ETV Bharat / bharat

ଅପରେସନ୍ ସକ୍ସେସଫୁଲ୍, ପେଟରୁ ବାହାରିଲା ଫୋନ

ଏସିଆର ସବୁଠାରୁ ବଡ ଏବଂ ସୁରକ୍ଷିତ କୁହାଯାଉଥିବା ତିହାର ଜେଲ୍‌ରେ ଗୋଟିଏ ଆଶ୍ଚର୍ଯ୍ୟ କରିବା ପରି ଘଟଣା ସାମ୍ନାକୁ ଆସିଛି । ଅପରେସନ୍ ପରେ ଜଣେ କଏଦୀର ପେଟରୁ ମିଳିଛି ମୋବାଇଲ ଫୋନ ।

ଅପରେସନ୍ ସକ୍ସେସଫୁଲ୍, ପେଟରୁ ବାହାରିଲା ଫୋନ
author img

By

Published : Aug 27, 2019, 10:35 AM IST

Updated : Aug 27, 2019, 10:59 AM IST

ନୂଆଦିଲ୍ଲୀ: ତିହାର ଜେଲ୍‌ରେ ଦେଖିବାକୁ ମିଳିଛି ଏକ ଅଦ୍ଭୁତ ଚିତ୍ର । କଏଦୀଙ୍କ ପେଟରୁ ମିଳିଛି ମୋବାଇଲ ଫୋନ । ତେବେ ଏହାର ପୁରା କାହାଣୀ ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହେବେ । ଆସନ୍ତୁ ଜାଣିବା କଣ ରହିଛି ପୁରା ଘଟଣା ।

ଏସିଆର ସବୁଠାରୁ ବଡ ଏବଂ ସୁରକ୍ଷିତ କୁହାଯାଉଥିବା ତିହାର ଜେଲ୍‌ରେ ଗୋଟିଏ ଆଶ୍ଚର୍ଯ୍ୟ କରିବା ପରି ଘଟଣା ସାମ୍ନାକୁ ଆସିଛି । ଅପରେସନ୍ ପରେ ଜଣେ କଏଦୀର ପେଟରୁ ମିଳିଛି ମୋବାଇଲ ଫୋନ । ତେବେ ଏହାର ସୂଚନା ମିଳିବା ପରେ କଏଦୀକୁ ଦିନଦୟାଲ ଉପାଧ୍ୟାୟ ଡାକ୍ତରଖାନାରେ ଭର୍ତ୍ତୀ କରାଯାଇଥିଲା ।

ସୂଚନା ଅନୁସାରେ, କଏଦୀ ସୁନ୍ଦର ରାଜାରାମ ଏକ ବର୍ଷପୂର୍ବେ ଲୁଟ୍ ମାମଲାରେ ତିହାର ଜେଲ୍‌ରେ ବନ୍ଦ କରି ଦିଆଯାଇଥିଲା । ଜେଲ୍ ପ୍ରଶାସନକୁ ଏହାର ଖବର ମିଳିଥିଲା ସୁନ୍ଦର ପାଖରେ ଗୋଟିଏ ମୋବାଇଲ ଫୋନ ରହିଛି । କିନ୍ତୁ ଯାଞ୍ଚବେଳେ ଏହା ଜାଣିବାକୁ ମିଳିଥିଲା ଯେ, ମୋବାଇଲଟି ସୁନ୍ଦରର ପେଟରେ ରହିଯାଇଛି । ଏହାପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଆଉ ଅପରେସନ ପରେ ତାଙ୍କ ପେଟରୁ ଗୋଟିଏ ଚାଇନିଜ୍ ମୋବାଇଲ ଫୋନ ମିଳିଥିଲା । ମାତ୍ର ଏବେ ମଧ୍ୟ ଉକ୍ତ କଏଦୀ ପେଟରେ ଗୋଟିଏ ମାଇକ୍ରୋ ସିମ୍ ଏବଂ ମିନି ଚାର୍ଜର ରହିଛି ବୋଲି ଶୁଣିବାକୁ ମିଳିଛି ।

ତେବେ ଜେଲରେ କଏଦୀ ଅନକେ ସମୟରେ ଫୋନ ସ୍ମଗଲିଂ କରି ଜେଲ୍‌ ଭିତରକୁ ନେଇଥାଆନ୍ତି । ଅନେକ ଥର ଗୋଟିଏ ଫୋନ ଅନେକ କଏଦୀଙ୍କ ମଧ୍ୟରେ ବଣ୍ଟା ହୋଇଥାଏ । ତିହାର ଜେଲ୍‌ରେ କଏଦୀ ପରିଜନଙ୍କ ସହ କଥା ହେବାପାଇଁ ପ୍ରଶାସନ ପକ୍ଷରୁ ଫୋନ ବ୍ୟବସ୍ଥା କରାଯାଇଛି । ଗୋଟିଏ କଏଦୀ 5ମିନିଟ୍ ଫୋନରେ କଥା ହୋଇପାରିବେ ।

ତେବେ ଉକ୍ତ ନମ୍ବରଟିକୁ ପ୍ରଶାସନ ପକ୍ଷରୁ ପ୍ରଥମେ ଯାଞ୍ଚ କରାଯାଏ । ଏହାପରେ କଲ୍ କରିବା ପାଇଁ ଅନୁମତି ମିଳିଥାଏ । 5 ମିନିଟ୍ ପରେ ଏହା ଆପେ ଆପେ କଟି ଯାଇଥାଏ । ତେବେ ତିହାର ଜେଲ୍‌ରେ ମୋଟ୍ 16000 କଏଦୀ ଅଛନ୍ତି । ଏବଂ ଅନେକ ସମୟରେ ଯାଞ୍ଚ ସମୟରେ ଅନେକ କଏଦୀଙ୍କଠାରୁ ଫୋନ ମିଳିଥାଏ । ମାତ୍ର ପେଟରୁ ମୋବାଇଲ ବାହାରିବା ପ୍ରଥମ ଘଟଣା ।

Intro:Body:Conclusion:
Last Updated : Aug 27, 2019, 10:59 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.