ETV Bharat / bharat

ଫୋନ ଜଣାଇବ ଲୋକଙ୍କ ସ୍ବଭାବ

author img

By

Published : Jul 27, 2019, 5:40 PM IST

ଆପଣ କେତେ ସମୟ ଫୋନ୍ ବ୍ୟବହାର କରୁଛନ୍ତି, ସୋସିଆଲ ମିଡିଆରେ କେତେ ସମୟ ଆକ୍ଟିଭ ରହୁଛନ୍ତି ଏସବୁ ଆପଣଙ୍କ ବ୍ୟକ୍ତିତ୍ୱରୁ ଜଣାପଡିବ ।

ଫାଇଲ ଫଟୋ

ନୂଆଦିଲ୍ଲୀ: ଏଣିକି ଫୋନ ବ୍ୟବହାରରୁ ଜଣାପଡିବ ଆପଣଙ୍କର ବ୍ୟକ୍ତିତ୍ୱ। ଆପଣ କେତେ ସମୟ ଫୋନ୍ ବ୍ୟବହାର କରୁଛନ୍ତି, ସୋସିଆଲ ମିଡିଆରେ କେତେ ସମୟ ସକ୍ରିୟ ରହୁଛନ୍ତି ଏସବୁ ଆପଣଙ୍କ ବ୍ୟକ୍ତିତ୍ୱରୁ ଜଣାପଡିଯିବ ।

ଅଷ୍ଟ୍ରେଲିଆର ଆରଏମଆଇଟି ୟୁନିଭରସିଟିର ପ୍ରଫେସର ଫ୍ଲୋରା ସଲିମଙ୍କ କହିବା ଅନୁଯାୟୀ, ଆପଣ କେତେ ସମୟରେ ଜଣଙ୍କ ଫୋନ କଲ୍ ଉଠାଉଛନ୍ତି ଏହା ଦ୍ୱାରା ଆପଣଙ୍କ ବ୍ୟକ୍ତିତ୍ୱ ଜଣାପଡିବ । ତେବେ ଏହା ପୂର୍ବ ପରୀକ୍ଷାରୁ ଫୋନ କଲ୍ ଏବଂ ମେସେଜିଙ୍ଗ୍ ଆକ୍ଟିଭିଟି ଲଗ୍ ବ୍ୟବହାର ଦ୍ୱାରା ଜଣେ ବ୍ୟକ୍ତିଙ୍କ ବ୍ୟକ୍ତିତ୍ୱ ଜଣାପଡିଥିଲା ।

କିନ୍ତୁ ଏବେ ଫୋନରେ ଥିବା ଏକ୍ସଲରୋମିଟର ଦ୍ୱାରା ଏହା ଜଣାପଡିବ । ରିସର୍ଚରଙ୍କ କହିବା ଅନୁଯାୟୀ ଜଣେ ବ୍ୟକ୍ତିଙ୍କ ଫିଜିକାଲ ଆକ୍ଟିଭିଟିରୁ ହିଁ ବ୍ୟକ୍ତିଙ୍କ ବ୍ୟକ୍ତିତ୍ୱର ପରିଚୟ ମିଳିଥାଏ । ତେବେ ଏହା 5ଟି ପରୀକ୍ଷାରୁ ଜଣାପଡିଛି । ବୈଜ୍ଞାନିକଙ୍କ ପରୀକ୍ଷାରୁ ଜଣାପଡିଛି କି, ଯେଉଁମାନେ ସନ୍ଧ୍ୟା ସମୟରେ ଲଗାତାର ଚଲାବୁଲା କରିଛନ୍ତି ସେମାନେ ସାଧାରଣତଃ ଲାଜକୁଳା ସ୍ୱଭାବର ହୋଇଥାନ୍ତି । କିନ୍ତୁ ଯେଉଁମାନେ ଦୃଢ ବିଶ୍ବାସ ଲୋକ ସେମାନେ ସାଧାରଣତଃ ଭିନ୍ନ ଭିନ୍ନ ଲୋକଙ୍କ ସହ ଭେଟିବା, ବିନା ପ୍ଲାନରେ ଯୋଜନା କରିବା, ବନ୍ଧୁତ୍ୱ ସ୍ୱଭାବର ହୋଇଥାନ୍ତି ।

ସେହିପରି ଶାନ୍ତ ସ୍ୱଭାବର ମହିଳା ନିଜ ଫୋନକୁ ବାରମ୍ବାର ଚେକ୍ କରିଥାନ୍ତି । କିନ୍ତୁ ଶାନ୍ତ ସ୍ୱଭାବର ପୁରୁଷ ସାଧାରଣତଃ ନିଜ ଫୋନରେ କିଛି ନା କିଛି ସର୍ଚ୍ଚ କରିଥାନ୍ତି । ତେବେ ଏକ ବୈଜ୍ଞାନିକ ପରୀକ୍ଷାରୁ ଜଣାପଡିଛି ଯେ ଆମେ ଫୋନରେ ଥିବା ଏକ୍ସଲରୋମିଟର ବ୍ୟକ୍ତିଙ୍କ ବ୍ୟକ୍ତିତ୍ୱର ଠିକ୍ ତଥ୍ୟ ଦେଇଥାଏ ।

Intro:ତିନିଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ନେପାଳର ପୂର୍ବତନ ପ୍ରଧାନମନ୍ତ୍ରୀ।80ବର୍ଷୀୟ ପୂର୍ବ ପ୍ରଧାନମନ୍ତ୍ରୀ ଲୋକେନ୍ଦ୍ର ବାହାଦୂର ଚାନ୍ଦ ଏହି ଗସ୍ତ ସମୟରେ ଓଡ଼ିଶାର ବିଭିନ୍ନ ଦର୍ଶନୀୟ ସ୍ଥାନ ପରିଦର୍ଶନ କରିବା ସହିତ ପୁରୀ ଯାଇ ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରିବେ ବୋଲି ସୂଚନାମିଳିଛି

Body:ଓଡିଶା ଇଣ୍ଟରନ୍ୟାସନାଲ ସେଣ୍ଟର ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏ ବିଷୟରେ ସୂଚନା ଦେଇ କୁହାଯାଇଛି କି ଆସନ୍ତା 29 ତାରିଖ ଅପରାହ୍ନ 11 ଟା ସମୟରେ ଶ୍ରୀ ଚାନ୍ଦ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବେ।ସେଠାରୁ ତାଙ୍କୁ ସ୍ବାଗତ କଲାପରେ ସେ ଭୁବନେଶ୍ୱର ରେ ରହିଥିବା ତାଙ୍କ ଗୁରୁ ସନ୍ଥ ସ୍ୱାମୀ ଦିବ୍ୟାନନ୍ଦ ଗିରି ମହାରାଜଙ୍କୁ ଅପରାହ୍ନ ରେ ଭେଟିବା ପାଇଁ ଯିବେ।ତା ପରଦିନ ସକାଳୁ ଅର୍ଥାତ 30 ତାରିଖ ଦିନ ଭୁବନେଶ୍ୱର ଉପକଣ୍ଠରେ ଥିବା ହୀରାପୁର ସ୍ଥିତ ଚୌଷଠି ଯୋଗିନୀ ମନ୍ଦିର ରେ ଦର୍ଶନ କରିବା ସହିତ ପୂଜାପାଠ କଟିବେ ବୋଲି ସୂଚନା ମିଳିଛି।ସେଠାରୁ କାର୍ଯ୍ୟ ଶେଷ କରି କୋଣାର୍କ ମନ୍ଦିର ଦର୍ଶନ କରିବେ ଏବଂ ପୁରୀରେ ରାତ୍ରିଯାପନ କରିବେ।ତା ପରଦିନ ଅର୍ଥାତ 31 ତାରିଖ ସକାଳୁ ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରିବା ସହିତ ତାଙ୍କ ଆଶୀର୍ବାଦ ପ୍ରାପ୍ତ ହେବା ସହିତ ପୁରୀରେ ବିଶିଷ୍ଟ ସାଧୁସନ୍ଥଙ୍କ ସହିତ ସାକ୍ଷାତଆଲୋଚନା କରିବାର କାର୍ଯ୍ୟକ୍ରମ ଥିବା ଜଣାପଡିଛି।

Conclusion:ନେପାଳର ପୂର୍ବ ପ୍ରଧାନମନ୍ତ୍ରୀ ଶ୍ରୀ ଚାନ୍ଦ ଙ୍କ ସହିତ ତାଙ୍କର ଏକ ପୁତ୍ରଙ୍କ ସମେତ 7ଜଣିଆ ସଦସ୍ୟ ଏହି ଗସ୍ତରେ ଆସୁଥିବା ବେଳେ ସେ ଭୁବନେଶ୍ୱର ଓ ପୁରୀଠାରେ ଥିବା ମେଫେୟାର ହୋଟେଲ ରେ ଅବସ୍ଥାନ କରିବେ ବୋଲି ସୂଚନା ଦିଆଯାଇଛି।ସୂଚନାଯୋଗ୍ୟ କି 80 ବର୍ଷୀୟ ଶ୍ରୀ ଚାନ୍ଦ ନେପାଳରେ 1983 ରୁ 86,90 ରୁ 97 ଏବଂ 2000ରୁ 2003 ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ସମ୍ପାଦନ କରିଥିଲେ।ଏହା ତାଙ୍କର ପ୍ରଥମ ଓଡିଶା ଗସ୍ତ ଅଟେ।ଶ୍ରୀ ଚାନ୍ଦଙ୍କ ଏହି ଗସ୍ତ ର ଆୟୋଜନ ଦାଇତ୍ୱ ନେଇଥିବା ଓଡିଶୀ ଇଣ୍ଟର ନ୍ୟାସନାଲ ସେଣ୍ଟର ର ସଭାପତି ପରେଶ ନାୟକ,ଉପସଭାପତି ଏସ କେ ତାମୋଟିଆ ଓ ଶିଳ୍ପପତି ଉଦୟନାଥ ସାହୁ ପ୍ରମୁଖ ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ରହି ତାଙ୍କର କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରିଛନ୍ତି।
ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ,ଈଟିଭି ଭାରତ,
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.