ଡେରାଡୁନ: ବହିଟିଏ ଦୁଃଖ ଓ ସୁଖ ସମୟର ଏକ ଭଲ ସାଥୀ ହୋଇଥାଏ । ବହି ପଢିବା ଦ୍ବାରା ଜ୍ଞାନ ବଢିବା ସହ ଅନେକ ଜିଣିଷ ଶିଖିବାକୁ ମଧ୍ୟ ମିଳିଥାଏ । ଗୋଟିଏ ଭଲ ବହି ଜଣେ ବ୍ୟକ୍ତିର ବ୍ୟକ୍ତିତ୍ବ ବିକାଶ କରିବା ସହ ତାର ସୁନ୍ଦର ଭବିଷ୍ୟତ ଗଢିବାରେ ମଧ୍ୟ ସହାୟକ ହୋଇଥାଏ । ତେଣୁ ବହି ହିଁ ମଣିଷର ଅନ୍ତରଙ୍ଗ ବନ୍ଧୁ ବୋଲି ବହୁ ବିଶିଷ୍ଟ ବ୍ୟକ୍ତିମାନେ ମତ ପ୍ରକାଶ କରିଛନ୍ତି ।
କିନ୍ତୁ କିଛି ଦଶକ ପୂର୍ବରୁ ପିଲାମାନଙ୍କ ମଧ୍ୟରେ ବହି ପଢିବାର ରୁଚି କମୁଥିବାର ଦେଖିବାକୁ ମିଳିଛି । ଏପରିକି ବହି ବଦଳରେ ସେମାନଙ୍କ ହାତରେ ମୋବାଇଲ ଫୋନ, ଟିଭି ରିମୋର୍ଟ କିମ୍ବା ଅନ୍ୟ ଇଲେକ୍ଟ୍ରୋନିକ ଜିନିଷ ଦେଖିବାକୁ ମିଳୁଛି । ଯାହା ଅତ୍ୟନ୍ତ ଚିନ୍ତାର ବିଷୟ ।
ପ୍ରତିବର୍ଷ 23 ଏପ୍ରିଲରେ ବିଶ୍ବ ପୁସ୍ତକ ଦିବସ ପାଳନ କରାଯାଏ । ମିଳିତ ଜାତିସଂଘର ଶିକ୍ଷା, ବୈଜ୍ଞାନିକ ଏବଂ ସାଂସ୍କୃତିକ ସଂଗଠନ ଦ୍ବାରା ପ୍ରତିବର୍ଷ 23 ଏପ୍ରିଲ ତାରିଖର ଏକ ନିର୍ଦ୍ଦିଷ୍ଟ ତିଥିରେ ପଠନ ପ୍ରକାଶନ ଏବଂ କପି ରାଇଟକୁ ପ୍ରୋତ୍ସାହିତ କରିବା ପାଇଁ ବିଶ୍ୱ ପୁସ୍ତକ ଦିବସ ଆୟୋଜନ କରାଯ।ଇଥାଏ ।
ସେହିପରି ଏପ୍ରିଲ୍ 23 ବିଶ୍ୱ ସାହିତ୍ୟ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ତାରିଖ, କାରଣ ଏହି ଦିନ ବହୁ ମହାନ ବ୍ୟକ୍ତିଙ୍କ ଶ୍ରାଦ୍ଧବାର୍ଷିକୀ । ପୁସ୍ତକ ଏବଂ ଲେଖକମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ଉଦ୍ଦେଶ୍ୟରେ ବିଶ୍ବ ପୁସ୍ତକ ଦିବସ ପାଇଁ ଏହି ତାରିଖ ଘୋଷଣା କରାଯାଇଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ