ETV Bharat / bharat

ଆଣ୍ଠୁଗଣ୍ଠି ଯନ୍ତ୍ରଣାରୁ ମୁକ୍ତି ପାଇଁ ସୋରିଷ ତେଲରେ ମିଶାନ୍ତୁ ଏହି ଜିନିଷ, ମିଳିବ ଉପଶମ - health news

ଶରୀରର ଯେକୌଣସି ସ୍ଥାନରେ ଯନ୍ତ୍ରଣା ହେଲେ ସହ୍ୟ କରିବା କଷ୍ଟକର ହୋଇପଡେ । ତେଣୁ ହଠାତ ଡାକ୍ତରୀ ଚିକିତ୍ସା କରିଥାଉ, ହେଲେ ଆପଣ ଜାଣନ୍ତିକି, ଘରୋଇ ଉପଚାରରେ ମଧ୍ୟ ମିଳିଥାଏ ଉପଶମ । ତେଣୁ ଆଜି ହିଁ ଆପଣାନ୍ତୁ ଏହି ଉପାୟ ଯେଉଁଥିରେ ଦୂର ହେବ ଆଣ୍ଠୁ ଯନ୍ତ୍ରଣା । ଅଧିକ ପଢନ୍ତୁ...

ଆଣ୍ଠୁଗଣ୍ଠି ଯନ୍ତ୍ରଣାରୁ ମୁକ୍ତି ପାଇଁ ସୋରିଷ ତେଲ ମିଶାନ୍ତୁ ଏହି ଜିନିଷ, ମିଳିବ ଉପଶମ

author img

By

Published : May 18, 2020, 2:27 PM IST

ହାଇଦ୍ରାବାଦ: ଲକଡାଉନ ସମୟରେ ଅଧିକାଂଶ ଲୋକ ଯେଉଁମାନେ ବେଡ ଉପରେ ବସି କାମ କରନ୍ତି । ଏଥି ସହିତ, ଘରେ ରହୁଥିବା ବୃଦ୍ଧବୃଦ୍ଧା ମାନେ ମଧ୍ୟ ବୁଲିବାକୁ ବାହାରକୁ ଯାଇପାରନ୍ତି ନାହିଁ, ଯେଉଁଥିପାଇଁ ଆଣ୍ଠୁଗଣ୍ଠି ଜନିତ ସମସ୍ୟା ଉପୁଜିପାରେ । ଯଦି ଆଣ୍ଠୁଗଣ୍ଠି ଜନିତ ସମସ୍ୟାକୁ ଠିକ୍ ସମୟରେ ଚିକିତ୍ସା କରା ନ ଯାଏ, ତେବେ ଏହା ଏକ ଗମ୍ଭୀର ରୂପ ଧାରଣ କରିପାରେ । ଏଥିପାଇଁ କିଛି ଘରୋଇ ଉପଚାର ଗ୍ରହଣ କରି ଯନ୍ତ୍ରଣାରୁ ମୁକ୍ତି ମିଳିପାରିବ । ଆସନ୍ତୁ ଜାଣିବା କଣ ସେହି ଘରୋଇ ଉପଚାର ଯାହାକି ଆପଣ ଆଣ୍ଠୁ ଯନ୍ତ୍ରଣାରୁ ମୁକ୍ତି ପାଇଁ ଘରେ ବସି ବ୍ୟବହାର କରିପାରିବେ ।

ସୋରିଷ ତେଲ ଦେବ ଯନ୍ତ୍ରଣାରୁ ମୁକ୍ତି

ସୋରିଷ ତେଲ ପ୍ରାୟତଃ ଆମ ଘରେ ରୋଷେଇ ପାଇଁ ବ୍ୟବହୃତ ହୋଇଥାଏ । ଏକ ଘରୋଇ ଉପଚାର ଭାବରେ ସୋରିଷ ତେଲ ମଧ୍ୟ ଅନେକ ପ୍ରକାରର ରୋଗ ଭଲ କରିବାରେ ଏହାର ପ୍ରଭାବ ଦେଖାଏ । ଆଣ୍ଠୁରେ ଯନ୍ତ୍ରଣା ଦୂର କରିବା ପାଇଁ ସୋରିଷ ତେଲରେ ଚମତ୍କାର ଗୁଣ ଥିବା ଦେଖାଯାଇଛି । ସୋରିଷ ତେଲରେ 3 ଫ୍ୟାଟି ଏସିଡ୍ ମିଳିଥାଏ । ଏହା ଶରୀରର ଜଏଣ୍ଟ ଏବଂ ବିଶେଷକରି ଆଣ୍ଠୁଗୁଡ଼ିକର ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ପୋଷକ ତତ୍ତ୍ୱ ଅଟେ । ଆଣ୍ଠୁ ଫୁଲିବା ଏବଂ ଶିରା ଫୁଲାକୁ କମ କରି ଯନ୍ତ୍ରଣାରୁ ମୁକ୍ତି ଦେବାପାଇଁ କାମ କରିଥାଏ । ଆଣ୍ଠୁଗଣ୍ଠିର ଯନ୍ତ୍ରଣାକୁ ଭଲ କରିବା ପାଇଁ, ଆପଣ ସୋରିଷ ତେଲରେ ଏହାକୁ ମିଶ୍ରଣ କରନ୍ତୁ, ପାଇବେ ଆରାମ ।

ସୋରିଷ ତେଲରେ ମିଶାନ୍ତୁ ହଳଦୀ

ଖାଦ୍ୟରେ ବ୍ୟବହାର ସହ ଅନେକ ପ୍ରକାରର ଯନ୍ତ୍ରଣାକୁ ଭଲ କରିବା ପାଇଁ ସମସ୍ତଙ୍କ ଘରେ ହଳଦୀର ବ୍ୟବହାର ଦୀର୍ଘ ସମୟ ଧରି କରାଯାଉଛି । ଏଥି ସହିତ ସୋରିଷ ତେଲରେ ହଳଦୀ ମିଶ୍ରଣ କରି ଏହାକୁ ସକ୍ରିୟ ଭାବରେ ବ୍ୟବହାର କରିବା ଦ୍ୱାରା ଆଣ୍ଠୁଗଣ୍ଠି ଯନ୍ତ୍ରଣା ଦୂର ହୋଇଥାଏ। ଏହା ଏଥିପାଇଁ ସମ୍ଭବ ହୋଇଥାଏ, କାରଣ ନ୍ୟାସନାଲ ସେଣ୍ଟର ଫର ବାୟୋଟେକ୍ନୋଲୋଜି ଇନଫରମେଶନ ଅନୁଯାୟୀ ହଳଦୀରେ ପେନ ରିଲିଭିଙ୍ଗ ଗୁଣ ରହିଛି । ଏହି ଗୁଣ ଶରୀରର ଯେକୌଣସି ଅଙ୍ଗରେ ଯନ୍ତ୍ରଣାକୁ ଭଲ କରିବା ପାଇଁ ସକରାତ୍ମକ ଭାବରେ କାର୍ଯ୍ୟ କରିଥାଏ ।

କିପରି କରିବେ ବ୍ୟବହାର

ସାମଗ୍ରୀ

ଦୁଇ ଚାମଚ ସୋରିଷ ତେଲ

1 ଚାମଚ ହଳଦୀ

ପ୍ରଣାଳୀ

ସର୍ବପ୍ରଥମେ, ଏହାକୁ ଗରମ କରିବା ପାଇଁ ଏକ ପ୍ୟାନରେ ସୋରିଷ ତେଲ ରଖନ୍ତୁ । ବର୍ତ୍ତମାନ ଏଥିରେ ହଳଦୀ ମିଶାଇ ଭଲ ଭାବରେ ଗରମ କରନ୍ତୁ । ଏହାପରେ ତେଲକୁ ତଳକୁ ଓହ୍ଲାଇ ଦିଅନ୍ତୁ ଏବଂ ଅଳ୍ପ ଥଣ୍ଡା ହେବାକୁ ଛାଡିଦିଅନ୍ତୁ । ମନେରଖନ୍ତୁ ଯେ ତେଲକୁ ସମ୍ପୂର୍ଣ୍ଣ ଭାବେ ଥଣ୍ଡା କରିବା ଉଚିତ ନୁହେଁ, ତେଲ ସାମାନ୍ୟ ଗରମ ହେଲେ ହିଁ ଏହାକୁ ବ୍ୟବହାର କରଯିବ । ବର୍ତ୍ତମାନ ଏହି ତେଲକୁ ଆଣ୍ଠୁରେ ଲଗାନ୍ତୁ ଏବଂ ଏହାକୁ ଅତି କମରେ 15 ମିନିଟ୍ ପାଇଁ ଭଲ ଭାବରେ ମାଲିସ୍ କରନ୍ତୁ । ଏହାକୁ ସପ୍ତାହରେ ଅତି କମରେ 3 ଥର ବ୍ୟବହାର କରି ଆପଣ ଆଣ୍ଠୁ ଗଣ୍ଠି ଯନ୍ତ୍ରଣାରୁ ଉପଶମ ପାଇପାରିବେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.