ETV Bharat / bharat

ରାଜସ୍ଥାନ ରାଜନୈତିକ ସଙ୍କଟ, ଆଜି ସଞ୍ଜୟ ଜୈନଙ୍କ ଭଏସ୍ ନମୁନା ସଂଗ୍ରହ କରିବ ଏସଓଜି

author img

By

Published : Jul 31, 2020, 12:24 PM IST

ରାଜସ୍ଥାନରେ ଘୋଡା ବେପାର ମାମଲାକୁ ନେଇ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଅଡିଓ କ୍ଲିପ୍ ମାମଲାରେ ଗିରଫ ହୋଇଥିବା ସଞ୍ଜୟ ଜୈନଙ୍କ ଭଏସ୍ ନମୁନା ଶୁକ୍ରବାର ସଂଗ୍ରହ କରିବ ଏସଓଜି ।

ଏସଓଜି
ଏସଓଜି

ଜୟପୁର: ରାଜସ୍ଥାନରେ ଘୋଡା ବେପାରର ତଦନ୍ତ କରୁଥିବା ରାଜ୍ୟର ଦୁଇଟି ବଡ ଏଜେନ୍ସି ପାଇଁ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ଦିନ ହେବାକୁ ଯାଉଛି । ଘୋଡା ବେପାର ମାମଲାକୁ ନେଇ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଅଡିଓ କ୍ଲିପ୍ ମାମଲାରେ ଗିରଫ ହୋଇଥିବା ସଞ୍ଜୟ ଜୈନଙ୍କ ଭଏସ୍ ନମୁନା ଶୁକ୍ରବାର ସଂଗ୍ରହ କରିବ ଏସଓଜି । ଅଭିଯୁକ୍ତ ସଞ୍ଜୟ ଜୈନଙ୍କ ଭଏସ୍ ନମୁନା ସଂଗ୍ରହ ପାଇଁ ଏସଓଜି ପକ୍ଷରୁ କୋର୍ଟରେ ଏକ ଆବେଦନ ଦାଖଲ କରାଯାଇଥିଲା । ସେହି ଆବେଦନ ଆଧାରରେ କୋର୍ଟ ଜୁଲାଇ 31 ରେ ଜୈନଙ୍କ ଭଏସ୍ ନମୁନା ରେକର୍ଡ କରିବାକୁ ଅନୁମତି ପ୍ରଦାନ କରିଥିଲେ।

ତେବେ ଏହି ଅଡିଓ କ୍ଲିପ୍‌ ମାମଲାରେ ଏସଓଜି ଦ୍ୱାରା ଗିରଫ ହୋଇଥିବା ସଞ୍ଜୟ ଜୈନଙ୍କୁ ବର୍ତ୍ତମାନ ନ୍ୟାୟିକ ହେପାଜତକୁ ପଠାଯାଇଛି। ଏସଓଜି ଟିମ୍ ଶୁକ୍ରବାର ଜେଲ ଯାଇ ଅଭିଯୁକ୍ତ ଜୈନଙ୍କ ଭଏସ୍ ନମୁନା ସଂଗ୍ରହ କରିବ ଏବଂ ଏହି ଘଟଣାରେ ତଦନ୍ତକୁ ଆଗକୁ ବଢାଇବ। ଅନ୍ୟପକ୍ଷରେ ବିଧାୟକଙ୍କ କିଣାବିକା ମାମଲାର ତଦନ୍ତ କରୁଥିବା ରାଜସ୍ଥାନ ଆଣ୍ଟି କରପସନ ବ୍ୟୁରୋ ପକ୍ଷରୁ ଆଜି କୋର୍ଟରେ ଏକ ଆବେଦନ କରାଯିବ। ସଞ୍ଜୟ ଜୈନଙ୍କୁ ପଚାରା ଉଚାରା ଏବଂ ତାଙ୍କର ବିବୃତ୍ତି ରେକର୍ଡ କରିବାକୁ ତାଙ୍କୁ ଏସିବି ମୁଖ୍ୟାଳୟ ନେବାକୁ ଏହି ଆବେଦନ ହେବ ।

ବିଧାୟକ କିଣାବିକା ମାମଲାର ତଦନ୍ତ କରୁଥିବା ଏସଓଜିର 3ଟି ଦଳ ମାନେସର ଏବଂ ଦିଲ୍ଲୀରେ ରହି ତଦନ୍ତ ପ୍ରକ୍ରିୟା ଜୋରଦାର କରିଛନ୍ତି । ତେବେ ସେମାନଙ୍କୁ ହରିୟାଣା ପୋଲିସ କୌଣସି ପ୍ରକାର ସହଯୋଗ କରୁନଥିବା ଅଭିଯୋଗ ହୋଇଛି । ସେପଟେ ଆଜି ଜୟପୁରର ଏକ ଏସିବି ଟିମ ଅତିରିକ୍ତ ଏସପି ସ୍ତରର ଅଧିକାରୀଙ୍କ ସହ ମାନେସର ପହଞ୍ଚି ବିଧାୟକ ବିଶ୍ୱେନ୍ଦ୍ର ସିଂହ ଏବଂ ଭଓଁର ଲାଲ ଶର୍ମାଙ୍କୁ ନୋଟିସ୍ ଜାରି କରିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.