ETV Bharat / bharat

ଖୁଚୁରା ବ୍ୟବସାୟୀ ବି ପାଇବେ ପେନସନ - announce

ଖୁଚୁରା ବ୍ୟବସାୟୀଙ୍କୁ ମିଳିବ ପେନସନ । ୬୦ ବର୍ଷ ପରେ ମିଳିବ ମାସିକ ୩ ହଜାର ଟଙ୍କା । ଘୋଷଣା କଲେ ପ୍ରଧାନମନ୍ତ୍ରୀ ମୋଦି ।

ଫାଇଲ ଫଟୋ
author img

By

Published : Jun 1, 2019, 12:53 PM IST

ନୂଆଦିଲ୍ଲୀ: ଏଥର କ୍ଷୁଦ୍ର ବା ଖୁଚୁରା ବ୍ୟବସାୟୀଙ୍କୁ ମିଳିବ ପେନସନ । ଘୋଷଣା କଲେ ପ୍ରଧାନମନ୍ତ୍ରୀ ମୋଦି । ନୂତନ କ୍ୟାବିନେଟ୍‌ ବୈଠକରେ ଏହି ଯୋଜନା ବିଷୟରେ କରାଯାଇଛି ଘୋଷଣା । ସରକାରୀ ଚାକିରୀ ଭଳି ସେମାନଙ୍କୁ ମଧ୍ୟ ୬୦ ବର୍ଷ ପରେ ମିଳିବ ମାସିକ ୩ ହଜାର ଟଙ୍କା ଲେଖାଏଁ ପେନସନ ।

ଏହାଦ୍ବାରା ପ୍ରାୟ 3 କୋଟି ବ୍ୟବସାୟୀ ଲାଭ ପାଇପାରିବେ । ଆସନ୍ତା ତିନି ବର୍ଷ ଭିତରେ ପ୍ରାୟ ପାଞ୍ଚ କୋଟି ଖୁଚୁରା ବ୍ୟବସାୟୀ ଏହି ସ୍କିମରେ ଯୋଗଦେବେ ବୋଲି ଆଶା ରହିଛି । ବାର୍ଷିକ ୧.୫ କୋଟି ଟଙ୍କାରୁ କମ୍‌ କାରବାର କରୁଥିବା ଖୁଚୁରା ବ୍ୟବସାୟୀ ଏଥିରେ ସାମିଲ ହୋଇପାରିବେ ।

ଦେଶରେ ରହିଥିବା ୩ ଲକ୍ଷ ୨୫,୦୦୦ ସହଜ ଜନସେବା କେନ୍ଦ୍ରରେ ୧୮ରୁ ୪୦ ବର୍ଷ ବୟସର ବ୍ୟବସାୟୀ ନାମ ପଞ୍ଜିକରଣ କରିପାରିବେ । ଖୁଚୁରା ବ୍ୟବସାୟୀଙ୍କ ପାଇଁ ମୋଦିଙ୍କର ଏହି ଯୋଜନାକୁ ପ୍ରଶଂସା କରାଯିବା ସହ ଆଗକୁ ଏହା ବ୍ୟବସାୟୀଙ୍କ ପାଇଁ ଉପଯୋଗୀ ହେବ ବୋଲି ଆଶା କରାଯାଉଛି ।

Intro:Body:

sdfg

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.