ଭୋପାଳ: ମଧ୍ୟପ୍ରଦେଶର ପୂର୍ବତନ ମନ୍ତ୍ରୀ ତଥା ବିଜେପି ବିଧାୟକ ସଞ୍ଜୟ ପାଠକ, ମୁଖ୍ୟମନ୍ତ୍ରୀ କମଲନାଥଙ୍କୁ ଭେଟିଥିବା କଥାକୁ ଅସ୍ବୀକାର କରିଛନ୍ତି । ଏହାକୁ ଖଣ୍ଡନ କରିବା ସହ ତାଙ୍କ ଜୀବନ ପ୍ରତି ବିପଦ ଥିବା ସେ ଜଣାଇଛନ୍ତି ।
ଏହାସହ ସେ ବିଜେପିରେ ଥିଲେ, ବିଜେପିରେ ଅଛନ୍ତି ଓ ଆଗକୁ ବିଜେପିରେ ହିଁ ରହିବେ ବୋଲି କହିଛନ୍ତି । ତେବେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଯାଉଥିବାର ଯେଉଁ ଭିଡିଓ ସାମ୍ନାକୁ ଆସୁଛି ସେଥିରେ ମୁଁ ନାହିଁ ବୋଲି ସେ ଦର୍ଶାଇଛନ୍ତି ।
ସେହିପରି କାହା ନାଁ ନ ନେଇ ତାଙ୍କ ଜୀବନ ପ୍ରତି ବିପଦ ଥିବା ସେ ଉଲ୍ଲେଖ କରିଛନ୍ତି । ସୂଚନାଥାଉକି, ଗୁରୁବାର ରାତିରେ ମୁଖ୍ୟମନ୍ତ୍ରୀ କମଲନାଥଙ୍କୁ ଭେଟିବାକୁ 3 ଜଣ ବିଜେପି ବିଧାୟକ ଯାଇଥିବା ଗଣମାଧ୍ୟମରେ ପ୍ରକାଶ ପାଇଥିଲା । ଯେଉଁଥିରେ ସଞ୍ଜୟ ପାଠକଙ୍କ ନାମ ମଧ୍ୟ ରହିଥିଲା ।
ସୌଜନ୍ୟ: IANS