରେ । ଫସଲ ଅମଳ ଓ ସଂରକ୍ଷଣ ଦିଗରେ 2ଟି ଅଧ୍ୟାଦେଶ ଅନୁମୋଦନ ହୋଇପାରେ । ପ୍ରଥମ ଅଧ୍ୟାଦେଶରେ କୃଷକ ଯେ କୌଣସି ଅଧିକାରୀଙ୍କୁ ନିଜ ଅମଳ ବିକ୍ରି କରିପାରିବେ । ଏହା ସହ ଆର୍ଥିକ ପ୍ୟାକେଜ ମଧ୍ୟ ଘୋଷଣା କରାଯାଇ ପାରେ । ବାତ୍ୟା ଅମ୍ପାନର ମୁକାବିଲା ନେଇ ମଧ୍ୟ ବୈଠକରେ ଆଲୋଚନା ହୋଇପାରେ ।

ସୂଚନାଯୋଗ୍ୟ, ଆଜି ପର୍ଯ୍ୟନ୍ତ କୃଷକ ନିଜ ରାଜ୍ୟର ସୂଚିତ ହୋଇଥିବା ମଣ୍ଡିରେ ହିଁ ଅମଳ ବିକ୍ରି କରିଆସୁଛନ୍ତି । ଏହି ଅଧ୍ୟାଦେଶ ପରେ ଚାଷୀ ନିଜ ଫସଲକୁ ନିଜ ଇଚ୍ଛାମୁତାବକ ବିକ୍ରି କରିପାରିବ । କ୍ୟାବିନେଟର ଦ୍ବିତୀୟ ନିୟମ ଜରୁରୀ ଦ୍ରବ୍ୟ ଅଧିନିୟମ 1955ରେ ସଂଶୋଧନ ସହ ଜଡିତ ହେବ ।

ଏହା ଦ୍ବାରା ଯୋଗାଣ ଶୃଙ୍ଖଳାକୁ ମଜବୁତ କରିବା ସହ ଚାଷୀଙ୍କୁ ସିଧାସଳଖ ଉପକୃତ କରିବ ବୋଲି ସରକାର ବିଶ୍ୱାସ ରଖିଛନ୍ତି । ଘୋଷଣା କରାଯାଇଥିବା ଆର୍ଥିକ ରିଲିଫ ପ୍ୟାକେଜକୁ ଅନୁମୋଦନ ମିଳିପାରେ। ମୋଦୀ ସରକାରଙ୍କ ଏହି ଆର୍ଥିକ ପ୍ୟାକେଜକୁ ଆତ୍ମନିର୍ଭରଶୀଳ ଭାରତ ବୋଲି କୁହାଯାଇଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.