ହାଇଦ୍ରାବାଦ: ଗର୍ଭାବସ୍ଥାରେ ଅତ୍ୟଧିକ ମଦ୍ୟପାନ କରୁଥିବା ମହିଳାଙ୍କ ଶିଶୁଙ୍କ ମଧ୍ୟରେ ଡିଏନଏରେ ପରିବର୍ତ୍ତନ ଆସିଥାଏ । ଜନ୍ମହେବା ପୂର୍ବରୁ ଆଲକୋହଲ ଭ୍ରୁଣଙ୍କ ଶରୀର ପାଇଁ କ୍ଷତିକାରକ ହୋଇଥାଏ । ତେବେ ଏହି ବିଷୟରେ ଅଧ୍ୟୟନ କରିବା ଦ୍ବାରା ଶିଶୁର ସମସ୍ୟା ବିଷୟରେ ଜାଣି ଏହାର ନିରାକରଣ କରାଯାଇପାରିବ ବୋଲି ସୂଚନା ଦେଇଛନ୍ତି ରୁଟଗର୍ସର ବୈଜ୍ଞାନିକ ।
ଅତ୍ୟଧିକ ମଦ୍ୟପାନ କରିବା ଦ୍ବାରା ଦୀର୍ଘ ବର୍ଷ ଯାଏଁ ଶିଶୁ ମଧ୍ୟରେ ଆନୁବଂଶିକ ବିକାରଗ୍ରସ୍ତ ଦେଖାଦେଇଥାଏ । ଗବେଷକଙ୍କ ପ୍ରାୟ 30 ଗର୍ଭବତି ଓ 359 ଶିଶୁଙ୍କୁ ରିସର୍ଚ୍ଚ ଅନ୍ତର୍ଭୁକ୍ତ କରିଥିଲେ । ଏହା ମୁଖ୍ୟତଃ ଦୁଇଟି ଜିନକୁ ପରିବର୍ତ୍ତନ କରିଥାଏ । ଯଥା, POMC ଓ PER2 । POMC ଅବସାଦା ପ୍ରତିକ୍ରିୟାକୁ ନିୟନ୍ତ୍ରଣ କରୁଥିବା ବେଳେ PER2 ବାଓଲୋଜିକାଲ ସମୟକୁ ନିୟନ୍ତ୍ରିତ କରିଥାଏ ।
ମାସକୁ 4-5 ଥର ମଦ୍ୟପାନ ଗ୍ରହଣ କରିବା ଦ୍ବାରା ଏହି ସମସ୍ୟା ଦେଖାଦେଇଥାଏ । ଜିନ୍ ସହ ପ୍ରୋଟିନ ମଧ୍ୟ ପରିବର୍ତ୍ତିତ ହୋଇଥାଏ । ଏହା ଶାରୀରିକ ସମସ୍ୟା ସହ ମାନସିକତାକୁ ମଧ୍ୟ ପରିବର୍ତ୍ତନ କରିଥାଏ । ଏହା ଦ୍ବାରା ଶିଶୁର ବ୍ୟବହାର ଓ ସ୍ମରଣଶକ୍ତିରେ ପ୍ରଭାବ ପକାଇଥାଏ ।
ମା'ର ଶରୀର ମଧ୍ୟରେ ଭ୍ରୁଣ ଥିବା ସମୟରେ ରକ୍ତ ମାଧ୍ୟମରେ ଖାଦ୍ୟ ଗ୍ରହଣ କରିଥାଏ । ଆଲକୋହଲ ମଧ୍ୟ ରକ୍ତରେ ମିଶି ଭ୍ରୁଣ ମଧ୍ୟକୁ ଯାଇଥାଏ ଫଳରେ ଶିଶୁର ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ କମାଇଥାଏ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ