ETV Bharat / bharat

କ୍ଷୀରରେ ମିଶାଇ ପିଅନ୍ତୁ ଏହି ରସ ପାଖ ମାଡିବନି ଅନେକ ରୋଗ - milk

ଗୁଜୁରାତି ଯେ କେବଳ ରଷୋଇ କାର୍ଯ୍ୟରେ ବ୍ୟବହୃତ ହୋଇଥାଏ ତା ନୁହେଁ । ଏହାକୁ ପ୍ରତ୍ୟେକ ଦିନ କ୍ଷୀର ସହ ପିଇବା ଦ୍ବାରା ଅନେକ ସ୍ୟାସ୍ଥ୍ୟଗତ ସମସ୍ୟା ଦୂର ହୋଇଥାଏ । ଅଧିକ ପଢନ୍ତୁ...

କ୍ଷୀରରେ ମିଶାଇ ପିଅନ୍ତୁ ଏହି ରସ ପାଖ ମାଡିବନି ଅନେକ ରୋଗ

author img

By

Published : May 16, 2020, 3:22 PM IST

ହାଇଦ୍ରାବାଦ: ଲକଡାଉନର ଚାପ ଯୋଗୁଁ ଲୋକମାନେ ସେମାନଙ୍କର ଖାଦ୍ୟର ବିଶେଷ ଯତ୍ନ ନେବାକୁ ସକ୍ଷମ ନୁହଁନ୍ତି ଏବଂ ଏହି କାରଣରୁ ସେମାନଙ୍କ ସ୍ୱାସ୍ଥ୍ୟ ବିଗିଡିବାକୁ ଲାଗିଲାଣି । ଲୋକମାନେ ଗୁରୁତର ରୋଗର ଶିକାର ହେବାକୁ ଲାଗିଲଣି । ରୋଗରେ ଆକ୍ରାନ୍ତ ନହେବା ପାଇଁ ଖାଦ୍ୟ ଅଭ୍ୟାସ ଉପରେ ବିଶେଷ ଧ୍ୟାନ ଦେବା ଉଚିତ । କାରଣ କୁହାଯାଏ ସ୍ବାସ୍ଥ୍ୟ ହିଁ ସମ୍ପଦ । କୁହାଯାଏ ଯେ, ସୁସ୍ଥ ରହିବା ପାଇଁ କ୍ଷୀର ପିଇବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, କିନ୍ତୁ ଯଦି ଆପଣ କ୍ଷୀରରେ ଯଦି ଗୁଜୁରାତି ରସକୁ ମିଶାଇ ପିଅନ୍ତି, ତେବେ ଏହା ଆପଣଙ୍କୁ ଅନେକ ପ୍ରକାରର ରୋଗ ଆପଣଙ୍କ ପାଖ ମାଡିବନି ।

ଅସ୍ଥି ହେବ ଅଧିକ ଶକ୍ତିଶାଳୀ

ହାଡକୁ ଶକ୍ତିଶାଳୀ କରିବା ପାଇଁ କ୍ଷୀର ବହୁତ ଭଲ । କାରଣ ଏଥିରେ ପ୍ରଚୁର ପରିମାଣରେ କ୍ୟାଲସିୟମ ଉପସ୍ଥିତ ଥାଏ ଯାହା ହାଡକୁ ଶକ୍ତିଶାଳୀ କରିଥାଏ । ଏଥି ସହିତ, ଗୁଜୁରାତି ରସରେ ଥିବା କ୍ୟାଲସିୟମର ପରିମାଣ ଏହାର ଗୁଣକୁ ଦ୍ୱିଗୁଣିତ କରେ । ତେଣୁ ବୃଦ୍ଧ ଲୋକଙ୍କୁ ବିଶେଷ କରି କ୍ଷୀରରେ ଏହି ରସ ମିଶାଇ ଖାଇବାକୁ ଦିଆଯାଏ ।

ହଜମ ଶକ୍ତିରେ ବୃଦ୍ଧି

ଗୁଜୁରାତି ରସ ଏବଂ କ୍ଷୀର ଉଭୟ ଫାଇବରର ପରିମାଣ ଧାରଣ କରିଥାଏ ଯାହା ହଜମ ପ୍ରକ୍ରିୟାକୁ ଶକ୍ତିଶାଳୀ କରିଥାଏ । ଫାଇବର, ପୁଷ୍ଟିକର ଖାଦ୍ୟ, ଆମ ହଜମ ବା ପାଚନ କ୍ରିୟା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ତେଣୁ, ଯେଉଁମାନଙ୍କର ହଜମ ସଠିକ୍ ଭାବେ ହୋଇନଥାଏ, ଏହିପରି ଲୋକମାନେ ଖାଇବା ପରେ ନିଶ୍ଚିତ ଭାବରେ କ୍ଷୀର ଓ ଗୁଜୁରାତି ଖାଇବା ଉଚିତ । ଏହା ଦ୍ୱାରା ହଜମ ପ୍ରକ୍ରିୟା ସଠିକ ଭାବରେ କାମ କରିବ ଏବଂ ଆପଣ ଅନେକ ପ୍ରକାରର ହଜମ ରୋଗରୁ ମଧ୍ୟ ଦୂରେଇ ରହିବେ ।

ପାଟି ଘା’କୁ ଠିକ କରିଥାଏ

ଅନେକ ଲୋକ ପାଟିରେ ହେଉଥିବା ଘା ’ଦ୍ୱାରା ଅନେକ ସମୟରେ ବହୁ କଷ୍ଟ ପାଇଥାନ୍ତି । ଏହି ରୋଗ ସାଧାରଣତଃ ପେଟ ଭଲ ଭାବେ ପରିଷ୍କାର ନହେବା ଦ୍ବାରା ହୋଇଥାଏ । ତେବେ ଗୁଜୁରାତିରେ ଏପରେ ଗୁଣ ଅଛି ଏହା ସେବନ କରିବା ଦ୍ବାରା ଯାହା ପାଟି ଏବଂ ପେଟ ରୋଗକୁ ଭଲ କରିବାରେ ପ୍ରଭାବଶାଳୀ ହୋଇପାରେ । କ୍ଷୀରରେ ଏହି ମିଶାଇ ଖାଇବା ଦ୍ୱାରା ପାଟି ଘା’ର ସମସ୍ୟା ଦୂର ହୋଇଥାଏ ।

ରକ୍ତଚାପ ନିୟନ୍ତ୍ରଣରେ ରହିଥାଏ

ରକ୍ତଚାପ ବଜାୟ ରଖିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଉଚ୍ଚ ରକ୍ତଚାପ ରୋଗୀମାନେ ଯେକୌଣସି ସମୟରେ ହୃଦରୋଗର ଶିକାର ହୋଇପାରନ୍ତି । କେବଳ ଏତିକି ନୁହେଁ, ଉଚ୍ଚ ରକ୍ତଚାପ ଷ୍ଟ୍ରୋକ୍ ଏବଂ ହୃଦଘାତ ଭଳି ଅନେକ ଗମ୍ଭୀର ହାର୍ଟ ସମ୍ବନ୍ଧୀୟ ରୋଗର ଆଶଙ୍କା ମଧ୍ୟ ବଢାଇଥାଏ । ଏହାକୁ ଏଡାଇବା ପାଇଁ କ୍ଷୀର ଏବଂ ଗୁଜୁରାତି ରସ ପିଇବା ଅତ୍ୟନ୍ତ ଲାଭଦାୟକ ଅଟେ । ଉଭୟ କ୍ଷୀର ଏବଂ ଗୁଜୁରାତି ରସରୁ ପ୍ରଚୁର ପରିମାଣରେ ମ୍ୟାଗ୍ନେସିୟମ ମିଳିଥାଏ । ଉଚ୍ଚ ରକ୍ତଚାପ ହ୍ରାସ କରିବା ଏବଂ ରକ୍ତଚାପକୁ ସନ୍ତୁଳିତ ରଖିବା ପାଇଁ ଏହି ପୁଷ୍ଟିକର ଖାଦ୍ୟ ଫଳପ୍ରଦ ଭାବରେ କାର୍ଯ୍ୟ କରିଥାଏ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.